କେନ୍ଦୁଝର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଗାଁକୁ ଫେରୁଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ଏବେ ଗାଁକୁ ସଜେଇବାରେ ଲାଗିପଡିଛନ୍ତି । ଗାଁର ପୁଅ ଯେ ଦିନେ ମୁଖ୍ୟମନ୍ତ୍ରୀ ହେବ ଏହା ସଭିଙ୍କ କଳ୍ପନା ବାହାରେ ଥିବା ସମୟରେ ବର୍ତ୍ତମାନ ମୋହନ ମାଝୀଙ୍କ ପ୍ରିୟଜନ ଏବଂ ଗ୍ରାମବାସୀ ଅନେକ ଉତ୍ସାହିତ ଥିବା ଜଣାପଡିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଜୁନ ୨୩ ତାରିଖ ଦିନ କେନ୍ଦୁଝର ସଦର ବ୍ଲକ ରାଇକଳା ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପରେ ପରିବାର ସଦସ୍ୟଙ୍କୁ ଭେଟିବା ସହ ଭୋଜନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ କେନ୍ଦୁଝରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନରେ ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ । ଘଟଗାଁରେ ମାଆ ତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ କେନ୍ଦୁଝର ରିଜର୍ଭ ପୁଲିସ୍‌ ପଡ଼ିଆ ଅଭିମୁଖେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବ । ସର୍କିଟ୍‌ ହାଉସ୍‌ରେ ବିଶ୍ରାମ ପରେ ବିଶାଳ ରୋଡ୍‌ ଶୋ’ରେ ଯାଇ କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।


Also Read- ସରକାର ବଦଳିଲା ପରେ ଅଧିକାରୀ ଛାନିଆ: ଜଣେ ପରେ ଜଣେ ଆଇଏଏସ୍‍ ଯାଉଛନ୍ତି ଛୁଟିରେ


Also Read- ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ଏବଂ ସୁଭଦ୍ରା ଯୋଜନା ପାଇଁ କେନ୍ଦ୍ରୀୟ ସହାୟତା ଦାବି କଲା ଓଡ଼ିଶା