Bhubaneswar News: ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣାରେ ଆସିଲା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏହି ରିପୋର୍ଟରେ ଶୁଭଲକ୍ଷ୍ମୀଙ୍କ ମୃତଦେହରୁ ନିଶାଦ୍ରବ୍ୟର ନମୂନା ମିଳିଛି ଦର୍ଶାଯାଇଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ ରିପୋର୍ଟରେ ଦର୍ଶାଯାଇଥିବା ବସ୍ତୁ ବିଷ ନା ନିଶା ଜାତୀୟ ଦ୍ରବ୍ୟ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଆହୁରି ବଢିପାରେ ଲାଗିଛି । ଯଦି ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶା ସେବନ କରିଥିଲେ, ତାହାଲେ ଏହା ପଛରେ କ’ଣ କାରଣ ହୋଇପାରେ ? ସେ କୌଣସି ମାନସିକ ଅବସାଦରେ ଥିଲେ କି ? ସେ ଆତ୍ମହତ୍ୟା କରିନାହାନ୍ତି ତ ? ଏପରି ଅନେକ ପ୍ରଶ୍ନର କାରଣ ଖୋଜିବା ସହ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଏସଏଫଏସଏଲକୁ ଭିସେରା ଓ ପୋଷ୍ଟମର୍ଟମ୍ ରିପୋର୍ଟ ପାଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ମାମଲାରେ ବାର କର୍ମଚାରୀ, ପରିବାର ସଦସ୍ୟ ଓ ବୟଫ୍ରେଣ୍ତକୁ ମିଶାଇ ମୋଟ ୧୨ ଜଣଙ୍କୁ ଜେରା କରୁଛି ପୋଲିସ ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ଶନିବାର ଦିନ ଭୁବନେଶ୍ବର କଟକ ରୋଡ଼ସ୍ଥିତ ଦିପାଳୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀ ମୃତହେହ ଉଦ୍ଧାର ହୋଇଥିଲା । ପରେ ସେହି ମୃତଦେହ ରମାଦେବୀ ମହାବିଦ୍ୟାଳୟର (Ramadevi university Bhubaneswar) ଯୁକ୍ତ ୨ କଳା ବିଭାଗରେ ପାଠ ପଢୁଥିବା ଶୁଭଲକ୍ଷ୍ମୀ ସାହୁଙ୍କର ବୋଲି ଜଣାପଡ଼ିଥିଲା । ନିଜ ଭଦ୍ରକ ସ୍ଥିତ ଘରୁ ଆସି ୪ ତାରିଖ ଅପରାହ୍ନରେ ସେ ହୋଟଲରେ ରହିଥିଲେ । ହେଲେ ପରଦିନ ଅର୍ଥାତ୍ ଶନିବାର ସକାଳରୁ ସଂଧ୍ୟା ଯାଏଁ ସେ ନିଜ ରୁମରୁ ବାହାରକୁ ବାହାରି ନଥିବାରୁ ହୋଟେଲ ମ୍ୟାନେଜରଙ୍କ ସନ୍ଦେହ ହୋଇଥିଲା । ବାରମ୍ବାର ଡାକିବା ପରେ ମଧ୍ୟ ସେ ରୁମ୍ କବାଟ ଖୋଲିନଥିବାରୁ ହୋଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗି ରୁମ୍ ଭିତରକୁ ପଶିଥିଲେ । ସେଠାରେ ହୋଟେଲ କର୍ମଚାରୀ ଝୁଲନ୍ତା ଅବସ୍ଥାରେ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ପାଇଥିଲେ ।


Also Read- Balasore: ସାଳଦୀ ନଦୀରେ ୨ କାଉଡ଼ିଆ ନିଖୋଜ ଘଟଣା, ଦୀର୍ଘ ୨୨ ଘଣ୍ଟା ପରେ ମୃତଦେହ ଠାବ


ସେପଟେ ଝିଅର ମୃତ୍ୟୁ ପରେ ତାକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ଆର୍ଥିକ୍ ରୂପେ ସ୍ବଚ୍ଛଳ ନୁହଁନ୍ତି, ତେଣୁ ଶୁଭଲକ୍ଷ୍ମୀ ଏତେ ଟଙ୍କା ଖର୍ଚ୍ଚ କରି କିପରି ହୋଟେଲରେ ରହୁଥିଲେ? ଶୁଭଲକ୍ଷ୍ମୀଙ୍କ ବାପା କହିଥିଲେ ଯେ, ତାଙ୍କ ଝିଅ କାହିଁକି ଏହି ହୋଟେଲ୍‌କୁ ଆସିଥିଲା ସେ ଜାଣିନାହାନ୍ତି । କେହି ତାଙ୍କ ଝିଅକୁ ହୋଟକୁ ଡାକି ହତ୍ୟା କରିଥିବା ସେ ସନ୍ଦେହ କରୁଛନ୍ତି । ପରିବାର ଲୋକଙ୍କ ସୂଚନା ଅନୁସାରେ, ଶୁଭଲଷ୍ମୀ ଗତ ୩ ତାରିଖରେ ଘରୁ ଭୁବନେଶ୍ୱର ଆସିଥିଲେ । ଏଠି ସେ କିଛି ସାଙ୍ଗଙ୍କ ସହ ମେସ୍ କରି ରହୁଥିଲେ। ଶୁଭଲକ୍ଷ୍ମୀଙ୍କ ମୋବାଇଲ ଫୋନ୍‌କୁ ଯାଂଚ କରାଗଲେ ସତ ସାମ୍ନାକୁ ଆସିବ ବୋଲି ପରିବାର ଲୋକେ ଦାବି କରିଥିଲେ ।  ସେପଟେ ଶୁଭଲକ୍ଷ୍ମୀ ହଷ୍ଟେଲରେ ନ ରହି ଭଡ଼ାଘରେ ରହୁଥିବା ତଦନ୍ତ ପରେ ସାମ୍ନାକୁ ଆସିଥିଲା । କିନ୍ତୁ ଝିଅ ଭଡ଼ାଘରେ ରହୁଥିବା କଥା ପରିବାର ଲୋକେ ଜାଣି ନଥିବା କହିଥିଲେ । ଛାତ୍ରୀଙ୍କ ମୃତ୍ୟୁ ପରେ ଥାନାରେ ବୟଫ୍ରେଣ୍ଡକୁ ହାଜର କରି ପୋଲିସ ଜେରା କରିଥିଲା । ୧୬୧ ଧାରାରେ ବୟଫ୍ରେଣ୍ଡର ବୟାନ ରେକର୍ଡ ହୋଇଛି । ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଜେରା କରିଛି । ସେପଟେ ପୋଲିସର ସନ୍ଦେହ ଘେରରେ କିଛି ବାର କର୍ମଚାରୀ ଥିବା ଜଣାପଡ଼ିଛି।