BCCIର ବଡ଼ ନିଷ୍ପତ୍ତି, IPL 2023 ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜାରି କଲା ଏହି ଆଦେଶ
Advertisement
Article Detail0/zeeodisha/odisha1639608

BCCIର ବଡ଼ ନିଷ୍ପତ୍ତି, IPL 2023 ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜାରି କଲା ଏହି ଆଦେଶ

WTC Final: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପରି ବଡ଼ ମ୍ୟାଚକୁ ଦୃଷ୍ଟିରେ ରଖି ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଆଇପିଏଲ୍ ୨୦୨୩ ମଧ୍ୟରେ ଟିମ୍ ଇଣ୍ଡିଆର ବୋଲରମାନଙ୍କ ପାଇଁ ବିସିସିଆଇ ଏକ ନିର୍ଦ୍ଦେଶ ଜାରି କରିଛି ।  ଆଇପିଏଲର ଚଳିତ ସିଜନର ଦ୍ୱିତୀୟ ଭାଗରେ ଭାରତୀୟ ବୋଲରମାନଙ୍କୁ ନେଟରେ ଜୋରଦାର ଅଭ୍ୟାସ କରୁଥିବାର ନଜରକୁ ଆସିବ ।

BCCIର ବଡ଼ ନିଷ୍ପତ୍ତି, IPL 2023 ମଧ୍ୟରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ଜାରି କଲା ଏହି ଆଦେଶ

WTC Final: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ (IPL 2023) ପରେ ଭାରତୀୟ କ୍ରିକେଟ୍ ଦଳକୁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ICC World Test Championship) ର ଫାଇନାଲ୍ ଖେଳିବାକୁ ଇଂଲଣ୍ଡ ଯିବାକୁ ପଡ଼ିବ । ଏହି ଫାଇନାଲ (ICC WTC Final) ରେ ଟିମ୍ ଇଣ୍ଡିଆ (Team India) ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ । ଏଭଳି ପରିସ୍ଥିତିରେ ଏହି ବଡ଼ ମ୍ୟାଚକୁ ଦୃଷ୍ଟିରେ ରଖି ଭାରତରେ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବା ବିସିସିଆଇ (BCCI) ଏକ ବଡ଼ ନିଷ୍ପତ୍ତି ନେଇଛି । ଆଇପିଏଲ୍ ୨୦୨୩ ମଧ୍ୟରେ ଟିମ୍ ଇଣ୍ଡିଆର ବୋଲରମାନଙ୍କ ପାଇଁ ବିସିସିଆଇ ଏକ ନିର୍ଦ୍ଦେଶ ଜାରି କରିଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଆଇସିସି ଡବ୍ଲୁଟିସି ଫାଇନାଲ୍ ୨୦୨୩ (ICC WTC Final 2023) କୁ ଦୃଷ୍ଟିରେ ରଖି ବିସିସିଆଇ ଭାରତୀୟ ବୋଲରମାନଙ୍କୁ ସେମାନଙ୍କ କାର୍ଯ୍ୟ ଭାର ଦ୍ୱିଗୁଣିତ କରିବାକୁ କହିଛି । 

ଏଭଳି ପରିସ୍ଥିତିରେ ଆଇପିଏଲର ୧୬ ତମ ସିଜନ (IPL Season 16) ର ଦ୍ୱିତୀୟ ଭାଗରେ ଭାରତୀୟ ବୋଲରମାନ (Indian Bowlers) ଙ୍କୁ ନେଟରେ ଅଧିକ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିବ । ଭାରତୀୟ ବୋଲରମାନେ ମଧ୍ୟ ନାଲି ବଲ୍ ସହିତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିପାରେ । ଆପଣଙ୍କୁ କହି ରଖୁଛୁ ଯେ ଉତ୍ତମ ଲକ୍ଷ୍ୟ ପାଇଁ ବୋଲରମାନଙ୍କୁ ଆଇପିଏଲ୍ ସମୟରେ ଅଧିକ ବୋଲିଂ ଅଭ୍ୟାସ କରିବାକୁ ପଡିବ । ଭାରତୀୟ ଖେଳାଳିଙ୍କୁ ଗୋଟିଏ ସପ୍ତାହରେ ୨୦୦ ଡେଲିଭରୀ ଲକ୍ଷ୍ୟ ଦିଆଯାଇଛି । ଭାରତୀୟ ଦଳର ପୂର୍ବତନ ବୋଲିଂ କୋଚ୍ ଭରତ ଅରୁଣ କହିଛନ୍ତି ଯେ, "ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ (ICC World Test Championship Final) ପୂର୍ବରୁ ବୋଲରଙ୍କ ପାଖରେ ଯଥେଷ୍ଟ କାର୍ଯ୍ୟ ଭାର ରହିବା ଜରୁରୀ । ସେମାନେ WTC ପାଇଁ ଭଲ ଭାବରେ ପ୍ରସ୍ତୁତ ହେବା ଆବଶ୍ୟକ ।" ଏଥିସହିତ ଭରତ ଅରୁଣ କହିଛନ୍ତି ଯେ, ଏହି ନିର୍ଦ୍ଦେଶ ମୁଖ୍ୟତଃ ସମସ୍ତ ଦ୍ରୁତ ବୋଲରଙ୍କ ପାଇଁ ଅଟେ । କିନ୍ତୁ ସ୍ପିନରମାନଙ୍କୁ ମଧ୍ୟ ସମାନ ପରାମର୍ଶ ଦିଆଯାଇଛି ।

fallback

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ (ICC World Test Championship Final) ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର କେନିଙ୍ଗଟନ୍ ଓଭାଲ୍ (ଲଣ୍ଡନ) ଗ୍ରାଉଣ୍ଡରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ୍ ପାଇଁ ଟିମ୍ ଦାଖଲ କରିବାର ଶେଷ ତାରିଖ ହେଉଛି ମେ ୭ । ଲଗାତାର ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (WTC) ର ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । କିନ୍ତୁ ଗତ ଥର ଫାଇନାଲରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଅଧିକ ପଢ଼ନ୍ତୁ-ବାତିଲ ହେବ ଆଇପିଏଲ୍ ୨୦୨୩!

ଅଧିକ ପଢ଼ନ୍ତୁ-ଅର୍ଥ ମନ୍ତ୍ରଣାଳୟର ଆଦେଶ ପରେ କେନ୍ଦ୍ର କର୍ମଚାରୀଙ୍କ ଲାଗିଲା ଲଟେରୀ, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍

ଅଧିକ ପଢ଼ନ୍ତୁ-ଦେଶର ଏହି ୫ଟି ରାଜ୍ୟରେ ପୁଣି ଥରେ ଲାଗୁ ହେଲା ପୁରୁଣା ପେନସନ୍ ଯୋଜନା

ଆଇପିଏଲ୍ ୨୦୨୩ (IPL 2023) ପୂର୍ବରୁ ଖେଳାଳିଙ୍କ କାର୍ଯ୍ୟ ଭାର ଉପରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) କହିଥିଲେ ଯେ, "ଏହା ବର୍ତ୍ତମାନ ଫ୍ରାଞ୍ଚାଇଜି ଉପରେ ନିର୍ଭରଶୀଳ, କାରଣ ବର୍ତ୍ତମାନ ଫ୍ରାଞ୍ଚାଇଜି ଖେଳାଳିଙ୍କ ମାଲିକ ଅଟନ୍ତି । ଆମେ ଫ୍ରାଞ୍ଚାଇଜ୍ ମାନଙ୍କୁ ଏହି ବିଷୟରେ ସୂଚନା ଦେଇଛୁ । ବର୍ତ୍ତମାନ ଏହା ଖେଳାଳିଙ୍କ ଉପରେ ମଧ୍ୟ ନିର୍ଭର କରେ । ସେମାନେ ବୟସ୍କ ଓ ସେମାନଙ୍କୁ ନିଜ ଶରୀରର ଯତ୍ନ ନେବାକୁ ପଡିବ । ଯଦି ସେମାନେ ଅନୁଭବ କରନ୍ତି ଯେ କିଛି ଅଧିକ ଘଟୁଛି, ତେବେ ସେମାନେ କଥାବାର୍ତ୍ତା କରି ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ବିରତି ନେଇପାରିବେ । ଯଦିଓ ମୁଁ ଭାବୁନାହିଁ ଯେ ଏହିପରି କିଛି ଘଟିବ ।"