'Bar'କୁ No, Restaurant କୁ Yes
Advertisement
Article Detail0/zeeodisha/odisha943037

'Bar'କୁ No, Restaurant କୁ Yes

ସ୍ପା, ଜିମ୍ ଓ ପାର୍ଲର ଖୋଲିବାକୁ ଅନୁମତି ଦେଇ କିଛିମାତ୍ରାରେ ଜନ ଅସନ୍ତୋଷକୁ ମ୍ୟାନେଜ୍ କରିଛନ୍ତି । ମାତ୍ର ପୂର୍ବ ଭଳି ବିବାହ, ଶୁଦ୍ଧିକ୍ରିୟା ଉପରେ ଲଗାଯାଇଥିବା କଟକଣାକୁ ବଳବତ୍ତର ରଖିଛନ୍ତି । 

'Bar'କୁ No, Restaurant କୁ Yes

ନୂଆଦିଲ୍ଲୀ: କୋରୋନା ସ୍ଥିତି ଏବେ ବି କଣ୍ଟ୍ରୋଲକୁ ଆସିନି । ତା ଉପରେ ପୁଣି ତୃତୀୟ ଲହର ଡର । ଏଭଳି ସ୍ଥିତିରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅନଲକକୁ ପୂର୍ଣ୍ଣ ସମର୍ଥନ କରିନାହାନ୍ତି। କି ନେଇନାହାନ୍ତି ରିସ୍କ । ଅଗଷ୍ଟ ପହିଲା ଯାଏଁ ଆଂଶିକ ଲକଡାଉନ ଲଗାଇବା ସହ ପୂର୍ବରୁ ଲାଗୁ କେତେକ କଟକଣାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ଜାରି ନୂଆ ଗାଇଡଲାଇନରେ ସାରା ରାଜ୍ୟରେ ବସ ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି । ଏଥିସହ ସ୍ପା, ଜିମ୍ ଓ ପାର୍ଲର ଖୋଲିବାକୁ ଅନୁମତି ଦେଇ କିଛିମାତ୍ରାରେ ଜନ ଅସନ୍ତୋଷକୁ ମ୍ୟାନେଜ୍ କରିଛନ୍ତି । ମାତ୍ର ପୂର୍ବ ଭଳି ବିବାହ, ଶୁଦ୍ଧିକ୍ରିୟା ଉପରେ ଲଗାଯାଇଥିବା କଟକଣାକୁ ବଳବତ୍ତର ରଖିଛନ୍ତି । ଅର୍ଥାତ୍ ମଲ୍ କି ସିନେମା ହଲରେ ପଡ଼ିଥିବା ତାଲା ଏଥର ବି ଫିଟିପାରିନାହିଁ। 

ରାଜ୍ୟରେ କୋରୋନା କେସ୍ ତଳକୁ ଖସୁଛି, କିନ୍ତୁ ଜାରି ରହିଛି ମୃତ୍ୟୁର ତାଣ୍ଡବ । ତା'ଉପରେ ତୃତୀୟ ଲହର (Third Wave) ଚେତାବନୀ । ଏ ସବୁକୁ ଦୃଷ୍ଟିରେ ରଖି ଏଥର ମଧ୍ୟ ରିସ୍କ୍ ନେଇନାହାଁନ୍ତି ରାଜ୍ୟ ସରକାର । ଜୁଲାଇ କଟକଣାରେ ସାମାନ୍ୟ ପରିବର୍ତ୍ତନ ଆଣି ଜାରି କରିଛନ୍ତି ନୂଆ ଗାଇଲାଇନ । ଆଉ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ବଢ଼ାଯାଇଛି ଆଂଶିକ ଲକଡାଉନ୍ (Lockdown)। ତେବେ ପୂର୍ବଭଳି ୩୦ ଜିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ରଖାଯାଇଛି । ଏଥର କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ ଜିଲ୍ଲା ରହିଛି । 

Also Read: JEE Main ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ସ୍ଥଗିତ ହେଲା, ବର୍ତ୍ତମାନ ଏହି ତାରିଖରେ ଅନୁଷ୍ଠିତ ହେବ

କ୍ୟାଟେଗୋରୀ-ଏ ଜିଲ୍ଲାରେ ସପ୍ତାହର ୭ଦିନ ଯାକ ଦୋକାନ ଖୋଲା ରହିବ । କିନ୍ତୁ କ୍ୟାଟେଗୋରୀ-ବି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ସହ ସପ୍ତାହକୁ ୫ଦିନ ଦୋକାନ ବଜାର ଖୋଲିବ । ଏହାଛଡ଼ା ନୂଆ ଗାଇଡଲାଇନରେ ବସ୍ ଚଳାଚଳକୁ ପୂର୍ଣ୍ଣ ଅନୁମତି ମିଳିଛି । ଏଣିକି ସାରା ରାଜ୍ୟରେ ବସ୍ ସହ ଅଟୋ, ଟ୍ୟାକ୍ସି ଚଳାଚଳ କରିପାରିବ । ଯେତିକି ସିଟ୍ ସେତିକି ଯାତ୍ରୀ ବସରେ ଯାତ୍ରା କରିପାରିବେ । ତେବେ ବାହୁଡ଼ା (Bahuda Yatra)ଓ ସୁନାବେଶ (SunaBesa) କୁ ନଜରରେ ରଖି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପୁରୀକୁ ବସ୍ ଚଳାଚଳ ଉପରେ ରୋକ୍ ଲଗାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ବସ ଚଳାଚଳକୁ ଅନୁମତି ମିଳିଥିବାରୁ ରାଜ୍ୟ ବସ୍ ମାଲିକ ସଂଘ ବି ଖୁସ୍ ।

Also Read: President Election ଲଢିବାକୁ ନେଇ ଏପରି କହିଲେ Sharad Pawar

ଏବେ ଆସନ୍ତୁ ନଜର ପକାଇବା ନୂଆ ଗାଇଡଲାଇନରେ କ'ଣ ସବୁ ଖୋଲା ଓ  କ'ଣ ବନ୍ଦ । ପୂର୍ବରୁ କୋରୋନା କଟକଣା ଭିତରେ ଥିବା ଜିମ୍, ବିୟୁଟିପାର୍ଲର, ସ୍ପା ଆଦି ଖୋଲି ପାରିବ । ଉଭୟ ଇନଡୋର-ଆଉଟଡୋର୍ ଫିଲ୍ମ ସୁଟିଂ ଓ ଆଉଟ୍ ଡୋର୍ ସ୍ପୋର୍ଟସ୍ ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । କଟକଣା ଭିତରେ ରେଷ୍ଟୁରାଣ୍ଟ ଖୋଲିବ, କିନ୍ତୁ ଗ୍ରାହକ ବସି ଖାଇପାରିବେ ନାହିଁ । କେବଳ ପାର୍ସଲକୁ ଅନୁମତି ମିଳିଛି । ତେବେ ପୂର୍ବଭଳି ପାର୍କ, ସପିଂ ମଲ୍ (Shopping Mall) , ସିନେମା ହଲ୍ (Cinema Hall) , ଦୈନିକ ହାଟ, ମେଳା, ପ୍ରଦର୍ଶନୀ ଓ ଯାତ୍ରା ବନ୍ଦ ରହିବ । ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯେଉଁ କଟକଣା ଥିଲା ତାହା ବଳବତ୍ତର ରହିଛି । ସ୍କୁଲ୍, କଲେଜ, କୋଚିଂ ସେଣ୍ଟର ମଧ୍ୟ ପୂର୍ବଭଳି ବନ୍ଦ ରହିବ। ରେଷ୍ଟୁରାଣ୍ଟକୁ ୟେସ୍ କହିଥିଲେ ସୁଦ୍ଧା ସରକାର ବାର ଖୋଲିବାକୁ ଅନୁମତି ଦେଇନାହାନ୍ତି।

Also Read:  ମୃତ୍ୟୁର ଭିକ୍ଷା ମାଗୁଛନ୍ତି ଏହି ଅଭିନେତ୍ରୀ!

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରେ ଏବେ ବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ସତ, କିନ୍ତୁ ସବୁ ଦୋକାନ ସକାଳ ୬ଟାରୁ ରାତି ୮ଟା ଯାଏ ଖୋଲିପାରିବ । ସେମିତି କ୍ୟାଟେଗୋରୀ-ବି’ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ ଓ  ପୂର୍ବଭଳି ନାଇଟ୍ କର୍ଫ୍ୟୁ (Night Curfew) ଜାରି ରହିବ । ଲୋକଙ୍କ ସୁବିଧା ଲାଗି ସମସ୍ତ ଜରୁରୀକାଳୀନ ସେବାକୁ ସେମିତି କଟକଣା ମୁକ୍ତ ରଖିଛନ୍ତି ରାଜ୍ୟ ସରକାର (Odisha Government) ।