Road Accident: ଅଶୁଭ ଶନିବାର! ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୫ ଜୀବନ
Advertisement

Road Accident: ଅଶୁଭ ଶନିବାର! ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୫ ଜୀବନ

Road Accident In Odia: ଚାହୁଁ ଚାହୁଁ ଲିଭିଗଲା ୨ ଜୀବନ ଦୀପ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। ଅଜଣା ଗାଡି ଧକ୍କାରେ(Road Accident) ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି(Two Youths Die in Road Accident) । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । ସେପଟେ ଯାଜପୁରରେ ମଧ୍ୟ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ତିନି ସାଙ୍ଗଙ୍କ ଜୀବନ ଯାଇଛି। ପଢନ୍ତୁ ଏହି ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident In Odia: ବାଟରେ ଛକି ଥିଲା ଯମ । ନେଇଗଲା ଦୁଇ ନୀରିହ ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। ଚାହୁଁ ଚାହୁଁ ଲିଭିଗଲା ଜୀବନ ଦୀପ । ଅଜଣା ଗାଡି ଧକ୍କାରେ(Road Accident) ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି(Two Youths Die in Road Accident) । ଭଦ୍ରକ (Bhadrak)୧୬ ନଂ ଜାତୀୟ (NH16) ରାଜପଥ ନଳାଙ୍ଗ ଛକ ରିଲିଆନସ୍ ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । 

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ଏକ ବାଇକ ଯୋଗେ ଦୁଇ ଜଣ ଯୁବକ ଢେଙ୍କାନାଳ ଯାଉଥିଲେ। ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟସ୍ଥ ରିଲିଆନସ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ସେମାନଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଵାଇକ ଆରୋହୀ ରାସ୍ତା କଡକୁ ଛିଟକି ପଡିଥିଲେ। ସ୍ଥାନୀୟ ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ରକ୍ତ ଜୁଡୁବୁଡ ଅଵସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଉଭୟଙ୍କ ବୟସ ୧୯ରୁ ୨୦ ବର୍ଷ ହେବ। ମୃତ ଦୁଇ ଯୁବକ ଙ୍କ ନାମ ବିଶ୍ୱଜିତ ରାଉତ୍ ଓ ସାନୁ ସ୍ୱାଇଁ ଉଭୟଙ୍କ ଘର ଢେ଼ଙ୍କାନାଳ ପର୍ବତୀଆ ଓ ଆଠଗଡ଼ ବୋଲି ସୂଚନା ମିଳିଛି। ଉଭୟ ଯୁବକ ଧାନ କଟା ମେସିନରେ ଅପରେଟର ଭାବରେ କାର୍ଯ୍ଯ କରନ୍ତି ବୋଲି ସୂଚନା ମିଳିଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭର ଫେରାର ଥିବା ଜଣାପଡିଛି । ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି । 

Also Read: Diabetes: ମଧୁମେହ ରୋଗୀ ତରଭୁଜ ଖାଇବା ଉଚିତ୍ କି ନୁହେଁ? ପଢନ୍ତୁ ଏହି ରିପୋର୍ଟ...

Also Read: Sachin Tendulkar: ସଚିନ୍ ତେନ୍ଦୁଲକର ରୁଜୁ କଲେ ଏଫ୍ଆଇଆର, ଏ ମାମଲା ପାଇଁ ପୋଲିସ ପାଖରେ ପହଞ୍ଚିଥିଲେ 'କ୍ରିକେଟର ଭଗବାନ'

ସେହିପରି ଆଜି ମଧ୍ୟ ଏକ ଭୟଙ୍କର ସଡକ ଦୁର୍ଘଟଣା  ଯାଜପୁର ଜିଲ୍ଲାରେ ଘଟିଛି ।  ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ତିନି ସାଙ୍ଗଙ୍କ ଜୀବନ ଏକ ସଡ଼କ ଦୁର୍ଘଟଣାର ଚାଲି ଯାଇଛି। ଯାଜପୁର (Jajpur) ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ମୃତକ ମାନେ ହେଲେ ଧର୍ମଶାଳା ଥାମା ମାନତିରା ଗ୍ରାମର  ଅଭିଷେକ ସର, ଜଗତପୁର ଅଞ୍ଚଳର  ଦେବାଷିଶ ନାୟକ ଓ ଧର୍ମଶାଳା ବ୍ଲକ ଚଡ଼େଇଧରାର ଅଞ୍ଚଳ ସାହୁ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ସାଙ୍ଗ ହୋଇ ଏକ ପଲସର ବାଇକ (Bike) ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ । ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଠିକ୍ ଏହି ସମୟରେ ଏକ ଅଜଣା ଗାଡ଼ି ଉପରରୁ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜି ଥିଲେ ତିନି ସାଙ୍ଗ । ତେବେ ଖବର ପାଇଁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ି ବିଷୟରେ କୌଣସି ସୂଚନା ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।