Pakistan T20 World Cup 2024 Squad: ପାକିସ୍ତାନ କ୍ରିକେଟ୍ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଦଳ (Pakistan Squad) ଘୋଷଣା କରିଛି। ବୋର୍ଡ କୌଣସି ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା କରିନାହିଁ। ବାବର ଆଜମଙ୍କୁ (Babar Azam) ଦଳର ନେତୃତ୍ୱ ଦିଆଯାଇଛି। ଜୁନ୍ ୨ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ। ପାକିସ୍ତାନ ଦଳ ଏହାର ପ୍ରଥମ ମ୍ୟାଚ୍ ଆୟୋଜକ ଆମେରିକା ବିପକ୍ଷରେ ୬ ଜୁନରେ ଖେଳିବ। ଏହା ପରେ ୯ ଜୁନ୍ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ୍ ଖେଳାଯିବ। ଏଥର ଟୁର୍ଣ୍ଣାମେଣ୍ଟ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଆୟୋଜିତ କରୁଛନ୍ତି। ଏଥର ୨୦ଟି ଦଳ ଟି-୨୦ ବିଶ୍ୱକପରେ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଦଳଗୁଡିକ ପ୍ରତ୍ୟେକଙ୍କୁ ୫ଟି ଗ୍ରୁଫରେ ବିଭକ୍ତ କରାଯାଇଛି। ଭାରତ ଓ ପାକିସ୍ତାନ ସମାନ ଗ୍ରୁଫରେ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ପାକିସ୍ତାନ ଦଳ
ବାବର ଆଜମ (ଅଧିନାୟକ), ଅବରାର ଅହମ୍ମଦ, ଆଜମ ଖାନ, ଫଖର ଜମାନ, ହରିସ ରାଉଫ, ଇଫ୍ତିଖାର ଅହମ୍ମଦ, ଇମାଦ ୱାସିମ, ମହମ୍ମଦ ଅବ୍ବାସ ଆଫ୍ରିଦି, ମହମ୍ମଦ ଆମୀର, ମହମ୍ମଦ ରିଜୱାନ, ନାସିମ ଶାହା, ସାମ ଆୟୁବ, ଶଦାବ ଖାନ, ଶାହିନ ଶାହ ଆଫ୍ରିଦି, ଉସମାନ ଖାନ।


ପ୍ରଥମ ଥର ପାଇଁ ବିଶ୍ୱକପ ଦଳରେ ସାମିଲ୍ ହେଲେ ଏହି ୫ ଖେଳାଳି
୧୫ ଜଣ ଖେଳାଳିଙ୍କ ମଧ୍ୟରୁ ଅବରାର ଅହମ୍ମଦ, ଆଜାମ ଖାନ, ମହମ୍ମଦ ଅବ୍ବାସ ଆଫ୍ରିଦି, ସାଇମ ଆୟୁବ ଓ ଉସମାନ ଖାନ ପ୍ରଥମ ଟି-୨୦ ବିଶ୍ୱକପ ପାଇଁ ମନୋନୀତ ହୋଇଛନ୍ତି। ମହମ୍ମଦ ଆମୀର ଓ ଇମାଦ୍ ୱାସିମ୍ ଶେଷ ଥର ପାଇଁ ଯଥାକ୍ରମେ ୨୦୧୬ ଏବଂ ୨୦୨୧ ଟୁର୍ନାମେଣ୍ଟରେ ସ୍ଥାନ ପାଇଥିଲେ। ଅନ୍ୟ ୮ ଖେଳାଳି ଅଷ୍ଟ୍ରେଲିଆରେ ୨୦୨୨ ଟି-୨୦ ବିଶ୍ୱକପରେ ଭାଗ ନେଇଥିଲେ। ଆପଣଙ୍କୁ କହିରଖୁଛୁ ଯେ ୨୦୦୯ ରେ ପ୍ରଥମ ତଥା ଶେଷ ଥର ପାଇଁ ପାକିସ୍ତାନ ଟି-୨୦ ବିଶ୍ୱକପ ଜିତିଥିଲା।



ପାକିସ୍ତାନ ମ୍ୟାଚ୍ ସୂଚୀ
୬ ଜୁନ୍: ବନାମ ଆମେରିକା, ଗ୍ରାଣ୍ଡ୍ ପ୍ରିରି କ୍ରିକେଟ୍ ଷ୍ଟାଡିୟମ୍, ଡଲାସ୍
୯ ଜୁନ୍: ବନାମ ଭାରତ, ନସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ନ୍ୟୁୟର୍କ 
୧୧ ଜୁନ୍: ବନାମ କାନାଡା, ନସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍, ନ୍ୟୁୟର୍କ 
୧୬ ଜୁନ୍: ବନାମ ଆୟରଲ୍ୟାଣ୍ଡ, ସେଣ୍ଟ୍ରାଲ୍ ବ୍ରାଉଡର୍ ପାର୍କ ଆଣ୍ଡ ବ୍ରାଉଡର୍ କାଉଣ୍ଟି ଷ୍ଟାଡିୟମ୍, ଲାଉଡର୍ହିଲ୍, ଫ୍ଲୋରିଡା