Paris Paralympics: ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରବିବାର ଏହି ବାର୍ତ୍ତାଳାପରେ ସମସ୍ତ ଖେଳାଳିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ  । ଆଜି ପ୍ରଧାନମନ୍ତ୍ରୀ ମୋନା ଅଗ୍ରୱାଲ, ପ୍ରୀତି ପାଲ, ମନୀଷ ନରବାଲ୍ ଏବଂ ରୁବିନାଙ୍କ ସହ ଫୋନରେ କଥା ହୋଇଥିଲେ।


COMMERCIAL BREAK
SCROLL TO CONTINUE READING

 




ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଆପଣମାନଙ୍କ ପ୍ରଦର୍ଶନ ଦେଶକୁ ଗର୍ବିତ କରିଛି । ପ୍ରଧାନମନ୍ତ୍ରୀ ଅବନୀ ଲେଖରାଙ୍କୁ ତାଙ୍କର ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅବନୀ ଅନ୍ୟ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ ବାର୍ତ୍ତାଳାପ କରିପାରିନଥିଲେ ।


ମନୀଷଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ମନୀଷ ଆପଣ କେମିତି ଅଛନ୍ତି ? ଉତ୍ତରରେ ମନୀଷ କହିଥିଲେ ଯେ, ସାର୍ ଏଠାରେ ପାଣିପାଗ ବହୁତ ଭଲ ଏବଂ ଭାରତୀୟ ଶୁଟରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଗତ ଥର ଅପେକ୍ଷା ଚଳିତ ବର୍ଷ ଆମେ ଅଧିକ ପଦକ ହାସଲ କରିବୁ । ଆମ ଟିମରେ ବର୍ତ୍ତମାନ ଖୁସିର ବାତାବରଣ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।


ରୁବିନା ଫ୍ରାନ୍ସିସଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ରୁବିନା କହିଥିଲେ, 'ସାର୍, ଆମେ ସମସ୍ତେ ଏଠି ଭଲ ଅଛୁ । ଗତ ଥର ମୁଁ ସପ୍ତମ ସ୍ଥାନରେ ଥିଲି ଏବଂ ଏଥର ମୁଁ ବ୍ରୋଞ୍ଜ ପାଇବାରେ ସଫଳ ହୋଇଛି । ଏଥିପାଇଁ ମୁଁ ବହୁତ ଗର୍ବିତ ଅନୁଭବ କରୁଛି । ପ୍ରଧାନମନ୍ତ୍ରୀ ରୁବିନାଙ୍କ ଆଗାମି ଯାତ୍ରା ପାଇଁ ଶୁଭକାମନା ଜଣାଇବା ସହ ସେଠାରେ ଥିବା ଅନ୍ୟ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ, ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ମୋଟ ପାଞ୍ଚଟି ପଦକ ଜିତିଛି । 


Also Read- ସେପ୍ଟେମ୍ବର ୧୩ ତାରିଖରେ ବଡ଼ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର "ଆଭା"


Also Read- Shukra Gochar 2024: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ, କାଲିଠୁ ବଦଳିବ ୩ ରାଶିର ଭାଗ୍ୟ