• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

ଗୁଣି ସନ୍ଦେହରେ ବାପା-ପୁଅକୁ ହତ୍ୟା ଘଟଣା: ଗୋଟିଏ ଗ୍ରାମର ୧୨ ଗିରଫ

କିଛି ଦିନ ହେବ ମୁଠାଗୁଡା ଗାଁରେ କିଛି ଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଲୁକ ଦଳବେହେରା ଓ ପୁଅ ଅନକ ଦଳବେହେରାଙ୍କୁ ଗୁଣିଆ ସନ୍ଦେହ କରି ଦୋଷାରୋପ କରି ଆସୁଥିଲେ। 

ଗୁଣି ସନ୍ଦେହରେ ବାପା-ପୁଅକୁ ହତ୍ୟା ଘଟଣା: ଗୋଟିଏ ଗ୍ରାମର ୧୨ ଗିରଫ
ଗୁଣି ସନ୍ଦେହରେ ବାପା-ପୁଅକୁ ହତ୍ୟା ଘଟଣା: ଗୋଟିଏ ଗ୍ରାମର ୧୨ ଗିରଫ

ପ୍ରେମାନନ୍ଦ ପୂଜାରୀ, ଗଜପତି: ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଂଚାୟତ ମୁଠାଗୁଡା ଗାଁରେ ଶନିବାର ବିଳମ୍ବିତ ରାତିରେ ଗୁଣି ସନ୍ଦେହରେ ବାପ-ପୁଅକୁ ହତ୍ୟା ଘଟଣାରେ ପୋଲିସ ଆଜି ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ସମସ୍ତେ ମୁଠାଗୁଡା ଗ୍ରାମର ବୋଲି ପୋଲିସ କହିଛି।

କିଛି ଦିନ ହେବ ମୁଠାଗୁଡା ଗାଁରେ କିଛି ଜଣଙ୍କ ମୃତ୍ୟୁ ପରେ ଗ୍ରାମବାସୀ ଲୁକ ଦଳବେହେରା ଓ ପୁଅ ଅନକ ଦଳବେହେରାଙ୍କୁ ଗୁଣିଆ ସନ୍ଦେହ କରି ଦୋଷାରୋପ କରି ଆସୁଥିଲେ। ତେବେ ଅଭିଯୁକ୍ତମାନେ ପ୍ରତିହିଂସା ପରାୟଣ ହୋଇ ଯୋଜନାବଦ୍ଧ ଭାବେ ଗାଁରେ ବୈଠକ କରିଥିଲେ। ବାପ-ପୁଅ ଦୁହିଁଙ୍କୁ ଗାଁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ପୂଜାପାଠ କରାଇବା ସହ ତାଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ କହିଛି।

Also Read: ଗୁଣି ସନ୍ଦେହରେ ବାପ-ପୁଅଙ୍କୁ ନିର୍ମମ ହତ୍ୟା

ରବିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାପର ମୃତଦେହକୁ ବିଲରୁ ଉଦ୍ଧାର କରିଥିବା ବେଳେ ପୁଅର ମୃତଦେହକୁ ଘରୁ ଜବର କରି ତଦନ୍ତ କରିଥିଲା। ଘଟଣାସ୍ଥଳରୁ ପୋଲିସ ରକ୍ତଭିଜା ଲୁଗା, ହତ୍ୟାରେ ବ୍ୟବହୃତ ଠେଙ୍ଗା, ପଥର ଓ ପୂଜା ସାମଗ୍ରୀ ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଦିଲିପ କୁମାର ନାୟକ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଲେ ଜୋଶୁଆ ଗୋମାଙ୍ଗୋ, ବେଞ୍ଜାମିନ୍ ଗୋମାଙ୍ଗୋ, ସଞ୍ଜୟ ଗୋମାଙ୍ଗୋ, ଅଭିମାନୁ ରାଇକା, ଜୁନାଶା ଗୋମାଙ୍ଗୋ, ମିଖାଇଲ ଗୋମାଙ୍ଗୋ, ସେତୁ ରାଇକା, ଜିରିମିୟା ରାଇକା, ଅବ୍ରହାମ ବଡରଇତ, ସୋମନାଥ ଗୋମାଙ୍ଗ, କୋରା ରଇତ ଓ  ଜୁନେଶ ରଇତ।