Ranji Trophy 2022-23, Rajat Patidar: ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି (Ranji Trophy 2022-23) ରେ ରବିବାର ଦିନ ଓଲଟପାଲଟ ଦେଖିବାକୁ ମିଳିଥିଲା ।​ ଡିଫେଣ୍ଡିଂ ଚାମ୍ପିଅନ୍ ମଧ୍ୟ ପ୍ରଦେଶ ଦଳ ସେମିଫାଇନାଲ (Ranji Trophy Semi-Final) ରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲା । ଫଳରେ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛି । ବଙ୍ଗଳା ମଧ୍ୟ ପ୍ରଦେଶ ((Madhya Pradesh vs Bengal Ranji) କୁ ୩୦୬ ରନରେ ପରାସ୍ତ କରିଛି ।


COMMERCIAL BREAK
SCROLL TO CONTINUE READING

ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ବଙ୍ଗଳା ଦଳ ଦ୍ୱିତୀୟ ଇନିଂସରେ ୨୭୯ ରନ୍ ସ୍କୋର କରିବା ପରେ ଅଲଆଉଟ୍ ହୋଇଥିଲା । ବଙ୍ଗଳା ଦଳ ପ୍ରଥମ ଇନିଂସରେ ୪୩୮ ରନ୍ ସ୍କୋର କରିଥିଲା । ଏହାର ଜବାବରେ ମଧ୍ୟ ପ୍ରଦେଶ ଦଳ ପ୍ରଥମ ଇନିଂସରେ ମାତ୍ର ୧୭୦ ରନ୍ ସ୍କୋର କରିଥିଲା । ଏହି ଉପାୟରେ ବଙ୍ଗଳା ଦଳ ୫୪୮ ରନର ଏକ ବଡ଼ ଲକ୍ଷ୍ୟ ହାସଲ କରିଥିଲା ।


ମ୍ୟାଚ୍‌ର ଶେଷ ଦିନରେ ଦ୍ୱିତୀୟ ଇନିଂସରେ ୩୯.୫ ଓଭରରେ ୨୪୧ ରନ୍ ସ୍କୋର କରିବା ପରେ ମଧ୍ୟ ପ୍ରଦେଶ ଦଳ ପାଭିଲିୟନକୁ ଫେରିଥିଲେ । ଦ୍ୱିତୀୟ ଇନିଂସରେ ୫୮ଟି ବଲରେ ରଜତ ପାଟିଦାର (Rajat Patidar) ୫୨ ରନ୍ କରିଥିଲେ । ସେ ଦଳ ପାଇଁ ସର୍ବାଧିକ ରନ୍ ସ୍କୋରର ଥିଲେ । ପ୍ରଦିପ୍ତ ପ୍ରମାନିକ ୫ ୱିକେଟ୍ ନେଇଥିଲେ ।


ରଣଜୀ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ କର୍ଣ୍ଣାଟକକୁ ପରାସ୍ତ କରି ସୌରାଷ୍ଟ୍ର ଟାଇଟଲ ରାଉଣ୍ଡରେ ପ୍ରବେଶ କରିଛି । ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟରେ ରଜତ ପାଟିଦାର (Rajat Patidar) ୪୭ର ଏଭେରେଜରେ ୫୬୫ ରନ୍ ସ୍କୋର କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧ ଶତକ ଇନିଂସ ସାମିଲ ରହିଛି । ଗତ ସିଜନରେ ସେ (Rajat Patidar) ଦଳକୁ ଚାମ୍ପିୟନ କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତଥର ରଜତ ପାଟିଦାର (Rajat Patidar) ୮୨ ଏଭେରେଜରେ ୬୫୮ ରନ୍ ସ୍କୋର କରିଥିଲେ । ରଜତ ପାଟିଦାର (Rajat Patidar) ଆଇପିଏଲ୍ ୨୦୨୨ର ଆକ୍ସନରେ ବିକ୍ରି ହୋଇ ନଥିଲେ । କିନ୍ତୁ ଖେଳାଳିଙ୍କ ଆଘାତ ପରେ ରଜତ ପାଟିଦାର RCBରେ ସୁଯୋଗ ପାଇଥିଲେ । ରଜତ ପାଟିଦାର ଏହାର ସୁଯୋଗ ନେଇ ୮ଟି ମ୍ୟାଚରେ ୩୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧ ଶତକ ମଧ୍ୟ ସାମିଲ ରହିଛି । 


ଅଧିକ ପଢ଼ନ୍ତୁ:-ସହମତି ପରେ ରଖିଲା ଶାରୀରିକ ସମ୍ପର୍କ! ତଥାପି ମିଳିଲା ଏହି ଭୟଙ୍କର ଦଣ୍ଡ, ଜାଣନ୍ତୁ ପୂରା ମାମଲା


ଅଧିକ ପଢ଼ନ୍ତୁ:-ସରକାରଙ୍କ ବଡ଼ ଘୋଷଣା; ଏଣିକି ଆପଣ ମାଗଣାରେ ଦେଖିପାରିବେ ୨୦୦ ଟିଭି ଚ୍ୟାନେଲ୍ସ , ସେଟ୍-ଟପ୍ ବକ୍ସର ହେବନି ଆବଶ୍ୟକତା


ଅଧିକ ପଢ଼ନ୍ତୁ:-ଯେଉଁ ବ୍ୟାଟ୍ ସାହାଯ୍ୟରେ ବିରାଟ କୋହଲି ଶତକ ପରେ ଶତକ ଲଗାଇଚାଲିଛନ୍ତି, ଜାଣନ୍ତି କି ଆପଣ ଏହାର ମୂଲ୍ୟ କେତେ


 


ନିକଟ ଅତୀତରେ ରଜତ ପାଟିଦାର (Rajat Patidar) ଭାରତୀୟ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ । କିନ୍ତୁ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଓ କୋଚ ରାହୁଲ ଦ୍ରାବିଡ (Rahul Dravid) ତାଙ୍କୁ କୌଣସି ମ୍ୟାଚରେ ସୁଯୋଗ ଦେଇନଥିଲେ । ଆଇପିଏଲ ୨୦୨୨ ନିଲାମରେ ବିକ୍ରି ନହେବା ପରେ ରଜତ ପାଟିଦାର (Rajat Patidar) ବିବାହ ପାଇଁ ପ୍ରସ୍ତୁତି କରୁଥିଲେ । ଏପରିକି ତାଙ୍କ ପରିବାର ସଦସ୍ୟ ତାଙ୍କ ବାହାଘର ପାଇଁ ହୋଟେଲ ବୁକ୍ କରିଥିଲେ ମଧ୍ୟ ଆରସିବିରୁ କଲ ପାଇବା ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏଠାରେ କହି ରଖୁଛୁ ଯେ, ଗତଥର ରଣଜୀ ଟ୍ରଫିର ଫାଇନାଲରେ ମଧ୍ୟ ପ୍ରଦେଶ ମୁମ୍ବାଇ ଭଳି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲେ ।