Bhubaneswar News: ରାଜଧାନୀରେ ପୁଣି ଥରେ ଜଳିଗଲା ୧୧ ଦୋକାନ
Advertisement

Bhubaneswar News: ରାଜଧାନୀରେ ପୁଣି ଥରେ ଜଳିଗଲା ୧୧ ଦୋକାନ

ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ଅଗ୍ନିବିପନ୍ନଙ୍କୁ ସହାୟତା ମିଳିବ ବୋଲି ସୂଚନା ରହିଛି। 

Bhubaneswar News: ରାଜଧାନୀରେ ପୁଣି ଥରେ ଜଳିଗଲା ୧୧ ଦୋକାନ

Bhubaneswar News:  ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ। ଭେଣ୍ଡିଂ ଜୋନରେ ଥିବା ୧୧ ଦୋକାନ ଜଳି ପାଉଁଶ ହୋଇଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ନିକଟ ଭେଣ୍ଡିଂ ଜୋନରେ ଘଟିଛି ଏହି ଅଗ୍ନିକାଣ୍ଡ। ଫଳରେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଏହି ନିଆଁ ଲାଗିଥିବା ସୂଚନା ରହିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ। ତେବେ ଏହି ଅଗ୍ନିକାଣ୍ଡର କାରଣ ସଠିକ ଭାବେ ଜଣା ପଡ଼ିନଥିଲେ ମଧ୍ୟ ସର୍ଟସର୍କିଟରୁ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦୋକାନରୁ ସାମଗ୍ରୀ ବାହାର କରିବା କଷ୍ଟକର ହୋଇପଡିଥିଲା।  ଅଧିକ ଧୂଆଁ ବାହାରିକା କାରଣରୁ ଅଗ୍ନିଶମ ବାହିନୀକୁ ନିଆଁ ଲିଭାଇବାକୁ କଷ୍ଟକର ହୋଇଥିଲା। ନିଆଁଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଦୀର୍ଘ ସମୟ ଆକ୍ରାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ସେତେବଳେକୁ ଦୋକାନରେ ଥିବା ଜିନିଷ ପତ୍ର ନଷ୍ଟ ହୋଇଯାଇଥିଲା। 

ସେପଟେ ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ଅଗ୍ନିବିପନ୍ନଙ୍କୁ ସହାୟତା ମିଳିବ ବୋଲି ସୂଚନା ରହିଛି।