Advertisement
Article Detail0/zeeodisha/odisha2059720
Zee OdishaOdisha TrendingAyodhya Ram Mandir: ଭକ୍ତିମୟ ହେଲା ଆମେରିକା, ଏଲନ ମସ୍କଙ୍କ ଗାଡିରେ ଜୟ ଶ୍ରୀରାମ

Ayodhya Ram Mandir: ଭକ୍ତିମୟ ହେଲା ଆମେରିକା, ଏଲନ ମସ୍କଙ୍କ ଗାଡିରେ 'ଜୟ ଶ୍ରୀରାମ'

Ayodhya Ram Mandir: ଚଳିତ ମାସ ତଥା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ନେଇ ଦେଶ ଏବଂ ବିଦେଶରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନିକଟରେ ଆମେରିକାରେ ଏକ ମ୍ୟୁଜିକାଲ୍ ଶୋ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ସ୍ଳୋଗାନ ଦିଆଯାଇଥିଲା ।

Ayodhya Ram Mandir: ଭକ୍ତିମୟ ହେଲା ଆମେରିକା, ଏଲନ ମସ୍କଙ୍କ ଗାଡିରେ 'ଜୟ ଶ୍ରୀରାମ'

Ayodhya Ram Mandir: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ଦେଶ ସମେତ ବିଦେଶରେ ମଧ୍ୟ ଭକ୍ତିମୟ ପରିବେଶ ସୃଷ୍ଟି ହେବାରେ ଲାଗିଛି । ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାମଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଭରି ହୋଇ ରହିଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ପରି ସହରରେ ମଧ୍ୟ ପ୍ରବାସୀ ଭାରତୀୟଙ୍କ ସହିତ ସ୍ଥାନୀୟଲୋକେ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କର ଜୟଗାନ କରୁଥିବା ସୂଚନା ମିଳିଛି । ତେବେ ନିକଟରେ ଆମେରିକାରୁ କିଛି ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

କାରରେ ରାମନାମ

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆମେରିକାର ମେରିଲ୍ୟାଣ୍ଡରେ ଟେସଲା କାର (tesla car) ସହିତ ଏକ ମ୍ୟୁଜିକାଲ୍ ଏବଂ ଲାଇଟ୍ ସୋ (Musical and light show) ଆୟୋଜନ କରାଯାଇଥିଲା । ଏହି ଶୋ’ରେ ରାମଭକ୍ତମାନେ ଜୟ ଶ୍ରୀ ରାମଙ୍କ ଉଚ୍ଚାରଣ କରି ଅଞ୍ଚଳକୁ ଭକ୍ତିମୟ କରିଥିଲେ । ଟେସଲା କାରକୁ ନେଇ ଏକ ଶୋ ’ଆୟୋଜିତ ହୋଇଥିଲା । ଆମେରିକାର ଏହି କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଟେସଲା କାର ବ୍ୟବହାର କରାଯାଇଥିଲା ।  ୱାଶିଂଟନ୍, ଭର୍ଜିନିଆ, ମେରିଲାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସମେତ ଆମେରିକୀୟମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ରାମଭକ୍ତମାନେ ହାତରେ ଶ୍ରୀରାମଙ୍କ ଚିତ୍ର ଅଙ୍କିତ ପତାକା ଧରି ଜୟ ଶ୍ରୀରାମ ସ୍ଳୋଗାନ ଦେଇଥିଲେ । କାରରେ ମଧ୍ୟ ଜୟ ଶ୍ରୀରାମ ଲେଖାଯାଇଥିବା ଦେଖିବାକୁ ମିଳିଥିଲା ।

Add Zee News as a Preferred Source

Also Read- UP School Closed: କୁହୁଡି ଏବଂ ଶୀତ ପାଇଁ ଜାନୁଆରୀ ୨୦ ଯାଏଁ ବନ୍ଦ ରହିବ ସ୍କୁଲ, ପଢ଼ନ୍ତୁ ପୂରା ଖବର...

Also Read- ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ

About the Author