ଦଶମ ପାସ୍ ଛାତ୍ରଛାତ୍ରୀ ରେଲୱେରେ ପାଇପାରିବେ ଚାକିରି; ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି, ଶୀଘ୍ର କରନ୍ତୁ ଅପ୍ଲାଇ
Advertisement
Article Detail0/zeeodisha/odisha926752

ଦଶମ ପାସ୍ ଛାତ୍ରଛାତ୍ରୀ ରେଲୱେରେ ପାଇପାରିବେ ଚାକିରି; ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି, ଶୀଘ୍ର କରନ୍ତୁ ଅପ୍ଲାଇ

ଏହି ନିଯୁକ୍ତି (Indian Railway Recruitment 2021) ପ୍ରକ୍ରିୟା ଅନୁଯାୟୀ, କାର୍ପେଣ୍ଟର, ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ ମେକାନିକ୍, ପେଣ୍ଟର, ପାଇପ୍ ଫିଟର୍, ପ୍ଲମ୍ବର, ଡ୍ରାଫ୍ଟମ୍ୟାନ୍, ଡାଇସ୍, ୱେଲଡର୍, ଡିଜେଲ୍ ମେକାନିକ୍, ରେଫ୍ରିଜରେଟର ଏସି ମେକାନିକ୍ ଇତ୍ୟାଦିର ୩୫୯୧ଟି ପଦକୁ ପୂରଣ କରାଯିବ ।

ଦଶମ ପାସ୍ ଛାତ୍ରଛାତ୍ରୀ ରେଲୱେରେ ପାଇପାରିବେ ଚାକିରି; ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି, ଶୀଘ୍ର କରନ୍ତୁ ଅପ୍ଲାଇ

ନୂଆଦିଲ୍ଲୀ: Indian Railway Recruitment 2021: ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ଏଥିପାଇଁ ଭାରତୀୟ ରେଳବାଇ (Indian Railways) ରେ ପଶ୍ଚିମ ରେଳ (Western Railway) ଅଧୀନରେ ଥିବା ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଆସନ୍ତାକାଲି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପଦ ପାଇଁ ଆବେଦନ କରିନାହାଁନ୍ତି (Indian Railway Recruitment 2021), ସେମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrc-wr.com ଭିଜିଟ୍ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ (Indian Railway Recruitment 2021) ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ମେ ୨୫ରେ ସକାଳ ୧୧ଟାରୁ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର ତ କଦଳୀ କେଜି ୩,୩୩୫ ଟଙ୍କା, ଦେଶର ମୁଦ୍ରାସ୍ଫୀତି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ କ୍ଲିକ୍ https://www.rrc-wr.com/ କରି ପୋଷ୍ଟଗୁଡିକ ପାଇଁ (Indian Railway Recruitment 2021) ସିଧାସଳଖ ଆବେଦନ କରିପାରିବେ । ଏଥିସହ ଆପଣ ଏହି ଲିଙ୍କ୍ https://www.rrc-wr.com/rrwc/Act_Appr_2021-22/Apprentice_2021-22_Notifica... ମାଧ୍ୟମରେ ଅଫିସିଆଲ୍ ନୋଟିଫିକେଶନ ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି (Indian Railway Recruitment 2021) ପ୍ରକ୍ରିୟା ଅନୁଯାୟୀ, କାର୍ପେଣ୍ଟର, ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ ମେକାନିକ୍, ପେଣ୍ଟର, ପାଇପ୍ ଫିଟର୍, ପ୍ଲମ୍ବର, ଡ୍ରାଫ୍ଟମ୍ୟାନ୍, ଡାଇସ୍, ୱେଲଡର୍, ଡିଜେଲ୍ ମେକାନିକ୍, ରେଫ୍ରିଜରେଟର ଏସି ମେକାନିକ୍ ଇତ୍ୟାଦିର ୩୫୯୧ଟି ପଦକୁ ପୂରଣ କରାଯିବ ।

ଅଧିକ ପଢ଼ନ୍ତୁ:-ଦେଶରେ ବର୍ତ୍ତମାନ ଯାଏଁ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା

Indian Railway Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ 

ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ- ମେ ୨୫,୨୦୨୧ ସକାଳ ୧୧ଟାରୁ ଆରମ୍ଭ ।

ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ- ଜୁନ୍ ୨୪, ୨୦୨୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର!

Indian Railway Recruitment 2021 ପାଇଁ ଯୋଗ୍ୟତା ମାନଦଣ୍ଡ 

ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ 50% ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିବା ଆବଶ୍ୟକ । ଏହା ବ୍ୟତୀତ NCVT ସହିତ ଜଡିତ ITI ପ୍ରମାଣପତ୍ର ରହିବା ଆବଶ୍ୟକ ।

Indian Railway Recruitment 2021 ପାଇଁ ବୟସ ସୀମା 

ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।