Bargarh dhanu yatra 2024: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼଼ ପ୍ରସିଦ୍ଧ ଧନୁଯାତ୍ରା । ସେନେଇ ସମସ୍ତ ପ୍ରସ୍ତୁତି ବର୍ତ୍ତମାନ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ତୋରଣ କାମ ସରିଥିବା ସମୟରେ ତୋରଣକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଉଛି । କଂସ ମହାରାଜଙ୍କ ରାଜ ଦରବାର ରଙ୍ଗମହଲ ତଥା ସିଂହାସନ ମଧ୍ୟ ସୁନ୍ଦର ଭାବରେ ନିର୍ମିତ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷକୁ ମିଶାଇ ପ୍ରସିଦ୍ଧ ଧନୁଯାତ୍ରାକୁ ୭୬ ବର୍ଷରେ ପଦାର୍ପଣ କରୁଥିବାରୁ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି । ଏହି ଧନୁଯାତ୍ରା ୧୫ ଜାନୁଆରୀରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ବରଗଡ ହାଟପଦାରେ କଂସ ମହାରାଜଙ୍କ ପାଇଁ ଏକ ବିଶାଳ ରାଜଦରବାର ତିଆରି କରାଯାଇଛି । ଯାହାର ଉଚ୍ଚତା ୯୫ ଫୁଟ ଏବଂ ପ୍ରସ୍ଥ ପ୍ରାୟ ୪୫ ଫୁଟ ରହିଛି ।


ସୂଚନାଯୋଗ୍ୟ, ପ୍ରତିବର୍ଷ ଧନୁଯାତ୍ରାରେ ବ୍ୟାପକ ଭିଡ ପରିଲକ୍ଷିତ ହେଉଥିବା ସମୟରେ ଚଳିତଥର ମଧ୍ୟ ଅଧିକ ଭିଡ ହେବା ନେଇ ଆଶା କରାଯାଉଛି । କଂସ ମହାରାଜଙ୍କ ଡାଏଲଗ ଲୋକଙ୍କ ହୃଦୟକୁ ବେଶ୍ ଛୁଇଁଥାଏ । ପ୍ରତିଥର ପରି ଚଳିତଥର ମଧ୍ୟ ୧୪ଟି ମଞ୍ଚରେ ଧନୁଯାତ୍ରା ଆୟୋଜନ ହେବ ବୋଲି ସୂଚନା ମିଳିଛି ।


Also Read- ଯାଜପୁରରେ ଛାତିଥରା ଦୃଶ୍ୟ, କୁକୁର ପାଟିରେ ଶିଶୁର କଟାମୁଣ୍ଡ


Also Read- Ayodhya Ram Mandir: ଭକ୍ତିମୟ ହେଲା ଆମେରିକା, ଏଲନ ମସ୍କଙ୍କ ଗାଡିରେ 'ଜୟ ଶ୍ରୀରାମ'