Odisha News: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଛି ବଡ଼ ଧରଣର ସଫଳତା। ଦୀର୍ଘ ଦିନରୁ ବିଭିନ୍ନ ଗ୍ୟାସ କମ୍ପାନୀମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟ କରି ନେଇଯାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବରଗଡ଼ ପୋଲିସ।ଏହି ଗ୍ୟାଙ୍ଗର ସମୁଦାୟ ୯ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀ ଇଣ୍ଡିଆନ୍ , ଏଚପି , ଭାରତ ଆଦି ବ୍ରାଣ୍ଡ ର ସମୁଦାୟ ୫୦୦ ଗୋଟି ସିଲିଣ୍ଡର ଜବତ କରିଛି ପୋଲିସ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନେ ସମ୍ବଲପୁର ଜିଲ୍ଲାର ହୋଇଥିବା ବେଳେ ୧୫ ତାରିଖ ରାତିରେ ଅତାବିରା ଠାରେ ପୋଲିସର ନାକାବନ୍ଦି ଚାଲିଥିବା ସମୟରେ ଅଶୋକ ଲିଲେଣ୍ଡ କମ୍ପାନୀର ଏକ ଗାଡିରେ ୧୧୦ ଟି ସିଲିଣ୍ଡର ଲୁଟ କରି ଫେରୁଥିବା ସମୟରେ ପୋଲିସ ହାତରେ ଧରାପଡିଥିଲେ ଏହି ଗ୍ୟାଙ୍ଗ।


COMMERCIAL BREAK
SCROLL TO CONTINUE READING

 ସୂଚନା ଅନୁଯାୟୀ ଅତାବିରା ଥାନାରେ ସିଦ୍ଧାର୍ଥ ଶଙ୍କର ପଣ୍ଡା ନାମକ ଜଣେ ବ୍ୟକ୍ତି ଥାନାରେ ଏତଲା ଦେଇଥିଲେ ଯେ ତାଙ୍କ ଇଣ୍ଡିଆନ୍ ଗ୍ୟାସ ଗୋଦାମରୁ କିଛି ଦୁର୍ବୁତ୍ତ ଆସି ୧୫୮ ଟି ଗ୍ୟାସ ସିଲିଣ୍ଡର ଡକାୟତି କରି ନେଇଯାଇଛନ୍ତି ଏବଂ ସେଠାରେ ଥିବା ଜଗୁଆଳିକୁ ଆକ୍ରମଣ କରିଛନ୍ତି। ତେବେ ଏହି ଘଟଣାର ତଦନ୍ତ ପାଇଁ ପୋଲିସ ବିଭାଗ ପକ୍ଷରୁ ୩ ଟି ସ୍ପେଶିଆଲ୍ ଟିମ୍ ଗଠନ କରି ତଦନ୍ତ ଜାରି ରହିଥିଲା। ତେବେ ପନ୍ଦର ତାରିଖ ରାତି ରେ କିଛି ଦୁର୍ବୁତ୍ତ OR 15T-8412 ନମ୍ବର ବିଶିଷ୍ଟ ଏକ ଗାଡିରେ ଚୋରୀ ଗ୍ୟାସ ସିଲିଣ୍ଡର ଚାଲାଣ କରୁଥିବା ନେଇ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ପୋଲିସ ସେମାନଙ୍କର ଗତିବିଧି ଉପରେ ନଜର ରଖିଥିଲା ଏବଂ ସେମାନେ ସମ୍ବଲପୁର ପଟକୁ ଯାଉଥିବାର ଖବର ପାଇ ଅତାବିରା ଠାରେ ନାକାବନ୍ଦି କରିଥିଲା।  ଅତାବିରା ଠାରେ ଗାଡିଟିକୁ ଅଟକାଇ ପଚରା ଉଚୁରା କରିବାରୁ ପୋଲିସକୁ ସନ୍ଦେହ ହୋଇଥିଲା ଏବଂ ସେଥିରେ ଥିବା ୧୧୦ ଟି ଗେସ୍ ସିଲିଣ୍ଡର ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା ପୋଲିସ।


ତେବେ ଅଧିକ ଜେରା ପରେ ଅପରାଧୀମାନେ ଚୋରୀ ଓ ଡକାୟତି ତାଙ୍କର ପେସା ବୋଲି ସ୍ଵୀକାର କରିଥିଲେ। ବରଗଡ , ବଲାଙ୍ଗିର , ସମ୍ବଲପୁର , ସୋନପୁର , ଝାରସୁଗୁଡା ଆଦି ଜିଲ୍ଲାରେ ସେମାନେ ଅନେକ ଡକାୟତି କରିଥିବା ବେଳେ ଏହି ଅଞ୍ଚଳ ମାନଙ୍କରେ ବିଭିନ୍ନ ଗ୍ୟାସ କମ୍ପାନୀର ଗୋଦାମରୁ ବ୍ୟାପକ ଗ୍ୟାସ୍ ସିଲିଣ୍ଡର ଚୋରୀ କରିଥିବା ସ୍ଵୀକାର କରିଥିଲେ। ରାତିରେ ସେମାନେ ୧୧୦ଟି ଗ୍ୟାସ ସିଲିଣ୍ଡର ଚୋରୀ କରି ଫେରୁଥିବା ସମୟରେ ସେମାନେ ବରଗଡ ପୋଲିସ ହାତରେ ଅତାବିରା ଠାରେ ଧରାପଡିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ମୋଟ୍ ୫୦୦ ଗୋଟି ସିଲିଣ୍ଡର , ଭୁଜାଲି , ଗ୍ୟାସ ବୋଝେଇ ଗାଡି , ବାଇକ ଓ ୮ ଟି ମୋବାଇଲ ଫୋନ୍ ଆଦି ଜବତ କରିବା ସହିତ ସମୁଦାୟ ୯ ଜଣଙ୍କୁ ଗିରଫ କରିଛି ବରଗଡ ପୋଲିସ |ତେବେ ସମସ୍ତ ଯାକ ଅପରାଧୀ ସମ୍ବଲପୁର ଜିଲ୍ଲାର ହୀରାକୁଦ, କ୍ଷେତରାଜପୁର , କନଶିଙ୍ଘା, ସିନ୍ଦୁରପଙ୍କ, ଶାସନ, ବରେଇପାଲି ଓ ଧନୁପାଲି ଆଦି ଅଞ୍ଚଳର ପେଷାଦାର ଡକାୟତ ଗ୍ୟାଙ୍ଗ ବୋଲି ଜଣାପଡିଛି।