ନୂଆଦିଲ୍ଲୀ: IPL 2021ର ୨୨ ତମ ମ୍ୟାଚରେ ବିରାଟ କୋହଲିଙ୍କ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଓ ଋଷଭ ପନ୍ତଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ ଶେଷ ଗୋଟିଏ ବଲରୋମାଞ୍ଚକର ଥିଲା। ଶେଷ ବଲରେ ଜିତିବା ପାଇଁ ଦିଲ୍ଲୀକୁ ୬ ରନ୍ ଆବଶ୍ୟକ ଥିଲା କିନ୍ତୁ ଋଷଭ ପନ୍ତ କେବଳ ଚୌକା ମାରିଥିଲେ ଏବଂ ବାଙ୍ଗାଲୋର ଗୋଟିଏ ରନରେ ବିଜୟ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀ ପାଇଁ ଶିମ୍ରନ୍ ହେଟମାୟର (Shimron Hetmyer) ଏବଂ ଅଧିନାୟକ ଋଷଭ ପନ୍ତ (Rishabh Pant) ଅର୍ଦ୍ଧଶତକ ଯୋଡିଥିଲେ। ପନ୍ତ ଅପରାଜିତ ୫୮ ରନ କରିଥିବା ବେଳେ ହେଟମାୟର ୧୫ ବଲରେ ୫୩ ରନର ଇନିଂସ ଖେଳିଛନ୍ତି। ପୃଥ୍ୱୀ ଶ ୨୧, ଧୱନ ୬, ଷ୍ଟିଭ ସ୍ମିଥ 4 ଏବଂ ଷ୍ଟୋଇନିସ ୨୨ ରନ କରିଥିଲେ। ବାଙ୍ଗାଲୋରର ହର୍ଷଲ ପଟେଲ ୨ଟି ଓ ସିରାଜ, କାଇଲ ଜେମୀସନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 


Also Read: ପ୍ରଥମେ ପରିବାର, ପରେ ଖେଳ! IPL 2021ରୁ ବିରତି ନେଲେ ରବିଚନ୍ଦ୍ରନ୍ ଅଶ୍ୱିନ


ଆରମ୍ଭରେ ଦିଲ୍ଲୀ (Delhi Capitals) ପାଇଁ ପନ୍ତ ବହୁତ ମନ୍ଥର ଇନିଂସ ଖେଳିଥିଲେ, ଯାହା ହେଟମିୟର ଉପରେ ଚାପ ମଧ୍ୟ ବଢାଇ ଦେଇଥିଲା। ଏହି ସିଜନରେ ବିରାଟ କୋହଲି (Virat Kohli) ଙ୍କ RCBର ଏହା ହେଉଛି ୫ମ ବିଜୟ। ଏହି ବିଜୟ ପରେ ବେଙ୍ଗାଲୁରୁ (Royal Challengers Bengaluru) IPL 2021 ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି।


ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ RCBର ନିଷ୍ପତ୍ତି ନେଇଥିଲା। ଟିମର ଓପନିଂ ଭଲ ହୋଇନଥିଲା କିନ୍ତୁ ଏବି ଡିଭିଲିୟର୍ସର (AB de Villiers) ବିସ୍ଫୋରକ ଇନିଂସ କାରଣରୁ RCB ରନ୍‌ର ଲକ୍ଷ୍ୟ ୧୭୨ ସ୍ଥିର କରିବାରେ ସଫଳ ହୋଇଥିଲା। ଦଳ ପାଇଁ ବିରାଟ କୋହଲି ୧୨, ଦେବଦତ୍ତ ୧୭, ରଜତ ପାଟିଦାର ୩୧, ମ୍ୟାକ୍ସୱେଲ (Maxwell) ୨୫ ଏବଂ ଏବି ଡିଭିଲିୟର୍ସ ୭୫ ରନ କରିଥିଲେ। 


Also Read: ସୋସିଆଲ ମିଡିଆରେ ଛାଇଗଲେ Hardik Pandyaଙ୍କ ପତ୍ନୀ Natasa Stankovic, ଦେଖନ୍ତୁ Viral Video


ଡିଭିଲିୟର୍ସ ମାତ୍ର ୪୨ଟି ବଲରେ ୫ଟି ଛକା ଏବଂ ୩ ଚୌକା ସହାୟତାରେ ୭୫ ରନ୍ ସଂଗ୍ରହ କରିଥିଲେ। ଦିଲ୍ଲୀରୁ ଇଶାନ୍ତ ଶର୍ମା (Ishant) , ଅମିତ ମିଶ୍ର, ଆବେଶ ଖାନ, କାଗିସୋ ରାବଡା ଏବଂ ଅକ୍ଷର ପଟେଲ (Axar Patel) ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଏହି ମ୍ୟାଚ ସହ RCBର ବିଜୟଧାରା ଜାରି ରହିଛି।