ଆସୁଛି କୋରୋନାର 'ସୁପର ଭ୍ୟାକ୍ସିନ୍', ନା ରହିବ ଭାରିଆଣ୍ଟର ଚିନ୍ତା, ନା ରହିବ ମହାମାରୀର ବିପଦ!
Advertisement

ଆସୁଛି କୋରୋନାର 'ସୁପର ଭ୍ୟାକ୍ସିନ୍', ନା ରହିବ ଭାରିଆଣ୍ଟର ଚିନ୍ତା, ନା ରହିବ ମହାମାରୀର ବିପଦ!

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ବୈଜ୍ଞାନିକମାନେ ଏପରି ଏକ ଟିକା ତିଆରି କରିଛନ୍ତି । ଯାହ କୋଭିଡ-19 ବ୍ୟତୀତ କୋରୋନା ଭୂତାଣୁର ଅନ୍ୟ ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହୋଇଥାଏ । ବୈଜ୍ଞାନିକମାନେ ନିକଟ ଅତୀତରେ ଏହାକୁ କେବଳ ମୂଷା ଉପରେ ପରୀକ୍ଷଣ କରିଛନ୍ତି ।

ଆସୁଛି କୋରୋନାର 'ସୁପର ଭ୍ୟାକ୍ସିନ୍', ନା ରହିବ ଭାରିଆଣ୍ଟର ଚିନ୍ତା, ନା ରହିବ ମହାମାରୀର ବିପଦ!

ନୂଆଦିଲ୍ଲୀ: କୋରୋନା ଭୂତାଣୁ ମହାମାରୀ (Coronavirus Epidemic) ର ସାମ୍ନା କରୁଥିବା ଦୁନିଆ ବର୍ତ୍ତମାନ ଅଲଗା ଅଲଗା ଭାରିଆଣ୍ଟ (Variants) ଯୋଗୁଁ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ବିଭିନ୍ନ ଦେଶରେ କୋରୋନାର ଅନେକ ଭାରିଆଣ୍ଟ (COVID-19 Variants) ବାହାରୁଛି, ଯାହା ଚିନ୍ତା ବଢ଼ାଇବାରେ ଲାଗିଛି । କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏପରି ଟିକା (Vaccine) ତିଆରି କରିବା ପାଇଁ କାର୍ଯ୍ୟ କରୁଛନ୍ତି ଯାହା ସମସ୍ତ ପ୍ରକାରର ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହେବ ଏବଂ ଭବିଷ୍ୟତରେ ଏପରି ମହାମାରୀକୁ ରୋକିବାରେ ସାହାଯ୍ୟ କରିବ ।

ଅଧିକ ପଢ଼ନ୍ତୁ:-ଦଶମ ପାସ୍ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ରେଲୱେରେ ପାଇପାରିବେ ଚାକିରି; ଆବେଦନ କରିବାର ଶେଷ ତାରିଖ ଆସନ୍ତାକାଲି, ଶୀଘ୍ର କରନ୍ତୁ ଅପ୍ଲାଇ

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ବୈଜ୍ଞାନିକମାନେ ଏପରି ଏକ ଟିକା ତିଆରି କରିଛନ୍ତି । ଯାହ କୋଭିଡ-19 ବ୍ୟତୀତ କୋରୋନା ଭୂତାଣୁର ଅନ୍ୟ ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହୋଇଥାଏ । ବୈଜ୍ଞାନିକମାନେ ନିକଟ ଅତୀତରେ ଏହାକୁ କେବଳ ମୂଷା ଉପରେ ପରୀକ୍ଷଣ କରିଛନ୍ତି ।

ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହା ଉପରେ ଗବେଷଣା ଆରମ୍ଭ କରିସାରିଛନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ କେଉଁ ଭୂତାଣୁ ପରବର୍ତ୍ତୀ  ମହାମାରୀ ସୃଷ୍ଟି କରିବ ତାହା କେହି ଜାଣନ୍ତି ନାହିଁ, ତେଣୁ ବର୍ତ୍ତମାନଠାରୁ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ:-ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର ତ କଦଳୀ କେଜି ୩,୩୩୫ ଟଙ୍କା, ଦେଶର ମୁଦ୍ରାସ୍ଫୀତି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!

କୋରୋନା ଫ୍ୟାମିଲର ପ୍ରତ୍ୟେକ ଭାରିଆଣ୍ଟକୁ ଦେବ ମାତ୍!

କୋରୋନାର କୌଣସି ବି ଭାରିଆଣ୍ଟରୁ ଭବିଷ୍ୟତର ମହାମାରୀର ବିପଦକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଏକ ଟିକା ତିଆରି କରିଛନ୍ତି, ଯାହା କୋରୋନା ଭୂତାଣୁର ସମସ୍ତ ବିଦ୍ୟମାନ ଭାରିଆଣ୍ଟ ବ୍ୟତୀତ ଅନ୍ୟ ସବୁ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହେବ । ଅଧ୍ୟୟନରେ ଏହାକୁ ଦ୍ୱିତୀୟ ପିଢ଼ିର ଟିକା ବା ସେକେଣ୍ଡ ଜେନରେଶନ ଭ୍ୟାକ୍ସିନ ବୋଲି ବର୍ଣ୍ଣନା କରାଯାଇଛି, ଯାହା sarbecoviruses ଉପରେ ଆକ୍ରମଣ କରିଥାଏ । sarbecoviruses କୋରୋନା ଭୂତାଣୁ ପରିବାରର ଏକ ଅଂଶ । ଏହି ପରିବାରର ଦୁଇଟି ପ୍ରକାର ଗତ ଦୁଇ ଦଶନ୍ଧି ମଧ୍ୟରେ ଆତଙ୍କ ସୃଷ୍ଟି କରିଛି, ପ୍ରଥମେ SARS ଏବଂ ପରେ କୋଭିଡ-19 ।

ଏହି ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନେ mRNA ପଦ୍ଧତି ଗ୍ରହଣ କରିଛନ୍ତି । ଏହି ପଦ୍ଧତି ଫାଇଜର ଓ ମୋଡର୍ନା ବର୍ତ୍ତମାନର ଟିକା ବିକଶିତ କରିବା ପାଇଁ ଆପଣାଇଥିଲା । ତଥାପି, ବୈଶ୍ୱିକ ସ୍ତରରେ ଟିକା ଏପରି ଭାବେ ସମସ୍ତ ପ୍ରକାରର କୋରୋନା ଭୂତାଣୁକୁ ମାତ୍ ଦେଇପାରିବ ।

କେବେ ଆରମ୍ଭ ହେବ ମାନବ ପରୀକ୍ଷା?

ଯେତେବେଳେ ଏହି ଟିକା ମୂଷାମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା, ସେତେବେଳେ ଭ୍ୟାକ୍ସିନ ଏହିପରି ଅନେକ ଆଣ୍ଟିବଡି ବିକଶିତ କରିଥିଲା ​​ଯାହା ଅନେକ ସ୍ପାଇକ୍ ପ୍ରୋଟିନର ସାମ୍ନା କରିପାରିବ । ଏଥିରେ ଦକ୍ଷିଣ ଆଫ୍ରିକାରେ ମିଳୁଥିବା B.1.351 ପରି ଭାରିଆଣ୍ଟଗୁଡିକ ମଧ୍ୟ ସାମିଲ ରହିଛି ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର!

ଅଧ୍ୟୟନରେ କୁହାଯାଇଛି ଯେ, ଏହି ଟିକା କୌଣସି ଭାରିଆଣ୍ଟର ବିସ୍ତାରକୁ ରୋକିବା ପାଇଁ ଶକ୍ତି ହେବ । ପରୀକ୍ଷା ସମୟରେ ବ୍ୟବହୃତ ମୂଷାମାନେ SARS-CoV ଏବଂ କୋରୋନାର ଅନ୍ୟାନ୍ୟ ଭାରିଆଣ୍ଟରେ ପୀଡିତ ଥିଲେ । ବର୍ତ୍ତମାନ ଏହି ପରୀକ୍ଷା ଚାଲିଛି ଏବଂ ଯଦି ସବୁକିଛି ଠିକ ରହେ, ତେବେ ଆଗାମୀ ବର୍ଷ ମଣିଷ ଉପରେ ପରୀକ୍ଷା ଆରମ୍ଭ ହୋଇପାରେ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଆମର ଯୋଜନା ବର୍ତ୍ତମାନ କାର୍ଯ୍ୟ କରୁଛି, ଯଦି ଏହା ଠିକ୍ ଭାବେ ଚାଲେ ତେବେ ଆମେ ଏକ ବୈଶ୍ୱିକ ସ୍ତରୀୟ ଟିକା ତିଆରି କରିପାରିବା ଏବଂ ଏହା କୋରୋନା ପରିବାରର ତୃତୀୟ ମହାମାରୀ ପୂର୍ବରୁ ଦୁନିଆକୁ ଆସିପାରେ ।