ସୋସିଆଲ ମିଡିଆରେ ଛାଇଗଲେ Hardik Pandyaଙ୍କ ପତ୍ନୀ Natasa Stankovic, ଦେଖନ୍ତୁ Viral Video
Advertisement
Article Detail0/zeeodisha/odisha889870

ସୋସିଆଲ ମିଡିଆରେ ଛାଇଗଲେ Hardik Pandyaଙ୍କ ପତ୍ନୀ Natasa Stankovic, ଦେଖନ୍ତୁ Viral Video

ଆଜିକାଲି ସୋସିଆଲ ମିଡିଆରେ ଆମେରିକୀୟ ରାପର Cardi Bଙ୍କ ରାପ୍ ବହୁତ ଟ୍ରେଣ୍ଡ କରୁଛି। Nia Sharma ଠାରୁ ଆରମ୍ଭ କରି Devoleena Bhattacharjee ପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ଏହା ଉପରେ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ମଧ୍ୟ ଏକ ଭିଡିଓ କରିଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ସମୟ ସମୟରେ ତାଙ୍କ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି। ନିକଟରେ ନତାଶା ତାଙ୍କ ଇନଷ୍ଟାଗ୍ରାମରେ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଆମେରିକୀୟ ରାପର Cardi Bଙ୍କ ରାପରେ ଏକ ଜବରଦସ୍ତ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ନତାଶା ଷ୍ଟାନକୋଭିକ୍ ବହୁତ ସକ୍ରିୟ ଅଛନ୍ତି | ସେ ପ୍ରାୟତଃ ତାଙ୍କ ସୁନ୍ଦର ଫଟୋ ଏବଂ ଭିଡିଓଗୁଡ଼ିକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଆମେରିକୀୟ ରାପର Cardi Bଙ୍କ ରାପ୍ ବହୁତ ଟ୍ରେଣ୍ଡ କରୁଛି। Nia Sharma ଠାରୁ ଆରମ୍ଭ କରି Devoleena Bhattacharjee ପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ଏହା ଉପରେ ଭିଡିଓ ପ୍ରସ୍ତୁତ କରିଛନ୍ତି। ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ମଧ୍ୟ ଏକ ଭିଡିଓ କରିଛନ୍ତି।

Also Read: Shahrukhଙ୍କ ନାଁ ଶୁଣି Priyanka ଦେଲେ ଏମିତି ରିଆକ୍ସନ୍

ଭିଡିଓରେ ନତାଶା ଷ୍ଟାନକୋଭିକ୍ (Natasa Stankovic) ଜବର୍ଦସ୍ତ ନୃତ୍ୟ କରୁଛନ୍ତି । ପ୍ରଶଂସକମାନେ ନାତାଶାଙ୍କ ଡ୍ୟାନ୍ସ ମୁଭ୍କୁ ବହୁତ ପସନ୍ଦ କରିଛନ୍ତି। ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ଉପଭୋଗ କରିବା ସହ ନିଜ ନିଜର ରିଆକ୍ସନ ମଧ୍ୟ ଦେଇଛନ୍ତି। ନତାଶାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ (Viral Video) ହେବାରେ ଲାଗିଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲାଇକ୍ ମିଳିଛି।

 

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଏବଂ ତାଙ୍କ ଲାଇଫ୍ ପାର୍ଟନର ନତାଶା ଏକ ଜଣାଶୁଣା ଓ ଲୋକପ୍ରିୟ ଦମ୍ପତି। ଗତବର୍ଷ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ହାର୍ଦ୍ଦିକ ଏବଂ ନତାଶା ନିଜ ପୁଅର ନାମ ଅଗସ୍ତ୍ୟ ରଖିଛନ୍ତି। ନତାଶା ଫିଲ୍ମ 'ସତ୍ୟାଗ୍ରହ' ମାଧ୍ୟମରେ ବଲିଉଡରେ ପାଦ ଦେଇଥିଲେ। ସେ ଜଣେ ସର୍ବିଆ ନୃତ୍ୟଶିଳ୍ପୀ ଏବଂ ପେଶାରେ ଜଣେ ମଡେଲ୍।