ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ଏବଂ ସୁଭଦ୍ରା ଯୋଜନା ପାଇଁ କେନ୍ଦ୍ରୀୟ ସହାୟତା ଦାବି କଲା ଓଡ଼ିଶା
Advertisement
Article Detail0/zeeodisha/odisha2303792

ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ଏବଂ ସୁଭଦ୍ରା ଯୋଜନା ପାଇଁ କେନ୍ଦ୍ରୀୟ ସହାୟତା ଦାବି କଲା ଓଡ଼ିଶା

ଆଜି ପ୍ରାକ୍‍ ବଜେଟ୍‍ ପରାମର୍ଶ ବୈଠକରେ ରାଜ୍ୟ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଦାବି ଉପସ୍ଥାପନ କରିଛନ୍ତି। 

ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ଏବଂ ସୁଭଦ୍ରା ଯୋଜନା ପାଇଁ କେନ୍ଦ୍ରୀୟ ସହାୟତା ଦାବି କଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପ୍ରତିଷ୍ଠା ତଲାଗି ଦାବି କରିଛି ଓଡ଼ିଶା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏନେଇ ରାଜ୍ୟ ପକ୍ଷରୁ ଯୁକ୍ତି ଓ ଦାବି ପତ୍ର ଉପସ୍ଥାପନ କରାଯାଇଛି। ଏହାସହ ବିଜେପି ଓଡ଼ିଶାରେ ନାରୀ ସଶକ୍ତିକରଣ ଲାଗି ଯେଉଁ ସୁଭଦ୍ରା ଯୋଜନାର ପରିକଳ୍ପନା କରିଛି ସାଥିଲାଗି ଆଂଶିକ ଆର୍ଥିକ ସହାୟତା ମାଗିଛି ରାଜ୍ୟ। ଆଜି ପ୍ରାକ୍‍ ବଜେଟ୍‍ ପରାମର୍ଶ ବୈଠକରେ ରାଜ୍ୟ ପକ୍ଷରୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଦାବି ଉପସ୍ଥାପନ କରିଛନ୍ତି। 

ଏବେ ଗୋଟିଏ ଏମ୍ସ ଭୁବନେଶ୍ୱରରେ ରହିଛି। ପଶ୍ଚିମାଞ୍ଚଳରେ ଏକ ଏମ୍ସ ପାଇଁ ଦାବି କରିଛନ୍ତି କନକ ବର୍ଦ୍ଧନ। ଏହିକ୍ରମରେ ସମ୍ବଲପୁରରେ ଏମ୍ସ ପ୍ର୍ରତିଷ୍ଠାନର ଆବଶ୍ୟକତ ବିଷୟକୁ ମଧ୍ୟ ଯୁକ୍ତି ଆକାରରେ ଦର୍ଶାଯାଇଛି। 

ସେହିପରି ନିର୍ବାଚନ ଇସ୍ତାହାରରେ ବିଜେପି ମହିଳାଙ୍କ ସଶକ୍ତିକରଣ ଲାଗି ଏକ ସୁଭଦ୍ରା ଯୋଜନାର ପରିକଳ୍ପନା କରିଥିଲା। ଏହି ଯୋଜନା ମାଧ୍ୟମରେ ପ୍ରତି ମହିଳାଙ୍କୁ ବାର୍ଷିକ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ଲାଗି ପ୍ରତିଶୃତି ଦେଇଥିଲା। କ୍ଷମତା ଗ୍ରହଣ କରିବା ଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ଲ ବିଷୟକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେଥିନେଇ ସ୍ମପୃକ୍ତ ବିଭାଗକୁ ପନ୍ଥା କାଢ଼ିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ଯୋଜନା ଲାଗି କେନ୍ଦ୍ରୀୟ ସହାୟତା ନମିଳିଲେ ରାଜ୍ୟ ତହବିଲରୁ ଅନେକ ଅର୍ଥ ଖର୍ଚ୍ଚ ହେବାର ଆଶଙ୍କା ରହିଛି। 
ଏହି ଦୁଇ ବିଷୟ ସହ ଶ୍ରୀ ସିଂହଦେଓ ଓଡିଶାରେ ଆନ୍ତର୍ଜାତୀୟ ନିବେଶ, ସେମିକଣ୍ଡକ୍ଟର ଶିଳ୍ପକୁ ଆକର୍ଷିତ କରିବା ସହ ଓଡିଶାକୁ ଏକ ନିବେଶ କେନ୍ଦ୍ର ଭାବରେ ଉପଯୁକ୍ତ ପ୍ରୋତ୍ସାହନ ଏବଂ ପାରାଦୀପ ବନ୍ଦରର ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଶେଷ ସହାୟତା ଦାବି କରିଛନ୍ତି। 
ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା 2024-25 (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ; କେନ୍ଦ୍ର ବଜେଟରେ CSS ଯୋଜନା ଅଧୀନରେ ରାଜ୍ୟ-ୱାରି ବାର୍ଷିକ ଆବଣ୍ଟନର ଅଗ୍ରୀମ ସୂଚନା, ଯାହା ରାଜ୍ୟମାନଙ୍କୁ ସେମାନଙ୍କର ବଜେଟକୁ ବାସ୍ତବ ଭିତ୍ତିରେ ପ୍ରସ୍ତୁତ ଏବଂ ପାଣ୍ଠିର ସମୟାନୁବର୍ତ୍ତୀ ଉପଯୋଗ କରିବାରେ ସହାୟକ ହେବ ବୋଲି କହିଛନ୍ତି। 

ଓଡ଼ିଶାରେ ଜାତୀୟ ରାଜପଥ, ବିଶେଷକରି କୋଷ୍ଟାଲ୍ ହାଇୱେ ଏବଂ କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍ (CRRR) ପ୍ରକଳ୍ପର ଶୀଘ୍ର ସମାପ୍ତି ନିମନ୍ତେ ଉପଯୁକ୍ତ ପଦକ୍ଷେପ ସହ PMAY ଯୋଜନା ଅଧୀନରେ ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ଅତି କମରେ 5 ଲକ୍ଷ ଘର ନିର୍ମାଣ ପାଇଁ କେନ୍ଦ୍ର ବଜେଟରେ ଆବଶ୍ୟକୀୟ ଆବଣ୍ଟନ; ଓଡ଼ିଶାରେ ନୂତନ ସହରର ବିକାଶ ଏବଂ ଦ୍ରୁତ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା; ଏବଂ ଓଡ଼ିଶାରେ ବିଦ୍ୟୁତ୍ କ୍ଷେତ୍ର ସମସ୍ୟାର ସମାଧାନ ନିମନ୍ତେ, ସଂଶୋଧିତ ବିତରଣ ସେକ୍ଟର ସ୍କିମ୍ (RDSS) ଅଧୀନରେ ଓଡିଶା ବିଦ୍ୟୁତ ବିତରଣ ସଂସ୍ଥା (DISCOM) ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା, ସବୁଜ ହାଇଡ୍ରୋଜେନ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ଆର୍ଥିକ ସହାୟତା ଏବଂ ଓଡିଶାରେ ଗ୍ରୀନ୍ ଏନର୍ଜି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ ଆବଶ୍ୟକ  ବୋଲି କହିଛନ୍ତି। 

ଓଡ଼ିଶାର ଏହି ଦାବି ଉପସ୍ଥାପନ ବେଳେ ଅର୍ଥ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ। ସମସ୍ତ ଦାବି ଶୁଣିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦାବିଗୁଡ଼ିକୁ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ପକ୍ଷରୁ କୁହାଯାଇଛି।

Also Read- ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିହତ