CSKର ସିଇଓ କହିଲେ IPL ରେ କେତେବର୍ଷ ଖେଳିବେ MS Dhoni
Advertisement
Article Detail0/zeeodisha/odisha937875

CSKର ସିଇଓ କହିଲେ IPL ରେ କେତେବର୍ଷ ଖେଳିବେ MS Dhoni

ବିଶ୍ୱନାଥନ କହିଛନ୍ତି ଯେ, ଧୋନି ଏବେ ବି ପୁରା ଫିଟ୍ ଯାହା ଫଳରେ ସେ ଚେନ୍ନାଇ ପାଇଁ କମ ସେ କମ ଆହୁରି ଦୁଇ ବର୍ଷ ନିହାତି ଖେଳିପାରିବେ ।

CSKର ସିଇଓ କହିଲେ IPL ରେ କେତେବର୍ଷ ଖେଳିବେ MS Dhoni

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ନିଜର କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛି । ଆଇପିଏଲ ର ଟିମ ଚେନ୍ନାଇ ସୁପରକିଙ୍ଗସ୍ ଏହା ସ୍ପଷ୍ଟୋକ୍ତି କରିଛି ଯେ,  କେବେ ଯାଏଁ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଖେଳିବେ ।

ଚେନ୍ନାଇ ସୁପର କିଙ୍ଗସ (Chennai Super Kings)ର ସିଇଓ CEO କାଶି ବିଶ୍ୱନାଥନ (Kasi Viswanathan) ଏମଏସ ଧୋନିଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ବିଶ୍ୱନାଥନ କହିଛନ୍ତି ଯେ, ଧୋନି ଏବେ ବି ପୁରା ଫିଟ୍ ଯାହା ଫଳରେ ସେ ଚେନ୍ନାଇ ପାଇଁ କମ ସେ କମ ଆହୁରି ଦୁଇ ବର୍ଷ ନିହାତି ଖେଳିପାରିବେ ।

Also Read: Nagin ପରେ ଏବେ ଚହଳ ସୃଷ୍ଟି କରିଛି Khaini Dance

ଚେନ୍ନାଇ ସୁପର କିଙ୍ଗସର ସିଇଓ (Kasi Viswanathan) ଏକ ନ୍ୟୁଜ ଏଜେନ୍ସି ସହ ସାକ୍ଷାତକାରରେ କହିଛନ୍ତି ଯେ, MS Dhoni ଚେନ୍ନାଇ ସୁପର କିଙ୍ଗସ ପାଇଁ ଆହୁରି ଏକ୍ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଖେଳିପାରିବେ । ସେ ଶାରୀରିକ କ୍ଷେତ୍ରରେ ପୁରା ଫିଟ ଥିବା ସିଇଓ କହିଛନ୍ତି ।

Also Read: ଚଣ୍ଡିଗଡ଼ରେ ସଲମାନ ଓ ତାଙ୍କ ଭଉଣୀଙ୍କ ବିରୋଧରେ FIR, ସମନ ପଠାଇଲା ପୋଲିସ

CSKର ସିଇଓ ଙ୍କ କହିବା କଥା, ମୋତେ କାରଣ ଜଣାପଡ଼ୁନି କି ଧୋନି କାହିଁକି ଖେଳ ବନ୍ଦ କରିବେ । ସିଏସକେ (Chennai Super Kings) ପାଇଁ ଧୋନି ଯାହା କରିଛନ୍ତି ସେଥିରେ ସେ ବହୁତ ଖୁସି ବୋଲି କହିଛନ୍ତି । ଗୋଟେ ଟିମର କ୍ୟାପଟେନ ହିସାବରେ ଟିମର ସାଥୀରେ ରହିବା ସହ ଆମକୁ ଏବେ ବି ଲାଗୁଛି ତାଙ୍କ ପ୍ରତିନିଧିତ୍ୱ ସବୁଠାରୁ ଉତ୍ତମ । ଯାହା ଫଳରେ ଟିମ୍ ପାଇଁ ବହୁ ସଫଳତା ଆଣିପାରିବ । ସେ ଏବେ ବି ଗୋଟିଏ ଟିମ୍ ପାଇଁ ଫିନିସର୍ ର ଭୂମିକା ତୁଲାଇଥାନ୍ତି ।