Bribery case: ସିବିଆଇ ସମନ ପରେ ମଧ୍ୟ ହାଜର ହେଲେନି ଆଇଏଏସ୍ ବିଷ୍ଣୁପଦ ସେଠୀ
Bribery case: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜେନେରାଲ ମ୍ୟାନେଜର ବି କେ ସିଂଙ୍କ ସହ ଟଙ୍କା କାରବାର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି।
Bribery case: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ଟେଣ୍ଡର ଫିକ୍ସିଂ ମାମଲାରେ ବୁଧବାର ଦିନ ୧୨ଟା ସୁଦ୍ଧା ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିଲା। ତଥାପି ଏହି ସମନ ପରେ ମଧ୍ୟ ଆଇଏଏସ୍ ବିଷ୍ଣୁପଦ ସେଠୀ ଆଜି (୧୮ ଡିସେମ୍ୱର) ହାଜର ହୋଇନାହାଁନ୍ତି। କହିରଖୁଛୁ ଯେ ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସମନ କରିଥିଲା। ବୁଧବାର ଦିନ ବିଷ୍ଣୁପଦ ସେଠୀ ସିବିଆଇ କାର୍ଯ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଥିଲେ ବି ସେ ହାଜର ହୋଇ ନାହାଁନ୍ତି।
ଆଜି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ IAS ବିଷ୍ଣୁପଦଙ୍କ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, 'ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯାଇଛି। ତାଙ୍କୁ ସମନ କରାଯାଇଛି। ସିବିଆଇକୁ ଯାହା କହିବା କଥା କହିବେ। ଚୂଡ଼ାନ୍ତ ରିପୋର୍ଟ ପରେ ରାଜ୍ୟ ସରକାର ପଦକ୍ଷେପ ନେବେ।'
ଏହା ମାମଲାକୁ ନେଇ ବିରୋଧୀମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। କାହିଁକି ବିଷ୍ଣୁପଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ଓ ତାଙ୍କୁ ଅନେକ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
କ'ଣ ରହିଛି ମାମଲା?
ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜେନେରାଲ ମ୍ୟାନେଜର ବି କେ ସିଂଙ୍କ ସହ ଟଙ୍କା କାରବାର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ତାଙ୍କର ସଂପୃକ୍ତି ନେଇ ସ୍ପଷ୍ଟ ହୋଇନଥିଲେ ବି ତାଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇର ସମନ ପରେ ସେ ଏହି ମାମଲାରେ ସଂପୃକ୍ତି ଥିବା ଆଲୋଚନା ହେଉଛି। ଯଦିଓ ସାଧାରଣରେ କାହିଁକି ବିଷ୍ଣୁପଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠିଛି।
କହିରଖୁଛୁ ଯେ ଏହି ମାମଲାରେ ସିବିଆଇ ଉକ୍ତ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜିଏମମ୍ ଙ୍କ ସମେତ ଆକାଉଣ୍ଟସ୍ ଅଧିକାରୀ ଓ ଅନ୍ୟ ଜଣେ ଅଧିକାରୀଙ୍କୁ ସିବିଆଇ ଜେରା କରିସାରିଛି। ଏହି କ୍ରମରେ ଜିଏମ୍ ଭୂପେନ୍ଦ୍ର ସିଂହଙ୍କୁ ୬ଘଣ୍ଟା ମାରାଥନ ଜେରା କରାଯାଇଛି ଏବଂ ଆକାଉଣ୍ଟସ୍ ଅଫିସର୍ଙ୍କୁ ୭ ଦିନ ହେଲା ପର୍ଯ୍ୟାୟକ୍ରମେ ପଚରାଉଚରା ଚାଲିLଥିଲା। ବିଶେଷକରି ଅଭିଯୁକ୍ତ ଠିକାଦାର ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ କେଉଁ କାମ ପାଇଁ କେତେ ବିଲ୍ ପାସ୍ କରାଯାଇଛି ସେନେଇ ସିବିଆଇ ଜେରା କରିଛି।