ଭାଙ୍ଗିଲା କୋହଲିଙ୍କ ସ୍ୱପ୍ନ, ଏପର୍ଯ୍ୟନ୍ତ ତାଙ୍କ ଅଧିନାୟକତ୍ୱରେ କୌଣସି ICC ଟାଇଟଲ୍ ଜିତି ପାରିନାହିଁ ଭାରତ
WTC Final 2021: କୋହଲି (Virat Kohli) ଙ୍କୁ ଅନେକ ସମୟରେ ସମାଲୋଚନା କରାଯାଉଥିଲା ଯେ ସେ ନିଜ ଅଧିନାୟକତ୍ୱରେ ଭାରତକୁ କେବେ ଆଇସିସି ସ୍ତରୀୟ ଟୁର୍ନାମେଣ୍ଟ ଜିତାଇବେ? ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଜିତିବାର ତାଙ୍କ ପାଖରେ ଏକ ଭଲ ସୁଯୋଗ ଥିଲା କିନ୍ତୁ ଭାରତୀୟ ଅଧିନାୟକ ଏଠାରେ ମଧ୍ୟ ସଫଳ ହୋଇନାହାଁନ୍ତି ।
ନୂଆଦିଲ୍ଲୀ: WTC Final 2021: ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ଠାରୁ ତିନିଟି ଫର୍ମାଟରେ ଅଧିନାୟକତ୍ୱର ଦାୟିତ୍ୱ ସମ୍ଭାଳିବା ପରେ ବିରାଟ କୋହଲି (Virat Kohli) ଙ୍କ ପାଖରେ ପ୍ରଥମ ଥର ପାଇଁ ଆଇସିସି ଟ୍ରଫି (ICC trophy) ଜିତିବାର ସୁଯୋଗ ଥିଲା କିନ୍ତୁ ସେ ପୁଣି ବିଫଳ ହୋଇଛନ୍ତି । ଆଜ୍ଞା ହଁ, ବିରାଟଙ୍କ ବାହିନୀ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ (ICC Test Championship Final) ରେ ପହଞ୍ଚିଥିଲେ କିନ୍ତୁ ନ୍ୟୁଜିଲାଣ୍ଡଠାରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବର୍ଷା ବାଧିତ ଏହି ଟାଇଟଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟିମ ଇଣ୍ଡିଆକୁ ୮ ୱିକେଟରେ ପରାସ୍ତ କରି WTC ଫାଇନାଲ ଟାଇଟଲ ନିଜ ନାଁରେ କରିନେଇଛି । ଏହା ପ୍ରଥମ ଘଟଣା ନୁହେଁ ଯେ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରି ପରାଜୟର ସାମ୍ନା କରିଛି । ଏହା ପୂର୍ବରୁ ବିରାଟଙ୍କ ନେତୃତ୍ୱରେ ଦଳ ୨୦୧୭ରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଥିଲା କିନ୍ତୁ ପାକିସ୍ତାନଠାରୁ ହାରି ଯାଇଥିଲା । ଏହା ପରେ ଟିମ ଇଣ୍ଡିଆ ୨୦୧୯ ODI ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା ।
ଅଧିକ ପଢ଼ନ୍ତୁ:-ଆସୁଛି କୋରୋନାର 'ସୁପର ଭ୍ୟାକ୍ସିନ୍', ନା ରହିବ ଭାରିଆଣ୍ଟର ଚିନ୍ତା, ନା ରହିବ ମହାମାରୀର ବିପଦ!
କୋହଲି (Virat Kohli) ଙ୍କୁ ଅନେକ ସମୟରେ ସମାଲୋଚନା କରାଯାଉଥିଲା ଯେ ସେ ନିଜ ଅଧିନାୟକତ୍ୱରେ ଭାରତକୁ କେବେ ଆଇସିସି ସ୍ତରୀୟ ଟୁର୍ନାମେଣ୍ଟ ଜିତାଇବେ? ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଜିତିବାର ତାଙ୍କ ପାଖରେ ଏକ ଭଲ ସୁଯୋଗ ଥିଲା କିନ୍ତୁ ଭାରତୀୟ ଅଧିନାୟକ ଏଠାରେ ମଧ୍ୟ ସଫଳ ହୋଇନାହାଁନ୍ତି । କୋହଲି ଅଧିନାୟକ ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, କିନ୍ତୁ ମହେନ୍ଦ୍ର ସିଂ ଧୋନିଙ୍କ ସହ ତୁଳନା ତାଙ୍କ ପାଇଁ ସହଜ ନୁହେଁ । ସମାଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ କୋହଲିଙ୍କୁ ଏକ ବଡ଼ ଟାଇଟଲ୍ ଦରକାର ଥିଲା । କିନ୍ତୁ ବିରାଟ ପୁଣି ବିଫଳ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ଦଶମ ପାସ୍ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ରେଲୱେରେ ପାଇପାରିବେ ଚାକିରି; ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି, ଶୀଘ୍ର କରନ୍ତୁ ଅପ୍ଲାଇ
ଫାଇନାଲ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଯାତ୍ରା
ୱେଷ୍ଟଇଣ୍ଡିଜକୁ ୨-୧ରେ ପରାସ୍ତ କରିଥିଲା ।
ଦକ୍ଷିଣ ଆଫ୍ରିକାକୁ ୩-୦ରେ ମାତ୍ ଦେଇଥିଲା ।
ବାଂଲାଦେଶକୁ ୨-୦ରେ ମାତ୍ ଦେଇଥିଲା ।
ନ୍ୟୁଜିଲାଣ୍ଡଠାରୁ ବିଦେଶ ସିରିଜରେ ୦-୨ରେ ପରାଜିତ ହୋଇଥିଲା ।
ଅଷ୍ଟ୍ରେଲିଆକୁ ତା' ଘରୋଇ ମୈଦାନରେ ୨-୧ରେ ହରାଇଥିଲା ।
ଇଂଲଣ୍ଡକୁ ୩-୧ରେ ପରାସ୍ତ କରିଥିଲା ।
ଭାରତ ୧୭ରୁ ମ୍ୟାଚ ମଧ୍ୟରୁ ୧୨ଟି ଜିତିଛି
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରରେ ଭାରତ ୧୭ଟି ମ୍ୟାଚ ମଧ୍ୟରୁ ୧୨ଟି ଜିତି ଫାଇନାଲରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ, ନ୍ୟୁଜିଲ୍ୟାଣ୍ଡ ୭ଟି ମ୍ୟାଚ୍ ଜିତି ଦ୍ୱିତୀୟ ସ୍ଥାନରେ ରହିବା ପରେ ଟାଇଟଲ ମ୍ୟାଚରେ ପହଞ୍ଚିଥିଲା ।
ଅଧିକ ପଢ଼ନ୍ତୁ:-ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର ତ କଦଳୀ କେଜି ୩,୩୩୫ ଟଙ୍କା, ଦେଶର ମୁଦ୍ରାସ୍ଫୀତି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!
ଟିମ ଇଣ୍ଡିଆ କେବେ କେବେ ଜିତିଛି ବଡ଼ ICC ଟ୍ରଫି
୧୯୮୩, ୨୦୧୧ ODI ବିଶ୍ୱକପ୍
୨୦୦୭ ଟି-20 ବିଶ୍ୱକପ୍
୨୦୧୩: ଚାମ୍ପିଅନ୍ସ ଟ୍ରଫି
୧୯୮୩ ମସିହାରେ କପିଲ ଦେବ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ । ବାକି ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ଭାରତର ନେତୃତ୍ୱ ନେଇଥିଲେ ।