Bhubaneswar Municipal Corporation: ଭୁବନେଶ୍ୱର, ଏଣିକି ରାଜଧାନୀରେ ସହଜ ହେବ ଜନସେବା। ବଢିଲା ଭୁବନେଶ୍ୱର ମହାନଗର ନିଗମ (BMC)ର ପରିସର। ଅତିରିକ୍ତ ୪୧୬ଟି ପଦକୁ ମଞ୍ଜୁର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)। ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଏମ୍‌ସିରେ ୨୧୦ଟି ଅନୁମୋଦିତ ପଦବୀ ରହିଥିଲା। ମାତ୍ର ମଞ୍ଜୁରି ଲାଭ କରିଥିବା ୪୧୬ଟି ପଦବୀ ବୃଦ୍ଧି ହେବା ପରେ ଏହି ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି। ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଅତିରିକ୍ତ କମିଶନର ପଦବୀ ଥିବାବେଳେ ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି।


ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ ସମୁଦାୟ ଡେପୁଟି କମିଶନର ପଦବୀ (Post of Deputy Commissioner) ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି । ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି।


Also Read- Amazon କର୍ମଚାରୀ ଦେଉଛନ୍ତି ଇସ୍ତଫା, ଜାଣନ୍ତୁ କାରଣ


Also Read-  ପିଲାଦିନେ ବହି କିଣିବାକୁ ନଥିଲା ଟଙ୍କା, ଆଜି ଏହି ବୈଜ୍ଞାନିକ ଦମ୍ପତ୍ତି ଚନ୍ଦ୍ରଯାନ-୩ ମାଧ୍ୟମରେ ଦେଶକୁ ଦେଲେ ପରିଚୟ