Odisha କ୍ରିକେଟ ଟିମର ନୂଆ ବସ୍ Wasim Jaffer
ଜଣେ ଟପ୍ ପରଫର୍ମର ଭାବେ ତାଙ୍କର ବେଶ୍ ନାଁ ମଧ୍ୟ ରହିଛି । ସେଥିପାଇଁ ଓସିଏ ତାଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ଓଡ଼ିଶା କ୍ରିକେଟରେ ୱାସିମଙ୍କ ପରି ଖେଳାଳି ସାମିଲ୍ ହୋଇଥିବାରୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଖେଳାଳି ଓ ସମୀକ୍ଷକ ।
ଜଗନ୍ନାଥ ପାତ୍ର, କଟକ: ଦୁଇ ବର୍ଷ ପାଇଁ ଓଡ଼ିଶା ସିନିୟର ଟିମର ମୁଖ୍ୟ କୋଚ୍ ହେବେ ୱାସିମ୍ ଜାଫର । ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଇଛି ଓସିଏ । ତାଙ୍କଠାରୁ ବ୍ୟାଟିଂ ତାଲିମ୍ ପାଇବେ ଖେଳାଳି । ଆସନ୍ତା ଦିନରେ ଓଡ଼ିଶାର ପରଫରମାନ୍ସ ବେଶ୍ ଭଲ ରହିବ ବୋଲି ଆଶା କରାଯାଉଛି । ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ୱାସିମ ଜାଫର, ଅନ୍ତର୍ଜାତୀୟ କ୍ରିକେଟ ଅପେକ୍ଷା ଘରୋଇ କ୍ରିକେଟରେ ତାଙ୍କର ଦମଦାର ପ୍ରଦର୍ଶନ ରହିଛି । ଜଣେ ଟପ୍ ପରଫର୍ମର ଭାବେ ତାଙ୍କର ବେଶ୍ ନାଁ ମଧ୍ୟ ରହିଛି । ସେଥିପାଇଁ ଓସିଏ ତାଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ଓଡ଼ିଶା କ୍ରିକେଟରେ ୱାସିମଙ୍କ ପରି ଖେଳାଳି ସାମିଲ୍ ହୋଇଥିବାରୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଖେଳାଳି ଓ ସମୀକ୍ଷକ ।
ୱାସିମ ଜାଫର । ଟିମ୍ ଇଣ୍ଡିଆ (Team India) ର ପୂର୍ବତନ କ୍ରିକେଟର । ଓଡ଼ିଶା ସିନିୟର କ୍ରିକେଟ ଟିମର ନୂଆ କୋଚ୍ । ଦୁଇବର୍ଷ ପାଇଁ ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି । ଏଣିକି ୱାସିମଙ୍କ ଠାରୁ ତାଲିମ୍ ପାଇବେ ଓଡ଼ିଶା କ୍ରିକେଟର । ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଦର୍ଶନ ଏତେଟା ଭଲ ନଥିବା ବେଳେ ଘରୋଇ କ୍ରିକେଟରେ ସେ ବାଦଶାହ । ୪୩ ବର୍ଷୀୟ ୱାସିମ ଜାଫର (Wasim Jaffer) ଭାରତ ପାଇଁ ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ଖେଳିଛନ୍ତି । ଦିନିକିଆରେ ମାତ୍ର ୧୦ ରନ୍ କରିଥିବା ବେଳେ ଟେଷ୍ଟରେ ୫ଟି ଶତକ ସହ କରିଛନ୍ତି ୧୯୪୪ ରନ୍ ।
Also Read: ଯଦି ଆତ୍ମହତ୍ୟା ନୁହେଁ ତାହେଲେ ସୌମ୍ୟଙ୍କୁ ମାରିଲା କିଏ ?
ତେବେ ଫାଷ୍ଟକ୍ଲାସ୍ କ୍ରିକେଟର ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ୨୬୦ ମ୍ୟାଚରୁ ୧୯, ୪୧୦ ରନ୍ କରିଛନ୍ତି ଏହି ମହାନ୍ କ୍ରିକେଟର । କେବଳ ସେତିକି ନୁହେଁ ବାଂଲାଦେଶ, ଉତ୍ତରାଖଣ୍ଡ ଏବଂ ଆଇପିଏଲ (Indian Premier League) ରେ କିଙ୍ଗସ୍ ଏକାଦଶର କୋଚ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜାଫର କ୍ୟାରିୟରରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ସେ ଖେଳାଳିଙ୍କୁ ଭଲ ତାଲିମ୍ ଦେଇପାରିବେ । ତେଣୁ ସେଭଳି କ୍ରିକେଟରଙ୍କୁ କୋଚ୍ ଭାବେ ନିଯୁକ୍ତି ମିଳିଥିବା କହିଛନ୍ତି ସିଇଓ । ସେପଟେ ୱାସିମଙ୍କ ଓଡ଼ିଶା କ୍ରିକେଟ (Odisha Cricket) ରେ ଏଣ୍ଟ୍ରିକୁ ସ୍ୱାଗତ କରିଛନ୍ତି ଖେଳାଳି ଓ କ୍ରିକେଟ୍ ସମୀକ୍ଷକ।
Also Read: 'Bar'କୁ No, Restaurant କୁ Yes
ତାଙ୍କଠାରୁ ବ୍ୟାଟିଂର ନୂଆ ଟେକନିକ୍ ପାଇପାରିବେ ଖେଳାଳି । ସେପଟେ, ବୋଲିଂ ଡିପାର୍ଟମେଣ୍ଟ ପାଇଁ ସ୍ୱତନ୍ତ୍ର କୋଚ୍ ନିଯୁକ୍ତି ପାଇଁ ପରାମର୍ଶ ଦେଇଛନ୍ତି ସମୀକ୍ଷକ । ଆସନ୍ତା ୨୨ ତାରିଖରେ ଓସିଏରେ ଯୋଗଦେବେ ୱାସିମ ଜାଫର । ଓସିଏ (Odisha Cricket Association)କର୍ମକର୍ତ୍ତା ଏବଂ ଖେଳାଳିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।