WTC Final 2023: ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ ୨୦୨୩ (IPL 2023) ମଧ୍ୟରେ ଭାରତୀୟ କ୍ରିକେଟ ଦଳ (Indian Cricket Team) ପାଇଁ ଏକ ଖରାପ ଖବର ଆସିଛି । ଟିମ୍‌ ଇଣ୍ଡିଆ (Team India) ର ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ପୂରା ଆଇପିଏଲ ସିଜନ ସହ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ (World Test Championship Final) ରୁ ମଧ୍ୟ ବାହାର ହୋଇଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି (Border Gavaskar Trophy) ରେ ଶ୍ରେୟସ ଆୟର୍ (Shreyas Iyer) ଟିମ୍ ଇଣ୍ଡିଆ  (Team India) ର ଜଣେ ସଦସ୍ୟ ଥିଲେ । କିନ୍ତୁ ଏହି ସିରିଜର ଚତୁର୍ଥ ମ୍ୟାଚ୍‌ରେ ଶ୍ରେୟସ୍ ଆୟର ପିଠି ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡ଼ିଥିଲା ।


COMMERCIAL BREAK
SCROLL TO CONTINUE READING

ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍ (WTC Final 2023) ଜୁନ୍ ୭ରୁ ଲଣ୍ଡନର ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ବଡ଼ ମ୍ୟାଚ୍ ପୂର୍ବରୁ ଶ୍ରେୟସ୍ ଆୟର (Shreyas Iyer) ଙ୍କ ଦଳରୁ ବାଦ୍ ପଡ଼ିବା ଟିମ୍ ଇଣ୍ଡିଆ (Team India) ପାଇଁ ଏକ ବଡ଼ ଝଟକା । ESPN Cricinfo ଅନୁଯାୟୀ, ଶ୍ରେୟସ୍ ଆୟରଙ୍କୁ ବ୍ୟାକ ସର୍ଜରୀ କରାଯିବ, ଯେଉଁଥିପାଇଁ ସେ ପୂରା ଆଇପିଏଲ ୨୦୨୩ (IPL 2023) ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ୨୦୨୩ World Test Championship Final 2023) ର ଅଂଶ ହେବାକୁ ଯାଉନାହାଁନ୍ତି ।



ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପଡ଼ିଆକୁ ଫେରିବା ପାଇଁ ଶ୍ରେୟସ ଆୟର (Shreyas Iyer) ଙ୍କୁ ଅତି କମରେ ତିନି ମାସ ସମୟ ଲାଗିପାରେ । ଶ୍ରେୟସ ଆୟର ବ୍ୟାକ ସର୍ଜରୀ ପାଇଁ ବିଦେଶ ଯିବେ ଯାହା ପରେ ତାଲିମ ପାଇଁ ଫେରିବାକୁ ୩  ମାସ ସମୟ ଲାଗିବ । ଏଠାରେ କହି ରଖୁଛୁ ଯେ, ଶ୍ରେୟସ୍ ଆୟର (Shreyas Iyer) ଦୀର୍ଘ ସମୟ ଧରି ପିଠିରେ ଆଘାତ ସହ ସଂଘର୍ଷ କରୁଛନ୍ତି । ତେବେ ଶ୍ରେୟସ୍ ଆୟର (Shreyas Iyer) ଙ୍କ ଆଇପିଏଲ୍ ୨୦୨୩ରେ ଖେଳିବା ବିଷୟରେ ମଧ୍ୟ ଖବର ଆସିଥିଲା ।​ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ ଶ୍ରେୟସ୍ ଆୟର (Shreyas Iyer) ମଧ୍ୟ ଆଇପିଏଲର ଅଂଶ ହେବାକୁ ଯାଉନାହାଁନ୍ତି ।


ଅଧିକ ପଢ଼ନ୍ତୁ-ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!


ଅଧିକ ପଢ଼ନ୍ତୁ-BCCIର ବଡ଼ ନିଷ୍ପତ୍ତି, IPL 2023 ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜାରି କଲେ ଏହି ଆଦେଶ


 


 


ସୂଚନାଯୋଗ୍ୟ, କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ର ନିୟମିତ ଅଧିନାୟକ ଶ୍ରେୟସ୍ ଆୟର (Shreyas Iyer) ଙ୍କ ଆଘାତ ପରେ ଦଳକୁ ମଧ୍ୟ ଏକ ବଡ଼ ଝଟକା ଲାଗିଛି । ଏଥିରୁ ସ୍ପଷ୍ଟ ଯେ ଶ୍ରେୟସ ଆୟରଙ୍କ ପରି ଜଣେ ବଡ଼ ବ୍ୟାଟ୍ସମ୍ୟାନଙ୍କ ଅଭାବ ଦଳକୁ କ୍ଷତି ପହଞ୍ଚାଇବାକୁ ଯାଉଛି । ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ନୀତିଶ ରାଣା (Nitish Rana) ଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ଶ୍ରେୟସ ଆୟର ସମଗ୍ର ଆଇପିଏଲ ସିଜନରୁ ବାହାରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ନୀତିଶ ରାଣା ଦଳର ଅଧିନାୟକତ୍ୱ ସମ୍ଭାଳିବାକୁ ଯାଉଛନ୍ତି ।