Anurag Thakur At Bhubaneswar: ଭୁବନେଶ୍ୱର: ବିଜେପିର ନେତାଠୁ ନେଇ କାର୍ଯ୍ୟକର୍ତ୍ତାଯାଏ ଗରିବ କଲ୍ୟାଣ ପାଇଁ ସବୁବେଳେ ଉତ୍ସର୍ଗୀକୃତ। ସେ ବିରୋଧୀ ଦଳରେ ଥାଆନ୍ତୁ କି ଶାସନ ଦଳରେ କେହି କେବେ ଗରିବ କଲ୍ୟାଣକୁ ଦ୍ୱିତୀୟ ସ୍ଥାନରେ ରଖନ୍ତି ନାହିଁ। ବିଧାନସଭା ହେଉ କି ରାଜ୍ୟସଭା ବା ଲୋକସଭାରେ ଆମେ ସବୁବେଳେ ଲୋକଙ୍କ ସମସ୍ୟା କଥା ଉଠାଇଛୁ। ସରକାରରେ ଥିବାବେଳେ ଗରିବ କଲ୍ୟାଣ ଯୋଜନାକୁ ଲାଗୁ କରିଛୁ। ସେଥିଲାଗି ଆଜି ୧୮ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିପାରିଛନ୍ତି।  ୭୦ ବର୍ଷଭିତରେ କୌଣସି ସରକାର ଏପରି କରିପାରି ନ ଥିଲେ ଯାହା ମୋଦୀ କରି ଦେଖାଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଭୁବନେଶ୍ୱର ଗସ୍ତ ସମୟରେ ଶ୍ରୀ ଠାକୁର ଏହା କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶ୍ରୀ ଠାକୁର ଆଜି ଦୈନିକ ଖବରକାଗଜ 'ସମ୍ବାଦ'ର ବାର୍ଷିକୋତ୍ସବରେ ଯୋଗ ଦେବା ଲାଗି ଭୁବନେଶ୍ୱର ଆସିଛନ୍ତି। ସେ ଏଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ଓ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ଦରଦକୁ ଉପସ୍ଥାପନ କରିଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ଶାସକ ଦଳ ବିଧାନସଭାରେ ବିରୋଧୀଙ୍କ ଆଡ଼କୁ ଆକ୍ଷେପ କରି ‘ଜନବିରୋଧୀ’ ଶବ୍ଦ ପ୍ରୟୋଗ କରିବା ନେଇ ମନ୍ତ୍ରୀ ଶ୍ରୀ ଠାକୁରଙ୍କ ପ୍ରତିକ୍ରିୟା ଚାହିଁଥିଲେ।  ଏହି ସମୟରେ ଶ୍ରୀ ଠାକୁର କହିଛନ୍ତି, ‘ଆମ ଲୋକ ସରକାର ବିରୋଧୀ ହୋଇପାରନ୍ତି କିନ୍ତୁ ଜନ ବିରୋଧୀ କଦାପି ନୁହେଁ’।


ଅନୁରାଗ ଏହି ବୟାନ ରଖୁଥିବାବେଳେ ଆଜି ବିଧାନସଭାରେ ଏ ପ୍ରସଙ୍ଗକୁ ଉଠାଇଥିଲେ ବିରୋଧୀ ଦଳର ନେତାମାନେ। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣେ ଯେଉଁ ‘ଜନବିରୋଧୀ’ ଶବ୍ଦ ବ୍ୟବହାର କରିଛନ୍ତି ତାହାକୁ ହଟାଇବା ଲାଗି ଅନୁରୋଧ କରିଥିଲେ। ହେଲେ ବାଚସ୍ପତି ଏହା କର୍ଣ୍ଣପାତ ନକରିବାରୁ ଆଜି ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି।


Also Read: ‘ଜନବିରୋଧୀ’କୁ ନେଇ ଓଡ଼ିଶା ବିଧାନସଭାରେ ଅଚଳାବସ୍ଥା ଜାରି, ୪ଟା ଯାଏ ମୁଲତବୀ


Also Read: Weather: ପ୍ରବଳ ବର୍ଷାରେ ଭିଜିବ ୧୨ ଜିଲ୍ଲା! ବିଭାଗ ପକ୍ଷରୁ ଆଲର୍ଟ ଜାରି