ନୂଆଦିଲ୍ଲୀ: ଭାରତକୁ ଦୁଇ ଦୁଇଟି ୱାର୍ଲ୍ଡ କପ୍ ଦେଇଥିବା ପୂର୍ବ ଭାରତୀୟ ଅଲରାଉଣ୍ଡର କ୍ରିକେଟର ୟୁବରାଜ ସିଂ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ସତ କିନ୍ତୁ ମୁମ୍ବାଇରେ ସବୁଠାରୁ ଦାମୀ ଫ୍ଲାଟ ନେବା କ୍ଷେତ୍ରରେ ସେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ଠାରୁ ବି ଆଗରେ ।  ଯୁବରାଜ ସିଂ ଦେଶର ଧନୀ କ୍ରିକେଟରଙ୍କ ତାଲିକା ସ୍ଥାନ ବି ପାଇଛନ୍ତି । ଯୁବରାଜ ସିଂ ନିଜ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ହେଜେଲ କିଚ୍ ଙ୍କ ସହ ମୁମ୍ବାଇର ବର୍ଲି ସ୍ଥିତ ଓମକାର 1973 ଟାୱାର୍ସରେ ରହୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏକ ନ୍ୟୁଜ୍ ମାଗାଜିନ ଅନୁସାରେ, ଯୁବରାଜ ସିଂ (Yuvraj singh) ଏହି ଆଲିସାନ ଆପାର୍ଟମେଣ୍ଟ ବର୍ଷ ୨୦୧୩ରେ ୬୪ କୋଟି ଟଙ୍କାରେ କିଣିଥିଲେ । ଆଉ ଏହି ବିଳାସପୂର୍ଣ୍ଣ ଘରେ ଲିଭିଂ ରୁମ୍, ୱାର୍ଲଡ କ୍ଲାସ ମୋନୋକ୍ରୋମ  ରୋଷେଇ ଘର ସହ ରହିବାକୁ ଖୁବ୍ ସୁନ୍ଦର ସୁନ୍ଦର ରୁମ ମଧ୍ୟ ରହିଛି । ଯାହା ତୁଳନାରେ ଟିମ ଇଣ୍ଡିଆର କ୍ୟାପଟେନ (Team India) ବିରାଟ କୋହଲିଙ୍କ ପାଖରେ ମଧ୍ୟ ମୁମ୍ବାଇର ବର୍ଲିରେ ଏକ ସୁନ୍ଦର ଫ୍ଲାଟ୍ ରହିଛି।


Also Read: ଗୁଣି ସନ୍ଦେହରେ ବାପା-ପୁଅକୁ ହତ୍ୟା ଘଟଣା: ଗୋଟିଏ ଗ୍ରାମର ୧୨ ଗିରଫ


ବର୍ଲିରେ ଥିବା Virat-Anushka ବିବାହ ପୂର୍ବରୁ ଏହି ଫ୍ଲାଟଟି କିଣାଯାଇଥିବା କୁହାଯାଉଛି । ୨୦୧୬ରେ ଏହି ଫ୍ଲାଟଟି କିଣାଯାଇଥିବା ବେଳେ ଫ୍ଲାଟଟି ୭ ହଜାର ୧୭୧ ସ୍କୋୟାର ଫୁଟରେ ରହିଛି । ଏହି ଆପାର୍ଟମେଣ୍ଟ ଓମକାର 1973 35 ବେ ଫ୍ଲୋରରେ ରହିଛି । ଏହି ଫ୍ଲାଟର ଏକ ବିଶେଷ୍ୱତ ରହିଛି ଯେ, ଏଥିରେ ପୁରା Mumbai ସହର ସହ ଆରବ  ସାଗର ସଫା ସଫା ଦେଖାଯାଏ । ଆଉ ଏହାର ଦାମ ପ୍ରାୟ ୩୪ କୋଟି ଟଙ୍କା। 


Also Read: କାହିଁକି ନିଜ ଆଲିସାନ୍ ବଙ୍ଗଳା ବିକ୍ରି କରିବାକୁ ଚାହୁଁଛନ୍ତି ସନ୍ନି ଲିଓନି?


ଯୁବରାଜ ସିଂ ଓ ହେଜେଲ କିଚ୍  (Hazel Keech) ନଭେମ୍ବର ୨୦୧୬ରେ ବିବାହ କରିଥିଲେ । ଏହି ଦମ୍ପତି ୨୯ ନମ୍ବର ମହଲାରେ ବସବାସ କରନ୍ତି । ଘରର ଇଣ୍ଟରିୟରରୁ ଆରବ ସାଗରର ଅତ୍ୟନ୍ତ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳେ ।