Advertisement
photoDetails0hindi

IND vs AUS: କିଏ ଏହି ଟଡ୍ ମର୍ଫି? ଡେବ୍ୟୁ ଟେଷ୍ଟରେ ନେଲେ ୫ଟି ୱିକେଟ୍, ଯାହା ଆଗରେ କୋହଲି-ପୂଜାରା ମଧ୍ୟ ଫେଲ୍

India vs Australia, Todd Murphy: ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ଯୁବ ବୋଲର ଟଡ୍ ମର୍ଫି (Todd Murphy) ନିଜର ଡେବ୍ୟୁ ଟେଷ୍ଟ ମ୍ୟାଚରେ ଅଫ୍ ସ୍ପିନ୍ ବୋଲିଂ ସହିତ ଭାରତର ୫ ବଡ଼ ୱିକେଟ୍ ନେଇଛନ୍ତି । ନାଗପୁର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତର ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଭଳି ଭେଟେରାନ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଏହି ୨୨ ବର୍ଷୀୟ ପ୍ରତିଭାଶାଳୀ ବୋଲର ପାଭିଲିୟନରେ ରାସ୍ତା ଦେଖାଇଥିଲେ । ଏହା ସହ ସେ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳି ନିଜ ନାମରେ ୫ ୱିକେଟ୍ ହାସଲ କରିଛନ୍ତି । ତେବେ ଏହି ମର୍ଫି କିଏ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ...

1/5

୧୯୮୮ ମସିହା ପରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଦୁଇଟି ଅଫ୍ ସ୍ପିନ୍ ବୋଲରଙ୍କୁ ପ୍ଲେଇଂ ଇଲେଭେନ ଖେଳିବାରେ ସୁଯୋଗ ଦେଇଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ ୩୫ ବର୍ଷ ପୂର୍ବେ ପାକିସ୍ତାନ ବିପକ୍ଷ ପ୍ଲେଇଂ ଇଲେଭେନରେ ପିଟର ଟେଲର ଓ ଟିମ୍ ମେଙ୍କୁ ସାମିଲ କରିଥିଲା । ବୋର୍ଡର ଗାଭାସ୍କର ଟ୍ରଫିରେ ମର୍ଫିଙ୍କଠାରୁ ଅଷ୍ଟ୍ରେଲିଆ ଦଳର ବହୁତ ଆଶା ରହିଛି ।

2/5

ନାଗପୁର ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଟଡ ମର୍ଫି ଓପନର୍ କେ.ଏଲ୍ ରାହୁଲଙ୍କୁ ନିଜ ବଲରେ ଶିକାର କରିଥିଲେ । ଦ୍ୱିତୀୟ ଦିନରେ ସେ ୪ ଟି ୱିକେଟ୍ ନେଇଥିଲେ। ନାଗପୁର ପିଚରେ ପ୍ରଥମ ଦିନରେ ଯେଉଁଠାରେ ରବିନ୍ଦ୍ର ଜାଡେଜା ନିଜର ଚମତ୍କାର ସ୍ପିନ୍ ଦେଖାଇଥିଲେ, ଦ୍ୱିତୀୟ ଦିନରେ ମର୍ଫି ତାଙ୍କ ସ୍ପିନ୍ ଜାଲରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟି କରି ଦେଇଥିଲେ ।

3/5

ଅଷ୍ଟ୍ରେଲିଆ ଟିମର ନାଥାନ ଲିୟନଙ୍କ ଉତ୍ତରାଧିକାରୀ ଭାବରେ ଟଡ ମର୍ଫିଙ୍କୁ ଦେଖାଯାଉଛି । ଅଭିଜ୍ଞ ଲେଗ ସ୍ପିନର ଆଡାମ ଜାମ୍ପାଙ୍କ ସ୍ଥାନରେ ୧୮ ଜଣିଆ ଟେଷ୍ଟ ଦଳରେ ମର୍ଫିଙ୍କୁ ଅଷ୍ଟ୍ରେଲିଆ ଚୟନ କରିଛି । ଏହି ପ୍ରତିଭାଶାଳୀ ସ୍ପିନର ଟିମ୍ ମ୍ୟାନେଜମେଣ୍ଟ ବିଶ୍ୱାସକୁ ଅତୁଟ ରଖିବାରେ ସଫଳ ହୋଇଛନ୍ତି ।

4/5

ଘରୋଇ କ୍ରିକେଟରେ ଟଡ୍ ମର୍ଫିଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି । ଶେଷ ସିଜନରେ ସେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସୁଯୋଗ ମିଳିଥିଲା ।

5/5

୭ଟି ଶେଫିଲ୍ଡ ସିଲ୍ଡ ମ୍ୟାଚରେ ଟଡ୍ ମର୍ଫି ୨୯ ୱିକେଟ୍ ନେଇଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବୋଲିଂ ହାରାହାରି ୨୫.୨୦ ରହିଛି । ଅଷ୍ଟ୍ରେଲିଆର ବିଗ୍ ବ୍ୟାସ୍ ଲିଗରେ ସିଡନୀ ସିକ୍ସର୍ସ ପାଇଁ ୧୬ ବର୍ଷ ବୟସରେ ଖେଳିଥିବା ଏହି ବୋଲର ନିଜକୁ ବ୍ୟାଟ୍ସମ୍ୟାନ୍ ଭାବରେ ଚେଷ୍ଟା କରି ବିଫଳ ହୋଇଥିଲେ ।