IND vs NZ Semi Match: ଆରମ୍ଭ ହୋଇଯାଇଛି ବିଶ୍ୱକପ୍ ଫାଇନାଲ ମ୍ୟାଚ୍ । ପଡ଼ିଆରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଟିମ୍ ଓ ନ୍ୟୁଜିଲାଣ୍ଡ ଟିମ୍। ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଭାରତ । ପଡ଼ିଆକୁ ଓହ୍ଲାଇଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା ଓ ଶୁବମନ ଗିଲ୍ । ତେବେ ଖବର ଲେଖାହେବା ସୁଦ୍ଧା ଭାରତ ୮ ଓଭରରେ ୭୦ ରନ୍ ସଂଗ୍ରହ କରିଥିବା ବେଲେ ଉଭୟ ବ୍ୟାଟ୍ସ ମ୍ୟାନ ଭଲ ଫର୍ମରେ ଥିବା ଜଣାପଡୁଛନ୍ତି। ତେବେ ବିପକ୍ଷ ଟିମ୍ ବା କିୱି ଟିମ୍ କୁ ସହଜରେ ଗ୍ରହଣ କରିବା ବି ଅନୁଚିତ୍ ହେବ । ତେବେ ଆଜିର ମ୍ୟାଚ୍ ରେ ୫ ଖେଳାଳିଙ୍କୁ ଅଣଦେଖା କରିବା ଅନୁଚିତ୍ ହେବ । ଯଦି କିୱି ଟିମ୍ ର ଏହି ୫ ଖେଳାଳିଙ୍କ ଉପରେ ଭାରତ ଲଗାମ କଷିଦିଏ ତେବେ ଆଜିର ସେମିଫାଇନାଲ ମ୍ୟାଚ୍ ଭାରତ ସହଜରେ ଜିତିପାରିବ। 


COMMERCIAL BREAK
SCROLL TO CONTINUE READING

Rachin Ravindra: ଏହି ଖେଳାଳି ଆଜି ଭାରତର ବିଜୟରେ ସବୁଠାରୁ ବଡ ପ୍ରତିବନ୍ଧକ ହୋଇପାରେ। ନ୍ୟୁଜିଲାଣ୍ଡର ଏହି ଯୁବ ଖେଳାଳି ଏହି ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୫୬୩ ରନ୍ ସଂଗ୍ରହ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସ୍କୋର କରିବାରେ ସେ ତୃତୀୟ ସ୍ଥାନରେ ଅଛନ୍ତି । ରଚିନ୍ ଏହି ୯ଟି ବିଶ୍ୱକପ୍ ମ୍ୟାଚ୍ ରେ ବ୍ୟାଟିଂ ହାରାହାରି ୭୦.୬୩ ଏବଂ ଷ୍ଟ୍ରାଇକ୍ ରେଟ୍ ୧୦୮.୪୪ରେ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ତିନି ଶତକ ଏବଂ ଦୁଇ ଅର୍ଦ୍ଧଶତକ ହାସଲ କରିଛନ୍ତି |


Daryl Mitchell : ଗେମ୍ ଚେଞ୍ଜର ଭାବେ ବେଶ ଜଣାଶୁଣା ଡେରିଲ ମିଚେଲ୍ । ଟେଷ୍ଟ, ୱାନଡେ ହେଉ ବା ଟି-20 ଯେବେ ନ୍ୟୁଜିଲାଣ୍ଡ ବଡ଼ ମୁକାବିଲାରେ ନିଜକୁ ଅସହାୟ ମନେ କରେ ସେବେ ଏହି ବ୍ୟାଟ୍ସ ମ୍ୟାନ୍ ପୂରା ମ୍ୟାଚକୁ ଓଲଟପାଲଟ କରିଦିଅନ୍ତି । ଭାରତ ବିପକ୍ଷରେ ଚଳିତ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ମିଚେଲ୍ ଶତକ ବି ମାରିଛନ୍ତି । ମିଚେଲ ୱାର୍ଲଡ କପ୍ ୨୦୨୩ ର ୯ ଟି ମ୍ୟାଚ୍ ରେ ୫୯.୭୧ ଓ ୧୧୦.୫୮ ର ଷ୍ଟ୍ରାଇକ୍ ରେଟ ରେ ୪୧୮ ରନ୍ ସଂଗ୍ରହ କରିଛନ୍ତି। 


Kane Williamson: ବିଶ୍ୱକପ୍ ୨୦୨୩ର ଅଧିକାଂଶ ସମୟ ପାଇଁ କେନ୍ ୱିଲିୟମ୍ସନ୍ ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟର ମାତ୍ର ତିନୋଟି ମ୍ୟାଚ୍ ଖେଳିଛନ୍ତି। ତେବେ ତାଙ୍କ ବ୍ୟାଟ୍ ଏହି ତିନୋଟି ମ୍ୟାଚ୍‌ରେ ଭଲ କାମ ମଧ୍ୟ କରିଛି। ସେ ଏହି ବିଶ୍ୱକପ୍‌ରେ ହାରାହାରି ୯୩.୫୦ ରନ୍ କରି ୧୮୭ରନ୍ କରିଛନ୍ତି। ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚରେ କେନ୍ ଙ୍କ ଉପରେ ବିଶେଷ ଧ୍ୟାନ ରଖିବ ଭାରତୀୟ ଟିମ୍।


Mitchell Santner: ଏହି କିୱି ସ୍ପିନ୍ ଅଲରାଉଣ୍ଡର ବିଶ୍ୱକପ ୨୦୨୩ ରେ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି। ମିଚେଲ ସାଣ୍ଟନର୍ ବୋଲର ଆଭରେଜ ୨୪.୮୭ ଏବଂ ଇକୋନୋମି ରେଟ୍ ୪.୮୧ରେ ୯ଟି ମ୍ୟାଚ୍ ରେ ୧୬ ୱିକେଟ୍ ନେଇଛନ୍ତି। ସାଣ୍ଟନର୍ ମଧ୍ୟ ବ୍ୟାଟିଂରେ ଖୁବ୍ ଭଲ । ସେ ଏହି ବିଶ୍ୱକପ୍‌ର  ୬ ଇନିଂସରେ ତିନିଥର ଅପରାଜିତ ରହି ୯୪ ରନ୍ ସଂଗ୍ରହ କରିଛନ୍ତି।


Lockie Ferguson: ନ୍ୟୁଜିଲାଣ୍ଡର ଏହି ଦ୍ରୁତ ବୋଲର ଏହି ୱାର୍ଲଡ କପ୍ ଟୁର୍ଣ୍ଣାମେଣ୍ଟରେ ୬ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ୧୦ ୱିକେଟ୍ ହାସଲ କରିଛନ୍ତି।  Lockie Ferguson ୨୩.୬୦ ବୋଲିଂ ଆଭରେଜ ରେ ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡ ଟିମ୍ ପାଇଁ ଏହି ବିଶ୍ୱକପ୍‌ର ଏହା ହେଉଛି ସର୍ବୋତ୍ତମ ବୋଲିଂ ହାରାହାରି । ତାଙ୍କର ଇକୋନୋମି ହାର ମଧ୍ୟ ୬ରୁ କମ୍ ରହିଛି। ସେ ପ୍ରତି ଓଭରରେ ହାରାହାରି ୫.୧୩ ରନ୍ ଗ୍ରହଣ କରିଛନ୍ତି। 


Also Read: Sara Tendulkar Post: ଖୁଲମଖୁଲା ପ୍ରେମକୁ ସ୍ୱୀକାର କଲେ କି ସାରା ତେନ୍ଦୁଲକର! ସେୟାର କଲେ ଏହି ସୁନ୍ଦର ଫଟୋ