Rishabh Pant fined and suspended: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ଋଷଭ ପନ୍ତଙ୍କ ସମେତ ସମଗ୍ର ଦଳ ଉପରେ ମଧ୍ୟ ଜରିମାନା ଲାଗୁ କରାଯାଇଛି। ଆଇପିଏଲ ଆଚରଣ ସଂହିତା ଭାଙ୍ଗିବା ପାଇଁ ପନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମେ’ ୭ ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଋଷଭଙ୍କ ଦଳ ରାଜସ୍ଥାନ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲା। ଏହି ଅବଧି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଓଭର ରେଟ୍ ବହୁତ ମନ୍ଥର ଥିଲା। ଏହି ସିଜିନରେ ତୃତୀୟ ଥର ପାଇଁ ଏହା ଘଟିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଋଷଭ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହା ବ୍ୟତୀତ ତାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ମଧ୍ୟ ନିଲମ୍ବିତ କରାଯାଇଛି। ଏଥି ସହିତ, ଇମ୍ପାକ୍ଟ ପ୍ଲେୟାର ସମେତ ଏହି ମ୍ୟାଚ୍ ଖେଳୁଥିବା ପୂରା ଦଳକୁ ମଧ୍ୟ ଦଣ୍ଡିତ କରାଯାଇଛି। ସମସ୍ତ ଖେଳାଳିଙ୍କୁ ମ୍ୟାଚ୍ ଫି ର ଅଧା ଅର୍ଥାତ୍ ୧୨ ଲକ୍ଷ ଟଙ୍କା ଦେବାକୁ ପଡିବ। ଆଇପିଏଲ ଆଚରଣ ସଂହିତା ର ଧାରା ୮ ଅନୁଯାୟୀ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅପିଲ କରିଥିଲା। ଏହି ଆବେଦନକୁ ବିସିସିଆଇର ଯାଞ୍ଚକୀରୀ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ମାମଲାର ଭର୍ଚୁଆଲ୍ ଶୁଣାଣି ପରେ ଯାଞ୍ଚକାରୀ ଅଧିକାରୀ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ସଠିକ୍ ବୋଲି କହିଥିଲେ।


 



 


ଏହାପୂର୍ବରୁ ଅଧିନାୟକ ପନ୍ତଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ଦୁଇଥର ଜରିମାନା କରାଯାଇଥିଲା। କିନ୍ତୁ ତୃତୀୟ ଥର ପାଇଁ ଆଇପିଏଲ୍ ଆଚରଣ ବିଧି ଭାଙ୍ଗିବା ପାଇଁ ସମଗ୍ର ଦଳକୁ ଏହାର ପରିଣାମ ଭୋଗିବାକୁ ପଡିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଦ୍ୱାରା ଏ ସମ୍ପର୍କରେ ଏକ ଅଧିକାରୀକ ବିୟାନ ଜାରି କରାଯାଇଛି।


ଏହା ବି ପଢ଼ନ୍ତୁ: Shubman Gill ସମେତ ପୂରା ଗୁଜୁରାଟ ଦଳ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ ଏହା ପଛର କାରଣ