Bada Osa 2023: ଧବଳେଶ୍ଵରରେ ସ୍ଵାଭାବିକ ହେଲା ଦର୍ଶନ (dhabaleswar Dharsan)। ରାତି ତିନି ଟାରୁ ପହଡ ଖୋଲାଯାଇ ଠାକୁରଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇ ମଇଲମ ଓ ମଙ୍ଗଳ ଆଳତୀ ନୀତି ଶେଷ ହୋଇଥିଲା। ପରେ ଶ୍ରଦ୍ଧାଳୁଙ୍କୁ ବାବା ଧବଳେଶ୍ବରଙ୍କ ଦର୍ଶନ କରିଥିଲେ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଧବଳେଶ୍ବରଙ୍କ ବଡଓଷା ଶେଷ ହୋଇଥିବା ବେଳେ ବାବା ଧବଳେଶ୍ବରଙ୍କ ପାଖରେ ଗଜଭୋଗ ଓ ତରଣ (Gaja bhogo offered to baba dhabaleswar) ଲାଗି ହୋଇଛି। ରାତି ସାରା ଉଜାଗର ରହି ଭକ୍ତ ଭୋଗ (Gaja bhogo )ପାଇ ବେଶ ଆନନ୍ଦିତ ହୋଇଛନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

Also Read: Kartik Purnima 2023: ବିଛାରେ ମଙ୍ଗଳ-ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!


ସୂଚନା ଅନୁସାରେ, ଧବଳେଶ୍ବରଙ୍କ ପୀଠରେ ବ୍ୟାରିକେଟ୍ ଓ ସାଇକେଲ୍ ଷ୍ଟାଣ୍ତ ନିଲାମିକୁ ନେଇ ଶୁକ୍ରବାର ପୂଜା ସମିତି ମନ୍ଦିର ଆଗରେ ଧାରଣା ଦେଇଥିଲେ।  ସକାଳ ୧୦ଟା ରେ ପୂଜକମାନେ ଧାରଣା ଦେବା ଯୋଗୁଁ  ଭକ୍ତମାନେ ଦର୍ଶନ କରି ନ ପାରି ଲମ୍ବା ଲାଇନ୍ ଧାଢିରେ ଠିଆ ହୋଇଥିଲେ। କିଛି ସମୟ ପରେ, ବ୍ୟାରିକେଟ୍ ଖୋଲି ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ବାହାରକୁ ଛାଡି ଦେଇଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଠିଆ ହୋଇ ଦର୍ଶନ ନ କରିପାରି ଅସନ୍ତୁଷ୍ଟ ହୋଇ ଫେରିଥିଲେ। 


ପଞ୍ଚୁକର ଦ୍ବିତୀୟ ଦିନ ରାତି ୩ଟାରୁ  ମନ୍ଦିରର ଦ୍ବାର ଫିଟା ଯାଇ ସମସ୍ତ ନୀତିକାନ୍ତି କରାଯାଇଥିଲା। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁଙ୍କୁ ଧାଡିରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବା ଲାଗି ପ୍ରଶାସନ ପକ୍ଷରୁ କଂକ୍ରିଟ୍ ବ୍ରିଜ୍ ଠାରୁମନ୍ଦିର ବେଢା ପର୍ଯ୍ୟନ୍ତ  ବ୍ୟାରିକେଟ୍  ବ୍ୟବସ୍ଥା କରାଯାଇ ଶ୍ରଦ୍ଧାଳୁଙ୍କୁ ଛଡାଯାଇଥିଲା। କିନ୍ତୁ ଏହି ବ୍ୟାରିକେଟକୁ ନେଇ ପୂଜକ ସମିତି ଅସନ୍ତୁଷ୍ଟ ହୋଇଥିଲା। ଫଳରେ ପ୍ରଶାସନ ଓ ପୂଜକ ସମିତି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଆଠଗଡ ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ ଅତିରିକ୍ତ ଏସପି  ଉପସ୍ଥିତ ରହି ପୂଜକ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ଓ ପୂଜା ସମିତି ଜିଦରେ ଅଟଳ ଯୋଗୁଁ ପୂଜକମାନେ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ କରିବାରୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଥିଲେ। ପରେ ଶନିବାର ଦିନ  ସକାଳୁ(ବଡଓଷା ଦିନ) ଭକ୍ତ ଦର୍ଶନ ନ ପାଇ ଦ୍ବାର ଭାଙ୍ଗି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଥିଲେ।