Weather: ପ୍ରବଳ ବର୍ଷାରେ ଭିଜିବ ୧୨ ଜିଲ୍ଲା! ବିଭାଗ ପକ୍ଷରୁ ଆଲର୍ଟ ଜାରି
Advertisement

Weather: ପ୍ରବଳ ବର୍ଷାରେ ଭିଜିବ ୧୨ ଜିଲ୍ଲା! ବିଭାଗ ପକ୍ଷରୁ ଆଲର୍ଟ ଜାରି

Weather: ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ତ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଅଞ୍ଚଳରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଏହା ଦକ୍ଷିଣ ଆଡ଼କୁ ଢଳି ରହିଛି । ଫଳରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି ।  

ସୌ(ସୋସିଆଲ ମିଡିଆ)

Weather Update: ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ତ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଅଞ୍ଚଳରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି (Hurricane) ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଥିବା ବେଳେ ଏହା ଦକ୍ଷିଣ ଆଡ଼କୁ ଢଳି ରହିଛି । ଫଳରେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା (Rain) ଜାରି ରହିଛି ।  

ସୂଚନା ଅନୁଯାୟୀ, ସକ୍ରିୟ ଲଘୁଚାପ (low pressure) ଫଳରେ ରାଜ୍ୟରେ ଆହୁରି ୨ ଦିନ ବର୍ଷା ହେବ । ଖାସ୍ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ କାଁ ଭାଁ କେତେକ ସ୍ଥାନରେ ବର୍ଷା ହୋଇଛି । ମଙ୍ଗଳବାର ଦିନ ଯାଜପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୁଳ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow Alert) ଜାରି କରାଯାଇଛି। ସେହିପରି ବୁଧବାର ଅର୍ଥାତ୍ ୪ ତାରିଖ ଦିନ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ଦେବଗଡ଼ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏସବୁ ଜିଲ୍ଲାକୁ ମଧ୍ଯ ୱାର୍ଣ୍ଣିଂ ଜାରି କରାଯାଇଛି ।

ପ୍ରକାଶ ଥାଉ କି, ରାଜ୍ୟରେ ଗତ ଜୁନ୍ ମାସ ୧ ତାରିଖରୁ ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ୧୧୦୫.୪ ପ୍ରତିଶତ ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ୍ ଅଟେ । ୩୦ଟି ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି।  ପୁରୀରେ ସ୍ବାଭାବିକ ଠାରୁ ୨୦ ପ୍ରତିଶତ, କେନ୍ଦ୍ରାପଡ଼ାରେ  ୨୬ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରେ ୨୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।

Also Read-ବିଧାନସଭାରେ ଆଜି ସପ୍ତମ ଦିବସ: ପ୍ରଶ୍ନକାଳରେ ପଞ୍ଚାୟତିରାଜ ସହ ରହିଛି ୬ ବିଭାଗ

Also Read-Morning top 10 headlines: ସକାଳର ୧୦ ବଡ଼ ଖବର