National Panchayat Awards: ଓଡ଼ିଶାରୁ ୭ ଜଣ ପାଇବେ ଜାତୀୟ ପଞ୍ଚାୟତ ପୁରସ୍କାର, ଏଠାରେ ଦେଖନ୍ତୁ ପୂରା ତାଲିକା
National Panchayat Awards: ଏହି ପୁରସ୍କାରଗୁଡିକ ତୃଣମୂଳ ସ୍ତରରେ ଅନ୍ତର୍ଭୂକ୍ତ ତଥା ନିରନ୍ତର ବିକାଶ ଦିଗରେ ଉତ୍କର୍ଷର ମାନ୍ୟତା ଭାବରେ ପଞ୍ଚାୟତ ରାଜ ଅନୁଷ୍ଠାନଗୁଡିକର ଆଦର୍ଶ ଉଦ୍ୟମକୁ ଦେଖି ପ୍ରଦାନ କରାଯାଏ। ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପାଇଁ ସମାରୋହ ୧୧ ଡିସେମ୍ବର ୨୦୨୪ ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ।
National Panchayat Awardees 2024: ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି। ଏହି ପୁରସ୍କାରଗୁଡିକ ତୃଣମୂଳ ସ୍ତରରେ ଅନ୍ତର୍ଭୂକ୍ତ ତଥା ନିରନ୍ତର ବିକାଶ ଦିଗରେ ଉତ୍କର୍ଷର ମାନ୍ୟତା ଭାବରେ ପଞ୍ଚାୟତ ରାଜ ଅନୁଷ୍ଠାନଗୁଡିକର ଆଦର୍ଶ ଉଦ୍ୟମକୁ ଦେଖି ପ୍ରଦାନ କରାଯାଏ। ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପାଇଁ ସମାରୋହ ୧୧ ଡିସେମ୍ବର ୨୦୨୪ ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଯେଉଁଠାରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଜେତା ମାନଙ୍କୁ ପୁରସ୍କୃତ କରିବେ।
ଏହି ବର୍ଷ ୪୫ଟି କ୍ୟାଟୋଗୋରୀ ପାଇଁ ଅନେକ ବ୍ୟକ୍ତିଙ୍କୁ ଚୟନ କରାଯାଇଛି, ଯାହା ତୃଣମୂଳ ସ୍ତରରେ ଶାସନ ଏବଂ ସମ୍ପ୍ରଦାୟର ବିକାଶରେ ସଫଳତାର ଏକ ବ୍ୟାପକ ବିସ୍ତାରକୁ ପ୍ରତିଫଳିତ କରିଥାଏ। ଏହି ଶ୍ରେଣୀଗୁଡ଼ିକରେ ଦିନ ଦିୟାଲ ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ପୁରସ୍କାର, ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର, ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର, କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର ଏବଂ ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ରହିଛି। ଏହି ପୁରସ୍କାରଗୁଡିକ ଦାରିଦ୍ର୍ୟ ଦୂରୀକରଣ, ସ୍ୱାସ୍ଥ୍ୟ, ଶିଶୁ କଲ୍ୟାଣ, ଜଳ ପର୍ଯ୍ୟାପ୍ତତା, ପରିମଳ, ଭିତ୍ତିଭୂମି ବିକାଶ, ସାମାଜିକ ନ୍ୟାୟ, ମହିଳା ସଶକ୍ତିକରଣ ଏବଂ ଜଳବାୟୁ ସ୍ଥିରତା ଭଳି ପ୍ରମୁଖ କ୍ଷେତ୍ରରେ ସଫଳତାକୁ ସ୍ୱୀକୃତି ଦେଇଥାଏ।
ଏହି ବର୍ଷ ୧.୯୪ ଲକ୍ଷ ଗ୍ରାମ ପଞ୍ଚାୟତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପୁରସ୍କାର ପାଇବାକୁ ଯାଉଥିବା ୪୨ଟି ପଞ୍ଚାୟତ ମଧ୍ୟରୁ ୪୨% ମହିଳା ଅଛନ୍ତି। ଓଡ଼ିଶାରୁ ମଧ୍ୟ ୭ ଜଣଙ୍କୁ ରାଷ୍ଟ୍ରପତି ଏହି ପୁରାସ୍କାର ପ୍ରଦାନ କରିବେ।
1. ସର୍ବ ଶ୍ରେଷ୍ଠ ବ୍ଲକ ପଞ୍ଚାୟତ (ଶ୍ରେଣୀ): ଛତ୍ରପୁରରୁ ସରପଞ୍ଚ କିରଣ କୁମାରୀ ଦାସଙ୍କୁ ମିଳିବ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର।
2. ଜିଲ୍ଲା ସ୍ତରୀୟ ସର୍ବୋତ୍ତମ ପଞ୍ଚାୟତ (ଶ୍ରଣୀ) କୋରାପୁଟରୁ ସସ୍ମିତା ମେଲେକାଙ୍କୁ ମିଳିବ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର।
3. ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ରାଣୀ ଲୋହାରଙ୍କୁ ମିଳିବ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର।
4. ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର (ଶ୍ରେଣୀ): ହିଞ୍ଜିଳୀକୁଟ ସାହାପୁର ପଞ୍ଚାୟତରୁ ବନ୍ଦନା ପ୍ରଧାନଙ୍କୁ ମିଳିବ ଦିନ ଦିୟାଲ ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ପୁରସ୍କାର।
5. ସୁସ୍ଥ ପଞ୍ଚାୟତ (ଶ୍ରେଣୀ): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା କେଳୁଆପାଲିରୁ ଅରୁଣ କୁମାର ନାୟକଙ୍କୁ ମିଳିବ ଦିନ ଦିୟାଲ ଉପାଧ୍ୟୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ।
6. କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର (ଶ୍ରେଣୀ): ସୁନ୍ଦରଗଡ଼ ଜିଲ୍ଲା କେଣ୍ଡ୍ରିକେଲାରୁ ଉଗ୍ରଶେନ କିଶାନଙ୍କୁ ମିଳିବ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର।
7. ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର (ଶ୍ରେଣୀ) ରେ ମଧ୍ୟ ଓଡ଼ିଶାରୁ ଜଣଙ୍କୁ ଏହି ପୁରସ୍କାର ମିଳିବ।