Advertisement
Photo Details/zeeodisha/odisha1692193
photoDetails0hindi

Raghav Chaddha Net Worth: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପରିଣିତିଙ୍କ ଭାବି ସ୍ବାମୀ ରାଘବ!

Raghav Chaddha Vs Parineeti Chopra Net Worth News In Odia: ଆପ ସାଂସଦ ରାଘବ ଚଢା (AAP Mp Raghav Chaddha)। ବୃତ୍ତିରେ ଜଣେ ରାଜନେତା । ତେବେ, ଏହି ରାଜନେତାଙ୍କ ନାଁ ବଲିଉଡର ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ(Parineeti Chopra) ସହ ଯୋଡି ହୋଇଛି । ଖୁବ ଶିଘ୍ର ଏମାନେ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ଏନେଇ ଦୁହେଁ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାଁନ୍ତି ।

1/5

MyNeta.info ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ନିର୍ବାଚନରେ ​​ନାମାଙ୍କନ ପତ୍ର ଦାଖଲ ସମୟରେ ରାଘବ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ ରହିଛି ସେନେଇ ବିବରଣୀ ପ୍ରଦାନ କରିଥିଲେ।  ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କର ପ୍ରାୟ ୩୭ ଲକ୍ଷ ଟଙ୍କା ସମ୍ପତ୍ତି ଅଛି  । 

2/5

ରାଘବ ଚଢାଙ୍କ ଆଫିଡେଭିଟ୍ ଅନୁଯାୟୀ ତାଙ୍କର ମୋଟ ଚଳନ ସମ୍ପତ୍ତି ୩୬,୯୯,୪୭୧ ଟଙ୍କା ରହିଛି। ଏହା ଆଶ୍ଚର୍ଯ୍ୟ  ଯେ, ରାଘବଙ୍କର କୈଣସି ପ୍ରକାର ସ୍ଥାବର ଅସ୍ଥାବର ସମ୍ପତ୍ତି ନାହିଁ । ଯେପରିକି ଜମି ଓ ଘର । 

3/5

ରାଘବଙ୍କର କେବଳ ଗୋଟିଏ ମାରୁତି ସ୍ବିଫ୍ଟ କାର ରହିଛି । ଏବଂ ୯୦ ଗ୍ରାମର ସୁନା ଅଳଙ୍କାର ରହିଛି। ଯାହାର ମୂଲ୍ୟ ୪,୯୫,୦୦୦ ଟଙ୍କା । 

 

4/5

ଏଥି ସହିତ ରାଘବ ଚଢା ତାଙ୍କ ଆଫିଡେଭିଟରେ ଦର୍ଶାଇଥିଲେ ଯେ, ବ୍ୟାଙ୍କରେ ତାଙ୍କର ମୋଟ ଜମା ୧୪,୫୭,୮୦୬ ଟଙ୍କା ରହିଛି।  ସେହି ସମୟରେ ତାଙ୍କ ପାଖରେ ୩୦,୦୦୦ ଟଙ୍କା ନଗଦ ରହିଛି ।

5/5

ଏ-ହା ବ୍ୟତୀତ, ସେ ଅନ୍ୟ ସମ୍ପତ୍ତିରୁ ଦାବି ଏବଂ ସୁଧ ଭାବରେ  ୮,୯୬,୩୮୯ ଟଙ୍କା ତାଙ୍କ ପାଖରେ ରହିଛି । ରାଘବଙ୍କର ଏକ ଜୀବନ ବୀମା ପଲିସି ମଧ୍ୟ ରହିଛି । ୫୨ ହଜାର ୮୩୯ ଟଙ୍କା ଜୀବନ ବୀମା ପଲିସି  ତାଙ୍କ ନାଁରେ ରହିଛି । ରାଘବଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।