ଯଦି ଆତ୍ମହତ୍ୟା ନୁହେଁ ତାହେଲେ ସୌମ୍ୟଙ୍କୁ ମାରିଲା କିଏ ?
Advertisement

ଯଦି ଆତ୍ମହତ୍ୟା ନୁହେଁ ତାହେଲେ ସୌମ୍ୟଙ୍କୁ ମାରିଲା କିଏ ?

ତା' ଛଡ଼ା ବର୍ତ୍ତମାନ କୁହାଯାଉଛି ଘଟଣା ଦିନ କୁଆଡ଼େ ଡିଏଫଓଙ୍କ ସହ ଗଜପତି ଜିଲ୍ଲାପାଳ (Gajapati Collector) ଲିଙ୍ଗରାଜ ପଣ୍ଡା ମଧ୍ୟ ଥିଲେ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ କ'ଣ ଏକାଧିକ ଭିଭିଆଇପିଙ୍କ ହାତ ଅଛି କି ?

ଯଦି ଆତ୍ମହତ୍ୟା ନୁହେଁ ତାହେଲେ ସୌମ୍ୟଙ୍କୁ ମାରିଲା କିଏ ?

ନୂଆଦିଲ୍ଲୀ: ପାରଳାଖେମୁଣ୍ଡି ଏସିଏଫଙ୍କ ମୃତ୍ୟୁ ଘଟଣା ନେଉଛି ରୋଚକ ମୋଡ଼ । ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ନିଆଁରେ ପୋଡ଼ି ହୋଇନାହାନ୍ତି ବରଂ ତାଙ୍କୁ ପୋଡ଼ି ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ।  ଏହି ଘଟଣାରେ ସୌମ୍ୟଙ୍କ ସରକାରୀ ବାସଭବନରେ କାର୍ଯ୍ୟ କରୁଥିବା ରୋଷେୟା, ଗଜପତି ଡିଏଫଓ ଏବଂ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ନାମରେ ଥାନାରେ ମାମଲା ଦାୟର ହୋଇଛି ।  ତେବେ ତଦନ୍ତକାରୀ ପୋଲିସ ଆଜିପର୍ଯ୍ୟନ୍ତ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ଜାଣି ପାରି ନ ଥିବା ବେଳେ ସୌମ୍ୟଙ୍କ ପିତାଙ୍କ ଏତଲା ଆଧାରରେ ଦଫା ୩୦୨ରେ ଦାୟର କରିଛନ୍ତି ଏକ ହତ୍ୟା ମାମଲା । ପରିବାର ସିନା ପତ୍ନୀଙ୍କୁ ଷଡ଼ଯନ୍ତ୍ରକାରିଣୀ ବୋଲି କହୁଛନ୍ତି, ହେଲେ ପତ୍ନୀ ବିଦ୍ୟାଭାରତୀଙ୍କ କହିବା କଥା, ତାଙ୍କ ପତ୍ନୀ ଆତ୍ମହତ୍ୟା କରି ନାହାନ୍ତି । ତେବେ ପ୍ରଶ୍ନ, ସୌମ୍ୟଙ୍କୁ ମାରିଲା କିଏ?  

ସାରୁ ଭିତରେ ମାରୁ । ଏବେ ପର୍ଯ୍ୟନ୍ତ ଏସିଏଫ୍ (Acf)ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଡିଏଫଓ (DFO) ଙ୍କୁ ଯୋଡ଼ା ଯାଉଥିଲା । କୁହାଯାଉଥିଲା, ସୌମ୍ୟଙ୍କ ପତ୍ନୀଙ୍କ ସହ ଡିଏଫଓଙ୍କର କିଛି ଅନୈତିକ ସମ୍ପର୍କ ରହିଛି ବୋଲି । ତେବେ ଘଟଣା ଦିନ ଡିଏଫଓ ଥିଲେ କେଉଁଠି ? ତାଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିନାହିଁ କାହିଁକି ? ତା' ଛଡ଼ା ବର୍ତ୍ତମାନ କୁହାଯାଉଛି ଘଟଣା ଦିନ କୁଆଡ଼େ ଡିଏଫଓଙ୍କ ସହ ଗଜପତି ଜିଲ୍ଲାପାଳ (Gajapati Collector) ଲିଙ୍ଗରାଜ ପଣ୍ଡା ମଧ୍ୟ ଥିଲେ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ କ'ଣ ଏକାଧିକ ଭିଭିଆଇପିଙ୍କ ହାତ ଅଛି କି ?

Also Read: 'Bar'କୁ No, Restaurant କୁ Yes

ବୁଢିଆଣୀ ଜାଲର ଅଡୁଆ ସୁତାରେ ଛନ୍ଦି ହେବା ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର (Acf SoumyaRanjan Mohapatra)ମୃତ୍ୟୁ ଘଟଣାରେ ସାମ୍ନାକୁ ଆସୁଛି ନିତି ନୂଆ ନୂଆ ମୋଡ଼ । ଗୋଟିଏପଟେ ସୌମ୍ୟଙ୍କ ବାପା ଏବଂ ପରିବାର ଲୋକ ତାଙ୍କ ମୃତ୍ୟୁ ପଛରେ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋରେ ଥାନାରେ ଅଭିଯୋଗ କରିଛନ୍ତି । ବିଳମ୍ବରେ ହେଉ ପଛକେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। 

Also Read: ମୃତ୍ୟୁର ଭିକ୍ଷା ମାଗୁଛନ୍ତି ଏହି ଅଭିନେତ୍ରୀ!

ଅନ୍ୟପଟେ ଏହି ଘଟଣା ବାବଦରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ (Acf Soumya's Wife Vidyabharati)। ତାଙ୍କ ବିରୋଧରେ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସେ । ଏଥିସହ କାନ୍ଦି କାନ୍ଦି କହିଛନ୍ତି, ତାଙ୍କ କ୍ୱାର୍ଟର୍ସରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉ । ତେବେ ତାଙ୍କର ଅନ୍ୟ ଏକ କଥା ତ ଚମକାଇ ଦେବାଭଳି। ସେ ଦୃଢ଼ତାର ସହ କହିଛନ୍ତି, ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିନାହାନ୍ତି । ତେବେ ସୌମ୍ୟଙ୍କୁ ମାରିଲା କିଏ ? କେଉଁ ଆଧାରରେ ସେ ଏକଥା କହୁଛନ୍ତି ? ପୋଲିସ ଏ ଦିଗରେ ତଦନ୍ତ କରିଛି କି ?

Also Read: ଜାଣନ୍ତୁ ପାୱାରଫୁଲ ସେଲିବ୍ରିଟି Virushka ଙ୍କ ବଡିଗାର୍ଡ ପାଆନ୍ତି କେତେ ଦରମା ?

ତେବେ ଗଣମାଧ୍ୟମଠାରୁ ନେଇ ପୋଲିସ ପର୍ଯ୍ୟନ୍ତ ଯାହା ପାଖରେ ଯାଇ ସମସ୍ତଙ୍କ ଅନୁସନ୍ଧାନ ଅଟକି ଯାଉଥିଲା, ସିଏ ହେଉଛି ଏସିଏଫ ସୌମ୍ୟ (Acf Soumya) ଙ୍କ ରୋଷେୟା ମନ୍ମଥ କୁମ୍ଭ । ସେ କହିଛନ୍ତି, ଘଟଣାଦିନ ସନ୍ଧ୍ୟା ୭ଟାରୁ ୭.୧୦ ମଧ୍ୟରେ ରୋଷେଇ କରିବାକୁ ସୌମ୍ୟଙ୍କ କ୍ୱାର୍ଟର୍ସକୁ ଯାଇଥିଲା ସେ । ଆଉ ପ୍ରାୟ ଘଣ୍ଟାକ ପରେ ରାତି ୮ଟା କିମ୍ବା ୮.୧୦ ମଧ୍ୟରେ ରୋଷେଇ (Cook) ସାରି ଫେରି ଯାଇଥିଲା । ତେବେ ସେ ଫେରି ଯାଇ କେଉଁଠାରେ ଥିଲା ? ପୋଲିସ ଏ ଦିଗରେ ତଦନ୍ତ କରିଛି କି ? ମନ୍ମଥ କହିବା କଥା, ସେ ଚିତ୍କାର ଶୁଣି ଦୌଡ଼ି ଆସିଥିଲା । ତେବେ ଥରେ ରୋଷେଇ ସାରି ଯିବାପରେ ସେ କ'ଣ କାନଡେରି ବସିଥିଲା, କେତେବେଳେ ନିଆଁରେ ପୋଡ଼ିହୋଇ ସୌମ୍ୟ ଚିତ୍କାର କରିବେ ଆଉ ସେ ଦୌଡ଼ି ଆସିବ ?

Also Read: ବିଶ୍ୱ ଯୁବ ଦକ୍ଷତା ଦିବସ: Skill India ମିଶନକୁ ନୂଆ ଦିଗ ଦେବାକୁ ମୋଦିଙ୍କ ଆହ୍ୱାନ

ସବୁଠାରୁ ବଡ଼ କଥା ହେଉଛି, ମାତ୍ର କେଇ ମିନିଟ ଭିତରେ ଘଟିଯାଇଥିଲା ଏତେ ସବୁ ଘଟଣା । ଆଉ ଦିନକୁ ଦିନ ଏ ଘଟଣା ଅଧିକ ଜଟିଳ ହେବାରେ ଲାଗିଛି । କାରଣ ପ୍ରଥମରୁ ଘଟଣାରେ ତଦନ୍ତର ଦିଗକୁ ନେଇ ପୋଲିସ (Police) କୁ ସମାଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ (Lawyer)। ସୌମ୍ୟରଞ୍ଜନଙ୍କୁ ପାରଳାଖେମୁଣ୍ଡିରୁ ସ୍ଥାନାନ୍ତର ପୁର୍ବରୁ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନେବା, ମାମଲା ରୁଜୁ ହେବା ପରେ ଯାଇ ପୋଲିସର କାର୍ଯ୍ୟାନୁଷ୍ଠାନ ଏ ସବୁକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ବର୍ତ୍ତମାନ ସୁଦ୍ଧା ମାମଲାରେ ଅଭିଯୁକ୍ତମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ଘଟଣା ଘଟିଥିବା ଅଞ୍ଚଳକୁ ପୋଲିସ କଷ୍ଟୋଡି (Police Custody) କୁ ନେଇନାହିଁ । ତେବେ କ'ଣ ନେପଥ୍ୟରେ ଥିବା କୌଣସି ବରିଷ୍ଠ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ପ୍ରଚେଷ୍ଟା ଚାଲିଛି କି ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ । ତେବେ ଆଗକୁ ତଦନ୍ତର ଦିଗ କୁଆଡ଼େ ଯାଉଛି, ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ମିଳୁଛି ନା ବାକି ଅନେକ ମାମଲା ପରି ଏହା ବି ପ୍ରଶାସନର ନାଲିଫିତା ତଳେ ଚାପିହୋଇ ରହିଯାଉଛି, ତାହା ଦେଖିବାର କଥା ।