ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଯୁବରାଜ ସିଂ ବହୁ ଦିନର ବ୍ୟବଧାନ ପରେ ଟିମ୍ ଇଣ୍ଡିଆକୁ ନେଇ ମୁହଁ ଖୋଲିଛନ୍ତି । ସଦାବେଳେ ଟିମ ଇଣ୍ଡିଆର ଆଗାମୀ କ୍ୟାପଟେନ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗିରୁହେ । ଏହାକୁ ନେଇ ଯୁବରାଜ ସିଂ ଆଗାମୀ କ୍ୟାପଟେନ କିଏ ହେବେ ତାଙ୍କୁ ନେଇ ଆକଳନ କରିଛନ୍ତି । ସେ କହିଛନ୍ତି ଯେ, ଟିମ ଇଣ୍ଡିଆର ଖେଳାଳୀ ଋଷଭ ପନ୍ତ ଭାରତୀୟ ଟିମର ଅଧିନାୟକ ହୋଇପାରନ୍ତି । ତାଙ୍କ କହିବା କଥା, ଗତ କିଛି ଦିନ ହେଲାଣି ଋଷଭ ଟିମ ଇଣ୍ଡିଆକୁ ଭଲ ସଫଳତା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଯୁବରାଜ ସିଂ (Yuvraj Singh) ଏକ ଖବର ସରବରାହ ସଂସ୍ଥା (News Agency) କୁ ସାକ୍ଷାତକାରରେ କହିଛନ୍ତି ଯେ, କ୍ରିକେଟର ଋଷଭ ପନ୍ତଙ୍କୁ ଭାରତୀୟ ଟିମର କ୍ୟାପଟେନ କରିବାକୁ ନେଇ ସେ କହିଛନ୍ତି । ତାଙ୍କ କହିବା କଥା, ଋଷଭ ପନ୍ଥ (Rishabh Pant) ଏମିତି ଜଣେ କ୍ରିକେଟର ଯିଏ ସମସ୍ତଙ୍କ ସହ ମିଳାମିଶା ସହ ତାଙ୍କ ପାଖରେ ଏକ ଏମିତି ଗୁଣ ଅଛି ଯାହା ତାଙ୍କୁ କ୍ଯାପଟେନ କରିବାକୁ ସକ୍ଷମ ହେବ ଆଉ ତାହା ହେଉଛି ଚତୁରତା ସହ ବୁଦ୍ଧି। 


Also Read: CSKର ସିଇଓ କହିଲେ IPL ରେ କେତେବର୍ଷ ଖେଳିବେ MS Dhoni


ୟୁବି କହିଛନ୍ତି ଯେ, ଋଷଭ ପନ୍ତ  ଦିଲ୍ଲୀ କ୍ୟାପିଟାଲ୍ସର (Delhi Capitals)ଅଧିନାୟିକତ୍ୱ କରିଥିବାର ସେ ଦେଖିଛନ୍ତି । ତେବେ ଆଗାମୀ ବର୍ଷରେ ଋଷଭ ପନ୍ତ ଭାରତୀୟ ଟିମର କ୍ୟାପଟେନ ହୋଇପାରନ୍ତି ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଋଷଭ ପନ୍ତଙ୍କ ମଧ୍ୟରେ ସେ ସବୁ ଗୁଣ ରହିଛି ଯାହା ଏକ ଟିମ୍ ର କ୍ୟାପଟେନ (Team India Captain)ଙ୍କ ଭିତରେ ରହିବା ଦରକାର ।


Also Read: ସେହୱାଗ ସେୟାର କଲେ ଦାଦାଙ୍କ ଏକ ମଜାଳିଆ ଫଟୋ, ହସି ହସି ଗଡିଯାଉଛନ୍ତି ଫ୍ୟାନ୍ସ


ଏହାବାଦ୍ ୟୁବି ଏକଥା ବି କହିଛନ୍ତି ଯେ, ଟିମ ଇଣ୍ଡିଆରେ ଦ୍ୱିତୀୟ ୟୁବରାଜ କିଏ ? ସେ କହିଛନ୍ତି ଯେ , ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ ଋଷଭ ପନ୍ଥ  ସେ ସବୁ କରିପାରିବେ ଯାହା ଯୁବରାଜ ୨୦୦୭ ଟି-20 ୱାର୍ଲ୍ଡକପ ଓ ୨୦୧୧ ୱାନଡେ ୱାର୍ଲ୍ଡକପ୍ (2011 One Day World Cup) ରେ କରିଥିଲେ ।