କଟକ: ରାଜଧାନୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗୋପାଳପୁର ଛକରେ ଦୁର୍ଘଟଣାଗସ୍ତ ହୋଇଛି । ଫଳରେ ଜଣକର ମୃତ୍ୟୁ ହୋଇଥିବା ସମୟରେ ଅନେକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ବସର ନାମ ଚନ୍ଦନ ବୋଲି ଜଣାପଡିଛି । ଭାରସ୍ୟାମ ହରାଇବା କାରଣରୁ ଦୁର୍ଘଟଣା ଘଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଏନଏଚ୍ ୧୬ରେ 'ଚନ୍ଦନ' ନାମକ ବସ ସାମ୍ନାକୁ ଜଣେ ସାଇକେଲ୍ ଚାଳକ ଆସିଯାଇଥିଲେ । ସାଇକେଲ୍ ଚାଳକଙ୍କୁ ବଞ୍ଚାଇବାକୁ ଡ୍ରାଇଭର୍ ବସ୍ ର ବ୍ରେକ୍ ମାରିବା ସମୟରେ ନିୟନ୍ତ୍ରଣ ହରାଇଥିଲେ ଫଳରେ ଏକ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା ବସ୍ । ଏକ ବିଦ୍ୟୁତ ଖୁଣ୍ଟରେ ମାଡ ହେବାରୁ ବିଦ୍ୟୁତ୍ ସରବରାହ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି । ଉକ୍ତ ବସଟିରେ ୪୦ରୁ ଅଧିକ ଯାତ୍ରୀ ରହିଥିଲେ । ଅନେକ ଲୋକ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ତୁରନ୍ତ ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ । ଅଧିକ ଗୁରୁତର ଥିବା ଯାତ୍ରୀଙ୍କୁ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ପରେ କାଠଯୋଡି ନିକଟରେ ପ୍ରବଳ ଟ୍ରାଫିକ୍ ଜାମ ପରିସ୍ଥିତି ଦେଖିବାକୁ ମିଳିଥିଲା ।


Also Read- ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ପୁଣି ବିଜେପି-ବିଜେଡି ବାହାଘର


Also Read- ଆରମ୍ଭ ହେଲା 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା'