Rishabh Pant Update: ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତ (Rishabh Pant) ବର୍ତ୍ତମାନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଗତ ବର୍ଷ ଡିସେମ୍ବରରେ ଏକ କାର ଦୁର୍ଘଟଣାରେ (Pant car accident) ପନ୍ତ ଗୁରୁତର ଆହତ ହୋଇଥିଲେ । ତାଙ୍କର ଡାହାଣ ଗୋଡରେ ଆଘାତ ଲାଗିଥିଲା, ଯାହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ବର୍ତ୍ତମାନ ପନ୍ତ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଶାବାଡି ସାହାଯ୍ୟରେ ବୁଲୁଥିବାର ନଜର ଆସିଛନ୍ତି । କାର ଦୁର୍ଘଟଣା ପରେ ଏହା ତାଙ୍କର ପ୍ରଥମ ଫଟୋ, ଯାହାକୁ ସେ ସେୟାର କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପନ୍ତ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି - ଏକ ପାଦ ଆଗକୁ, ଏକ ପାଦ ଆହୁରି ମଜବୁତ, ଏକ ପାଦ ଭଲ । ଏହି ଫଟୋରେ ପନ୍ତଙ୍କ ଗୋଡରେ ପଟି ବନ୍ଧା ହୋଇଛି । ସେ ଆଶାବାଡି ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛନ୍ତି । ଏହାପୂର୍ବରୁ ପନ୍ତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ କରିଥିଲେ, ଯେଉଁଥିରେ ସେ ପ୍ରାଙ୍ଗଣର ଫଟୋ ସେୟାର କରିଥିଲେ । ପନ୍ତ ଏକ ପୋଷ୍ଟରେ ଲୁଡୋ ଖେଳୁଥିବାର ନଜର ଆସିଥିଲେ ।



୩୦ ଡିସେମ୍ବରରେ ଭାରତର ଏହି ଷ୍ଟାର କ୍ରିକେଟର ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ କାର ରୁଡ଼କି ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।  ସେ ନିଜ ବ୍ୟକ୍ତିଗତ କାରରେ ଦିଲ୍ଲୀରୁ ରୁଡ଼କି ଯାଉଥିଲେ ଓ ନିଜେ ମଧ୍ୟ ଡ୍ରାଇଭିଂ କରୁଥିଲେ । ଏହା ପରେ କାରରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣାର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ଓ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।


କାର ଦୁର୍ଘଟଣା ପୂର୍ବରୁ ପନ୍ତ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପରେ ଦୁବାଇରେ ପହଞ୍ଚିଥିଲେ । ସେଠାରୁ ସେ ଡିସେମ୍ବର ୨୯ ରେ ଦିଲ୍ଲୀ ଆସିଥିଲେ ଓ ସେଠାରୁ ସେ ଏକ କାରରେ ନିଜ ଘରକୁ ଯାଉଥିଲେ । ବର୍ତ୍ତମାନ ଆଘାତ ପରେ ପନ୍ତ ଆଇପିଏଲ୍ ୨୦୨୩ ରେ ଖେଳିବା ଉପରେ ସନ୍ଦେହ ଅଛି । ମିଡିଆ ରିପୋର୍ଟ ଅନୁଯାୟୀ, ପନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ମାସ ସମୟ ଲାଗିପାରେ ।


ଏହା ବି ପଢ଼ନ୍ତୁ: Rohit Sharma Century: ନାଗପୁର ଟେଷ୍ଟରେ ଶତକ ମାରି ଇତିହାସ ରଚିଲେ ରୋହିତ ଶର୍ମା, ଏହା କରିବାର ହେଲେ ପ୍ରଥମ ଭାରତୀୟ ଅଧିନାୟକ


ଏହା ବି ପଢ଼ନ୍ତୁ: IND vs AUS: କିଏ ଏହି ଟଡ୍ ମର୍ଫି? ଡେବ୍ୟୁ ଟେଷ୍ଟରେ ନେଲେ ୫ଟି ୱିକେଟ୍, ଯାହା ଆଗରେ କୋହଲି-ପୂଜାରା ମଧ୍ୟ ଫେଲ୍