ଯାଜପୁରରେ ଛାତିଥରା ଦୃଶ୍ୟ, କୁକୁର ପାଟିରେ ଶିଶୁର କଟାମୁଣ୍ଡ
Advertisement
Article Detail0/zeeodisha/odisha2059784

ଯାଜପୁରରେ ଛାତିଥରା ଦୃଶ୍ୟ, କୁକୁର ପାଟିରେ ଶିଶୁର କଟାମୁଣ୍ଡ

ଜଣେ ବ୍ୟକ୍ତିଙ୍କ ବାଡିରୁ ଏକ ଅଜଣା ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । ଗୋଟିଏ କୁକୁର ଶିଶୁଟିର କଟା ମୁଣ୍ଡକୁ ଝୁଣି ଝୁଣି ଖାଉଥିବା ସମୟରେ ଲୋକମାନେ ଦେଖିନେଇଥିଲେ । ଫଳରେ କୁକୁରଟି କଟାମୁଣ୍ଡଟିକୁ ପାଟିରେ କାମୁଡି ଦୌଡି ପଳାଇଥିଲା । 

ଯାଜପୁରରେ ଛାତିଥରା ଦୃଶ୍ୟ, କୁକୁର ପାଟିରେ ଶିଶୁର କଟାମୁଣ୍ଡ

ଯାଜପୁରରୋଡ: ଲକ୍ଷ୍ମୀନଗର ଅନ୍ତର୍ଗତ ରାଧାନଗର ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ ବାଡିରୁ ଏକ ଅଜଣା ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । ଗୋଟିଏ କୁକୁର ଶିଶୁଟିର କଟା ମୁଣ୍ଡକୁ ଝୁଣି ଝୁଣି ଖାଉଥିବା ସମୟରେ ଲୋକମାନେ ଦେଖିନେଇଥିଲେ । ଫଳରେ କୁକୁରଟି କଟାମୁଣ୍ଡଟିକୁ ପାଟିରେ କାମୁଡି ଦୌଡି ପଳାଇଥିଲା । 

କୁକୁର ପାଟିରେ କଟା ମୁଣ୍ଡ ଦେଖିବା ପରେ ସ୍ଥାନୀୟଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘଟଣାଟି ନିମିଷକେ ଚାରିଆଡେ ପ୍ରଚାରିତ ହେବାରୁ ରାଧାନଗର ଅଞ୍ଚଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଲୋକମାନେ କୁକୁର ଓ କଟାମୁଣ୍ଡକୁ ଅନେକ ଖୋଜାଖୋଜି କରି ପାଇବାରେ ବିଫଳ ହେବା ପରେ ଏ ସମ୍ପର୍କରେ ଯାଜପୁରରୋଡ ପୋଲିସକୁ ଜଣାଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କଟାମୁଣ୍ଡଟିକୁ ଖୋଜିଥିଲା । ଏକ ବଣୁଆ ସ୍ଥାନରୁ କଟାମୁଣ୍ଡକୁ ଉଦ୍ଧାର କରିବା ପରେ ସେ କଟା ମୁଣ୍ଡଟି କେଉଁଠୁ ଆସିଲା ତାର ତଦନ୍ତ ଆରମ୍ଭ କରିଛି ପୋଲିସ ।  ତେବେ କେଉଁଠୁ ଆସିଲା କଟାମୁଣ୍ଡ ସେନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । କିଛି ଲୋକ ଏହାକୁ ବଳି ପ୍ରଥା କହୁଥିବା ସମୟରେ ବିଭିନ୍ନ ଲୋକ ବିଭିନ୍ନ ମତ ଦେଉଥିବା ଶୁଣିବାକୁ ମିଳୁଛି ।

Also Read- Ayodhya Ram Mandir: ଭକ୍ତିମୟ ହେଲା ଆମେରିକା, ଏଲନ ମସ୍କଙ୍କ ଗାଡିରେ 'ଜୟ ଶ୍ରୀରାମ'

Also Read- ଏମିତି କ'ଣ ଘଟିଲା ଓୟୋ ରୁମରେ? ଚାଲିଗଲା ଅଙ୍ଗନବାଡି କର୍ମୀଙ୍କ ଜୀବନ