Virat Kohli Net Worth News In Odia: କ୍ରିକେଟର ବିରାଟ (Cricketer Virat Kohli) କୋହଲିଙ୍କୁ କିଏ ବା ନଜାଣେ। କିଙ୍ଗ୍ କୋହଲି ପଡିଆରେ ଛକା ଚୌକାର ବର୍ଷା କରି ଫ୍ୟାନ୍ସଙ୍କ ମନ ଜିଣୁଥିବା ବେଳେ ତାଙ୍କ ଲାଇଫଷ୍ଟାଇଲକୁ ନେଇ ସେ ମଧ୍ୟ ଅଧିକ ଚର୍ଚ୍ଚାରେ ଥାନ୍ତି । ବିରାଟ କୋହଲି କେବଳ ଏକ ରନ୍ ମେସିନ୍ ନୁହେଁ ବରଂ ତାଙ୍କୁ ମନି ମେସିନ୍ ମଧ୍ୟ କୁହାଯାଏ (Virat Kohli Networth)। ତାଙ୍କ ରୋଜଗାର ଜାଣି ଆପଣଙ୍କ ହୋସ ମଧ୍ୟ ଉଡିଯିବ!ତେବେ ଆସନ୍ତୁ ଜାଣିବା ବିରାଟ୍ ଦୈନିକ କେତେ ରୋଜଗାର କରନ୍ତି । ଏବଂ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ କୋଟି ହେବ(Virat Kohli Networth)। 


COMMERCIAL BREAK
SCROLL TO CONTINUE READING

୨୦୨୩ ବର୍ଷର ଆକଳନ ଅନୁଯାୟୀ, ବିରାଟ କୋହଲିଙ୍କର ମୋଟ୍ ସମ୍ପତ୍ତିର (Virat Kohli Networth) ପ୍ରାୟ ୧୦୧୦ କୋଟି ଟଙ୍କା ହେବ (Virat Kohli Net Worth)। ଫୋର୍ବସ୍, ଆମେରିକାର ଏକ ବିଜନେସ୍ ମାଗାଜିନ୍ ୨୦୨୦ ମସିହାରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ, ବିସିସିଆଇ ସହିତ ତାଙ୍କର ଏ-ପ୍ଲସ୍ ଚୁକ୍ତି ଅଛି, ଯେଉଁଥିରେ ସେ ବାର୍ଷିକ ପ୍ରାୟ ୮୧ କୋଟି ଟଙ୍କା ପାଆନ୍ତି। 


 




Also Read: Raghav Chaddha Net Worth: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପରିଣିତିଙ୍କ ଭାବି ସ୍ବାମୀ ରାଘବ!


Also Read: Road Accident: ଅଶୁଭ ଶନିବାର! ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୫ ଜୀବନ


 


ବିରାଟ କୋହଲି କେବଳ ବିସିସିଆଇ(BCCI)ରୁ ନୁହେଁ ବରଂ ଆଇପିଏଲରୁ(IPL) ମଧ୍ୟ ବହୁତ ରୋଜଗାର କରନ୍ତି। ଭାରତରେ ଆଇପିଏଲ୍ ଆରମ୍ଭ ହେବା ଦିନଠାରୁ କୋହଲି(Royal Challengers Bangalore)ଟିମରେ ଖେଳି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ କିଙ୍ଗ କୋହଲି ସେହି ଟିମରେ ଖେଳୁଛନ୍ତି । ଏ-ପର୍ଯ୍ୟନ୍ତ ସେ ଆଇପିଏଲରୁ ପ୍ରାୟ ୧୭୩ କୋଟି ଟଙ୍କା ରୋଜଗାର କରିଛନ୍ତି। ସେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି। ବିରାଟ କୋହଲି ୨୦୦୮ ମସିହାରେ ୧୨ ଲକ୍ଷ ଟଙ୍କା ବେତନ ସହ ଆଇପିଏଲରେ ଖେଳ ଆରମ୍ଭ କରିଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ୨୦୨୧ ପର୍ଯ୍ୟନ୍ତ ସେ ଗତ ଚାରି ବର୍ଷ ପାଇଁ ୧୭ କୋଟି ଟଙ୍କାରେ ଆଇପିଏଲରେ ଖେଳୁଥିଲେ। 


ବିରାଟ କୋହଲି ପ୍ରାୟ ୧୮୦ କୋଟି ଟଙ୍କା ଏକ କମ୍ପାନୀରେ ବିନିଯୋଗ କରିଛନ୍ତି ଏବଂ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ ୪୨ କୋଟି ଟଙ୍କା ରହିଛି। କେବଳ କ୍ରୀଡା ନୁହେଁ, ବିରାଟ କୋହଲି ବିଜ୍ଞାପନରୁ(advertisement) ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେ ପୁମା, ଏମଆରଏଫ, ଅଡି, ଟିସୋଟ, ଟୟୋଟା, ବୁଷ୍ଟ ଡ୍ରିଙ୍କ୍, ବିଏସଏଫ (ସୀମା ସୁରକ୍ଷା ବଳ), ଫାସଟ୍ରାକ୍, ନାଇକ୍, ରେଡ୍ ଚିଫ୍ ଜୋତା, ମ୍ୟାନଭର୍, ଟିଭିଏସ୍, ଫେୟାର ଆଣ୍ତ ଲଭଲି, ପେପସି ବିଜ୍ଞାପନ, ଫ୍ଲାଇଙ୍ଗ୍ ମେସିନ୍ ଭଳି କମ୍ପାନୀ ଗୁଡିକ ପାଇଁ ବିଜ୍ଞାପନ କରିଛନ୍ତି।  ବିରାଟ କୋହଲି କେବଳ ସମ୍ପତ୍ତି ଦୃଷ୍ଟିରୁ ନୁହେଁ ବିରାଟଙ୍କ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ଅନ୍ୟସେଲିବ୍ରଟିଙ୍କ ଠାରୁ ଖୁବ ଆଗରେ ରହିଛନ୍ତି।  ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କୁ ମୋଟ ୧୩.୪ କୋଟି ଅନୁସରଣକାରୀ ଅନୁସରଣ କରୁଛନ୍ତି। ସଚିନ ତେନ୍ଦୁଲକରଙ୍କ ସହ ସମାନ ବିଜ୍ଞାପନ ପାଇଁ ଦିନକୁ ୨ କୋଟି ଟଙ୍କା ଆଦାୟ କରିଥାନ୍ତି। ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନୀ ଦିନକୁ ମାତ୍ର ୧.୫ କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲେ। 


କ୍ରିକେଟର ବିରାଟ କୋହଲିଓ ଅଭିନେତ୍ରୀ ଅନୁଷ୍କା ଶର୍ମା । ସେମାନେ ନିଜର ଲାଇଫ ଷ୍ଟାଇଲକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ୨୦୧୭ ମସିହା ଡିସେମ୍ବର ୧୧ରେ କ୍ରିକେଟ୍‌ ତାରକା ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଇଟାଲିଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିରୁଷ୍କା ଇଟାଲିର ମିଲନଠାରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକ ଶିଶୁକନ୍ୟାର ମାତାପିତା ହୋଇସାରିଛନ୍ତି। ସୋସିଆଲ ମିଡିଆ ଠାରୁ ଉଭୟେ ଦୂରେଇ ରହି ନିଜ ଝିଅ ଭାମିକା ସହ ଅଧିକ ସମୟ ବିତାଉଛନ୍ତି। ନିକଟରେ ଅନୁଷ୍କା ବିରାଟଙ୍କରଙ୍କୁ ଭଲ ପାଇବାର ପ୍ରଥର କାରଣ ନିଜ ଫ୍ୟାନ୍ସଙ୍କୁ ଏକ ଇଭେଣ୍ଟରେ କହିଥିଲେ। ସେ କହିଛନ୍ତି ଆମେ ଡେଟିଂ ଆରମ୍ଭ କରିବା ପୂର୍ବରୁ କିଛି ଜିନିଷ ଯାହା ମୋତେ ବହୁତ ପ୍ରଭାବିତ କରିଥିଲା, ତାହା ବିରାଟଙ୍କ ସ୍ମରଣଶକ୍ତି ଥିଲା। ମୁଁ ଭାବିଥିଲି, ବିରାଟଙ୍କ ସ୍ମରଣଶକ୍ତି ବହୁତ ଭଲ। ଆଗକୁ ଯାଇ ମୋତେ ଏହା ବହୁତ ସାହାଯ୍ୟ କରିବ।”