Balasore: ସାଳଦୀ ନଦୀରେ ୨ କାଉଡ଼ିଆ ନିଖୋଜ ଘଟଣା, ଦୀର୍ଘ ୨୨ ଘଣ୍ଟା ପରେ ମୃତଦେହ ଠାବ
Advertisement
Article Detail0/zeeodisha/odisha1815104

Balasore: ସାଳଦୀ ନଦୀରେ ୨ କାଉଡ଼ିଆ ନିଖୋଜ ଘଟଣା, ଦୀର୍ଘ ୨୨ ଘଣ୍ଟା ପରେ ମୃତଦେହ ଠାବ

Balasore News: ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ଅଧିକ ଥିବାରୁ ୩ ଜଣ କାଉଡ଼ିଆ ସାଳନ୍ଦୀ ନଦୀରେ (Salandi River) ଭାସି ଯାଇଥିଲେ । ଜଣେ କାଉଡ଼ିଆଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଜୟୀପୁର ଗାଁର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁ ନିଖୋଜ ହୋଇଯାଇଥିଲେ । ଏହାପରେ ଏନେଇ ତୁରନ୍ତ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । 

ସୌ(ସୋସିଆଲ ମିଡିଆ)

Balasore Accident News: ଦୀର୍ଘ ୨୨ ଘଣ୍ଟା ପରେ ମିଳିଲା ନିଖୋଜ ଦୁଇ କାଉଡ଼ିଆଙ୍କ ମୃତଦେହ । ମୃତକ ୨ ଯୁବକ ଜୟୀପୁର ଗାଁର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁ ବୋଲି ଜଣାପଡ଼ିଛି । ସୂଚନା ଥାଉ କି, ଶ୍ରାବଣ ମାସ ଚାଲିଥିବାରୁ ସୋମବାର ଦିନ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରରେ ଜଳାଭିଷେକ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନସ୍ଥ ବରଦା ପଞ୍ଚାୟତ ସାଳନ୍ଦୀ ନଦୀରେ ବୁଡ଼ ପକାଉଥିଲେ । ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ଅଧିକ ଥିବାରୁ ୩ ଜଣ କାଉଡ଼ିଆ ସାଳନ୍ଦୀ ନଦୀରେ (Salandi River) ଭାସି ଯାଇଥିଲେ । ଜଣେ କାଉଡ଼ିଆଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ଜୟୀପୁର ଗାଁର ସୁବ୍ରତ ମହାକୁଡ଼ ଓ ରାଜେନ୍ଦ୍ର ସାହୁ ନିଖୋଜ ହୋଇଯାଇଥିଲେ । ଏହାପରେ ଏନେଇ ତୁରନ୍ତ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ତେବେ ସୋମବାର ଦିନଠାରୁ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲେ ମଧ୍ଯ ଦୁଇ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା । ମଙ୍ଗଳବାର ଦିନ ସକାଳୁ ଓଡ୍ରାଫ ଟିମ୍ ଦୁଇ କାଉଡ଼ିଆଙ୍କ ମୃତଦେହକୁ ଠାବ କରିଥିବା ସୂଚନା ମିଳିଛି ।

ସୂଚନା ଥାଉ କି, ଶ୍ରାବଣ ମାସ ଦ୍ବିତୀୟ ସୋମବାର ଦିନ ମଧ୍ଯ ଏଭଳି ଅଘଟଣ ଘଟିଥିଲା । ମହାଦେବଙ୍କ ଉପରେ ଜଳଲାଗି ନେଇ କେତେକେଶ୍ବର ଘାଟରେ କାଉଡ଼ିଆ ମାନେ ପାଣି ଉଠାଇଥିଲେ ଏହି ସମୟରେ ୨ ଜଣ କାଉଡ଼ିଆ ଭାସିଯାଇଥିଲେ । ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୧୪ ବର୍ଷର କାଉଡ଼ିଆ ନିଖୋଜ ହୋଇଥିଲେ । ସେହିପରି ନିକଟରେ ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାର (kendrapara) କିଛି ଯୁବକ ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ଏହି ସମୟରେ ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ହୋହିରା ନିକଟରେ ଟାଟା ମାସ୍କିମା ଗାଡ଼ିଟି ଭାରସାମ୍ୟ ହରାଇ ହଠାତ୍ ଓଲଟି ପଡ଼ିଥିଲା । ଫଳରେ ଭ୍ୟାନରେ ଥିବା ୧୨ ଜଣ କାଉଡି଼ଆ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଅନ୍ୟପଟେ ଶ୍ରାବଣ ମାସର ପ୍ରଥମ ସୋମବାରରୁ ହିଁ ଏକ ଅଘଟଣ ଖବର ସାମ୍ନାକୁ ଆସିଥିଲା । ଦେବଗଡ଼ ଝାଡ଼େଶ୍ବର ମନ୍ଦିର ପରିସରରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ମୃତ କାଉଡ଼ିଆଙ୍କ ନାମ ବିଭୁତି ବେହେରା ଅଟେ । ବିଭୁତି ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ବର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ । ରାତିରେ ଝାଡ଼େଶ୍ବର ମନ୍ଦିରରେ ପହଁଞ୍ଚିବା ପରେ ସେ ସେଠାରେ ଶୋଇଯାଇଥିଲେ । ସକାଳେ ତାଙ୍କ ସାଥୀମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ଉଠି ନଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ବି ପଢନ୍ତୁ-Flight Service: ମିଳିଲା ଅନୁମତି, ଖୁବଶୀଘ୍ର କଳାହାଣ୍ତିକୁ ଉଡ଼ିବ ବିମାନ

ସେହିପରି ଉତ୍ତରପ୍ରଦେଶ (Uttarpradesh) ମେରଟ (meerut)  ପରିକ୍ଷିତଗଡ଼ ଅଞ୍ଚଳରୁ ଗତ ମାସରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାୟ ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ବାରରୁ ଗଙ୍ଗା ନଦୀରୁ ପାଣି ନେଇ ଏକ ଗାଡ଼ି ଯୋଗେ ଆସୁଥିଲେ । ଗାଡ଼ିଟି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ସେଠାରେ ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାର ସହ ଘଷି ହୋଇଯାଇଥିଲା । ବିଦ୍ୟୁତ୍ ଆଘାତରେ ମନୀଷ ନାମକ ଏକ କାଉଡ଼ିଆଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣ କାଉଡ଼ିଆଙ୍କୁ ଡ଼ାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପୃଥକ ପୃଥକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ। ବିଦ୍ୟୁତ ଅଧିକାରୀଙ୍କୁ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଥିଲା