Odisha Crime: ଡାଲି ବ୍ୟବସାୟୀଙ୍କୁ ଗୁଳି ମାଡ଼।ଅଳ୍ପକେ ବର୍ତିଲେ ଡାଲି ବ୍ୟବସାୟୀ। ଏଭଳି ଏକ ଘଟଣା ଏବେ ସମ୍ବଲପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛ।ସୂଚନା ମୁତାବକ ଗତକାଲି ରାତିରେ ସମ୍ବଲପୁର କ୍ଷେତରାଜପୁର ଅଂଚଳ ର ପୋଦ୍ଦାର କଲୋନୀ ନିବାସୀ ଡାଲି ବ୍ୟବସାୟୀ ମୁକେଶ ଜୈନ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୁର୍ତ୍ତ ତାଙ୍କୁ ଅଟକାଇ ତାଙ୍କ ଟଙ୍କା ଭର୍ତି ବେଗ ଲୁଟି ନେବାକୁ ଚେଷ୍ଟା କରିଥିଲେ।


COMMERCIAL BREAK
SCROLL TO CONTINUE READING

ଧସ୍ତାଧସ୍ତି ହେବା ଫଳରେ ସେ ତଳେ ପଡି ଯାଇ ପାଟି କରିଥିଲେ। ସେଥିରେ ଦୁର୍ବୁର୍ତ୍ତ ମାନେ ଟଙ୍କା ଭର୍ତି ବେଗ ନେଇ ପାରି ନ ଥିଲେ। ସେଥିରେ ଉତକ୍ଷିପ୍ତ ହୋଇ ଦୁର୍ବୁର୍ତ୍ତ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ। କିନ୍ତୁ ଗୁଳି ଟି କାହାକୁ ବାଜି ନ ଥିବାର ସୂଚନା ମିଳିଛି। ସେ ଜାଗାରେ ଅନ୍ଧାର ଥିବାରୁ ଦୁର୍ବୁର୍ତ୍ତ ମାନେ ଖସି ଚାଲି ଯାଇଥିଲେ। ଅଞ୍ଚଳରେ cctv ଥିବା ସତ୍ତ୍ୱେ ତାହା ଅଚଳ ହୋଇଥିବା ଜଣାପଡିଛି। ଗତକାଲି ରାତି ସାଢେ ଆଠ ଟା ସମୟରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ପରବର୍ତୀ ସମୟରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା।


କିନ୍ତୁ କଣ ପାଇଁ ଗୁଳି ଚାଳନା ହୋଇଥିଲା,ଲୁଟ ପାଇଁ ନାଁ ଏଥିରେ ଆଉ କଣ କଣ ଅଭିଶନ୍ଧି ରହିଛି ସେ ଦିଗରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳରେ ଅତିରିକ୍ତ ଏସ ପି ହରେଶ ପାଣ୍ଡେ ଓ SDPO ପ୍ରଦୀପ ସାହୁଙ୍କ ସହ ପୋଲିସ କର୍ମୀମାନେ ଉପସ୍ଥିତ ରହିଥିଲେ।


Also Read: Bhubaneswar News: ରାଜଧାନୀରେ ପୁଣି ଥରେ ଜଳିଗଲା ୧୧ ଦୋକାନ