T20 World cup 2022, ନୂଆଦିଲ୍ଲୀ: ରବିବାର ପର୍ଥରେ T20 World cup 2022ର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ୫ ୱିକେଟରେ ପରାସ୍ତ କରିଛି। ତେବେ ଏହି ମ୍ୟାଚ ଜିତିବା ଭାରତ ପାଇଁ ଯେତିକି ଗୁରୁତ୍ୱ ଥିଲା ପାକିସ୍ତାନ ପାଇଁ ତାଠାରୁ ଅଧିକ ମହତ୍ୱପୂର୍ଣ୍ଣ ଥିଲା। ତେବେ ଭାରତ ପରାଜୟ ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ନିରାଶ ହୋଇଛନ୍ତି। ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ପରିଚିତ ସୋଏବ ଅଖତର ସୋସିଆଲ ମିଡିଆରେ ପୁଣି ଥରେ କ୍ଷଭୋ ପ୍ରକାଶ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆ ଗ୍ରୁପ ୨ର ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଖସିଛି। ଆଉ ନେଦରଲାଣ୍ଡକୁ ୬ ୱିକେଟରେ ହରାଇବା ପରେ ମଧ୍ୟ ପାକିସ୍ତାନ ୫ମ ସ୍ଥାନରେ ରହିଛି। ଭାରତର ପରାଜୟ ପରେ ପାକିସ୍ତାନର ସେମି ଖେଳିବା ଆଶା ଧୂଳିସାତ ହୋଇଛି। ଆଉ ଟିମ୍ ଇଣ୍ଡିଆର ଏହି ପରାଜୟକୁ ନେଇ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଅତ୍ୟନ୍ତ ନିରାଶ ହୋଇଛନ୍ତି। ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ କହିଛନ୍ତି ଯେ, ଭାରତ ପାକିସ୍ତାନକୁ ହତ୍ୟା କରିଛି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲିଂରେ ଟିମ୍ ଇଣ୍ଡିଆର ବ୍ୟାଟରମାନେ ଧରାଶାୟୀ ହୋଇଛନ୍ତି। 


Also Read: IND vs SA: ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ


ସୋଏବ ଅଖତର କହିଛନ୍ତି ଯେ, ଟିମ ଇଣ୍ଡିଆର ବ୍ୟାଟରମାନେ ଟିକେ ଧୌର୍ଯ୍ୟ ରଖିଥିଲେ ସ୍କୋର ୧୫୦ ପର୍ଯ୍ଯନ୍ତ ଯାଇଥାନ୍ତା। ଟିମ ଇଣ୍ତିଆ ପାକିସ୍ତାନକୁ ମାରିଦେଲା। ଏହି ପିଚରେ ଖେଳିବା ସହଜ ନୁହେଁ, ତଥାପି ଭାରତୀୟ ବ୍ୟାଟରମାନେ ସମସ୍ତଙ୍କୁ ନିରାଶ କରିଛନ୍ତି। ପାକିସ୍ତାନର ସେମି ସ୍ୱପ୍ନ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇଥିଲେ ପାକିସ୍ତାନକୁ ସୁଯୋଗ ମିଳିଥାନ୍ତା। କିନ୍ତୁ ପାକିସ୍ତାନ ଦଳ ଆଗରେ ଯାତ୍ରା ପ୍ରାୟ ଶେଷ ହୋଇଛି। ଦକ୍ଷିଣ ଆଫ୍ରିକା ଏବେ ପାକିସ୍ତାନକୁ ହରାଇପାରେ ବୋଲି ସୋଏବ କହିଛନ୍ତି। ଏହା ସତ୍ତ୍ୱେ ସେ ତାଙ୍କ ଦଳକୁ ସମର୍ଥନ କରିବେ। କେବଳ ଏତିକି ନୁହେଁ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନକୁ ବିଚାର କରି ସେ ସେମାନଙ୍କୁ ବିଶ୍ୱକପ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ବୋଲି ମଧ୍ୟ କହିଛନ୍ତି।


T20 World cup 2022ରେ ଟିମ୍ ଇଣ୍ଡିଆରେ ଆଉ ଦୁଇଟି ମ୍ୟାଚ୍ ଖେଳିବ। ଦଳ ପ୍ରଥମେ ଆଡିଲେଡରେ ବାଂଲାଦେଶ ସହ ମୁହାଁମୁହିଁ ହେବ। ଏହି ମ୍ୟାଚ୍ ନଭେମ୍ବର ୨ରେ ଖେଳାଯିବ। ତାପରେ ଟିମ୍ ଇଣ୍ଡିଆ ନଭେମ୍ବର ୬ରେ ଜିମ୍ବାୱେ ବିପକ୍ଷରେ ସୁପର-୧୨ର ଶେଷ ମ୍ୟାଚରେ ଖେଳିବ। ବର୍ତ୍ତମାନ ଦଳ ଉଭୟ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ ଉପରେ ଫେରିବାରୁ ସୁଯୋଗ ରହିଛି। ଭାରତ ତାର ୩ଟି ମ୍ୟାଚରୁ ଦୁଇଟି ଜିତି ଥିବା ବେଳେ ଗୋଟିଏ ହାରିଛି। ଭାରତ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଗ୍ରୁପ-୨ରେ ଥିବା ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ ଟପରେ ଅଛନ୍ତି।