ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା (India Vs Sri Lanka) ମଧ୍ୟରେ ୧୮ ଜୁଲାଇରୁ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯିବ । ଇଂଲଣ୍ଡ ଗସ୍ତରୁ ଫେରିଥିବା ଶ୍ରୀଲଙ୍କା ଦଳ  (Sri Lanka Cricket Team) କ୍ୱାରେଣ୍ଟିନ ଅବଧି ଶେଷ ହେବା ପରେ ଫିଲ୍ଡରେ ନିଜର ଅଭ୍ୟାସ ଆରମ୍ଭ କରିଛି । ଯଦିଓ ଶ୍ରୀଲଙ୍କା ଦଳରେ କୋରୋନା ଭାଇରସର (Coronavirus) ଭୟ ସ୍ପଷ୍ଟ ଦେଖାଯାଉଛି । ଇଂଲଣ୍ଡ ଗସ୍ତରୁ ଫେରିବା ପରେ ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର (Grant Flower) ଓ ଡାଟା ଆନାଲିଷ୍ଟ ଜି.ଟି ନିରୋଶାନ କରୋନା ପଜିଟିଭ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଶ୍ରୀଲଙ୍କାର କୋଚ୍ ମାନେ କୋରୋନାର ବିପଦକୁ ଏଡାଇବା ପାଇଁ ପିପିଇ କିଟ୍, ମାସ୍କ ଓ ଗ୍ଲୋଭସ୍ ପିନ୍ଧି ଖେଳାଳିମାନଙ୍କୁ ତାଲିମ ଦେଉଛନ୍ତି । କ୍ରିକେଟ୍ ପଡ଼ିଆରେ ଏହା ପ୍ରଥମ ଥର ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ (Sri lanka cricket board) ଅଭ୍ୟାସ ସେସନର ଭିଡିଓ ୟୁଟ୍ୟୁବରେ ସେୟାର କରିଛି । ଏହି ଭିଡିଓରେ କୋଚ୍ ଓ ସପୋର୍ଟ ଷ୍ଟାଫମାନେ ପିପିଇ କିଟ୍ (PPE kit) ପିନ୍ଧିଥିବାର ନଜର ଆସିଛନ୍ତି । ଶ୍ରୀଲଙ୍କା ଦଳରେ କୋରୋନା ମାମଲା ଆସିବା ପରେ ଭାରତ ଓ ଶ୍ରୀଲଙ୍କା (India Vs Sri Lanka) ମଧ୍ୟରେ ହେବାକୁ ଥିବା ସିରିଜକୁ ପାଞ୍ଚ ଦିନ ବୃଦ୍ଧି କରିବାକୁ ପଡିଥିଲା । ପ୍ରଥମେ ସିରିଜ୍ ୧୩ ଜୁଲାଇରେ ଆରମ୍ଭ ହେବାର ଥିଲା । ଶିଖର ଧାୱନଙ୍କ (Shikhar Dhawan) ନେତୃତ୍ୱରେ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ସହିତ ଶ୍ରୀଲଙ୍କା ଗସ୍ତର ନିଜର ମ୍ୟାଚ ଆରମ୍ଭ କରିବ । ପ୍ରଥମ ODI ମ୍ୟାଚ୍ ୧୮ ଜୁଲାଇରୁ ଖେଳାଯିବ । ଏହା ପରେ ୨୫ ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଧ୍ୟ ଖେଳାଯିବ । ODI ଓ ଟି-୨୦ ର ସମସ୍ତ ମ୍ୟାଚ୍ କଲମ୍ବୋର ପ୍ରସିଦ୍ଧ ଆର ପ୍ରେମାଦାସା ଷ୍ଟାଡିୟମରେ (R. Premadasa Stadium) ଖେଳାଯିବ ।



ଅସୁବିଧାରେ ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର
ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଇଂଲଣ୍ଡରୁ ଆସିବା ପରେ କୋଭିଡ-୧୯ ପଜିଟିଭ୍ ବୋଲି ଜଣାପଡିବା ପରେ ବର୍ତ୍ତମାନ ଫ୍ଲାୱାର ବିରୋଧରେ ଏକ ଶୃଙ୍ଖଳାଗତ ତଦନ୍ତ କରାଯିବ । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଜାଣିବାକୁ ଚାହୁଁଛି ଯେ ପୂର୍ବତନ ଜିମ୍ବାୱେ କ୍ରିକେଟର କିପରି ପ୍ରଥମେ ଏହି ଭୂତାଣୁ ସଂସ୍ପର୍ଶରେ ଆସିଥିଲେ ଓ ସେ ଇଂଲଣ୍ଡର କୌଣସି କୋଭିଡ ପ୍ରୋଟୋକଲକୁ ଉଲ୍ଲଂଘନ କରିଛନ୍ତି କି ନାହିଁ । ଫ୍ଲାୱାରଙ୍କ କ୍ୱାରେଣ୍ଟିନ ଅବଧି ଶେଷ ହେବା ପରେ ଏହି ତଦନ୍ତ କରାଯିବ ।


ଅଧିକ ପଢ଼ନ୍ତୁ: କୋରୋନାକୁ ନେଇ କଠୋର ହେଲା କେନ୍ଦ୍ର, ରାଜ୍ୟମାନଙ୍କ ପାଇଁ ଜାରିକଲା ଆଡଭାଇଜରୀ