Odisha News: ‘ଜନବିରୋଧୀ’କୁ ନେଇ ଓଡ଼ିଶା ବିଧାନସଭାରେ ଅଚଳାବସ୍ଥା ଜାରି, ୪ଟା ଯାଏ ମୁଲତବୀ
Advertisement

Odisha News: ‘ଜନବିରୋଧୀ’କୁ ନେଇ ଓଡ଼ିଶା ବିଧାନସଭାରେ ଅଚଳାବସ୍ଥା ଜାରି, ୪ଟା ଯାଏ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସପ୍ତମ କାର୍ଯ୍ୟ ଦିବସ ଆଜି ଆରମ୍ଭରୁ ଅଚଳ ରହିଛି। ଗୃହ ଆରମ୍ଭରୁ ବିରୋଧୀ ଦଳର ନେତାମାନେ ସରକାର ବିରୁଦ୍ଧରେ ନାରାବାଜୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଥିବା ‘ଜନବିରୋଧୀ’ ଶବ୍ଦକୁ ଉଠାଇବା ପାଇଁ ଦାବି କରିଥିଲେ। ହେଲେ ବାଚସ୍ପତି ଏହା ନକରି ନିର୍ଘଣ୍ଟ ଅନୁସାରେ ପ୍ରଶ୍ନକାଳକୁ ଆରମ୍ଭ କରିବାକୁ ଚାହିଁଥିଲେ। କ

Odisha News: ‘ଜନବିରୋଧୀ’କୁ ନେଇ  ଓଡ଼ିଶା ବିଧାନସଭାରେ ଅଚଳାବସ୍ଥା ଜାରି, ୪ଟା ଯାଏ ମୁଲତବୀ

Odisha News: ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସପ୍ତମ କାର୍ଯ୍ୟ ଦିବସ ଆଜି ଆରମ୍ଭରୁ ଅଚଳ ରହିଛି। ଗୃହ ଆରମ୍ଭରୁ ବିରୋଧୀ ଦଳର ନେତାମାନେ ସରକାର ବିରୁଦ୍ଧରେ ନାରାବାଜୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଥିବା ‘ଜନବିରୋଧୀ’ ଶବ୍ଦକୁ ଉଠାଇବା ପାଇଁ ଦାବି କରିଥିଲେ। ହେଲେ ବାଚସ୍ପତି ଏହା ନକରି ନିର୍ଘଣ୍ଟ ଅନୁସାରେ ପ୍ରଶ୍ନକାଳକୁ ଆରମ୍ଭ କରିବାକୁ ଚାହିଁଥିଲେ। କିନ୍ତୁ ବିରୋଧୀ ଦଳ ନିଜ ଜିଦ୍‍ ରେ ଅଟଳ ରହି ଗୃହରେ ପ୍ରଦର୍ଶନ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ରଖିଛନ୍ତି। 

ମୁଖ୍ୟମନ୍ତ୍ରୀ ଶନିବାର ଅପରାହ୍ଣରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମତ ରଖିବାବେଳେ  ‘ଜନବିରୋଧୀ’ ଶବ୍ଦ ବ୍ୟବହାର କରିଥିଲେ। ଏହା ବିରୋଧି ଦଳଙ୍କ ଉପରକୁ ସିଧାସଳଖ ନିଶାଣ ଥିଲା। ଏହା ଏକ ଆକ୍ଷେପମୂଳକ ଶବ୍ଦ ହୋଇଥିବାରୁ ବିଧାନସଭାର ରେକର୍ଡରୁ ଏହାକୁ ହଟାଇବା ଲାଗି ବିଜେପି ବିଧାୟକମାନେ ଦାବି କରିଥିଲେ। କିନ୍ତୁ ବାଚସ୍ପତି ସୋଥିରେ ରାଜି ହୋଇ ନାହାନ୍ତି। 

ଆଜି ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଗ୍ରାମାଞ୍ଚଳ ବିକାଶ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ଏବଂ ଦୂଚନା ଓ ଲୋକସମ୍ପର୍କ ବିଭାଗ ଭଳି ୬ଟି ବିଭାଗର ପ୍ରଶ୍ନକୁ ଉତ୍ତର ପାଇଁ ଗ୍ରହଣ କରାଯିବାକୁ ଥିଲା। ହେଲେ ଗୃହ ମୁଲତବୀ ହେତୁ ସବୁକିଛି ବାତିଲ୍‍ ହୋଇଛି। ଏପରିକି ପ୍ରଶ୍ନୋତ୍ତର କାଳ ସହ ଶୂନ୍ୟକାଳ, ମୁଲତବୀ ଆଲୋଚନା ମଧ୍ୟ ହେବ ନାହିଁ। 

ଦ୍ୱିତୀୟ ଦିବସଠାରୁ ଆରମ୍ଭ କରି ୫ ଦିନ ଯାଏ ଗୃହ ମଧ୍ୟରେ ହଟ୍ଟଗୋଳ, ମଧ୍ୟଭାଗରେ ପ୍ରତିବାଦ ପ୍ରଦର୍ଶନ, ବିରୋଧୀଙ୍କ ପ୍ରଶ୍ନବାଣ ଏବଂ ଶାସକ ଦଳର ଆକ୍ଷେପ ପ୍ରତ୍ୟାକ୍ଷେପ ହେତୁ ବିଧାନସଭା କାର୍ଯ୍ୟ ପରିଚାଳନାରେ ସମସ୍ୟା ଉପୁଜିଥିଲା। ଏଣୁ ବାଚସ୍ପତିଙ୍କୁ ବାରମ୍ବାର ଗୃହ କାର୍ଯ୍ୟକୁ ମୁଲତବୀ କରିବାକୁ ପଡ଼ିଥିଲା। ବିରୋଧୀ ଦଳ  ବିଜେପି ପକ୍ଷରୁ  ବାଚସ୍ପତିଙ୍କ ପୋଡ଼ିୟମ୍‍ ଉପରକୁ ଡାଲି ଫିଙ୍ଗିବା ଭଳି ଅଶୋଭନୀୟ କାର୍ଯ୍ୟ ଦେଖିବାକୁ ମିଳିଥିଲା। ୟଏହାକୁ ନିୟନ୍ତ୍ରଣ କରିବା ଲାଗି ବାଚସ୍ପତିଙ୍କ ପକ୍ଷରୁ ଦୁଇଜଣ ବିଧାୟକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗଙ୍କୁ ବିଧାନସଭାର ଅଧିବେଶନ ଶେଷ ଯାଏ ନିଲମ୍ବିତ କରାଯାଇଛି।

Watch Video: ଖୁବଶୀଘ୍ର ଦେବାଳିଆ ହୋଇଯିବେ ଏହି ୧୦ ଦେଶ!