Fire Breakout in Bank: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ତିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତରେ ତିନି ଜଣରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଅସୁସ୍ଥ ଥିବା କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ, ଏପର୍ଯ୍ୟନ୍ତ ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡି଼ନି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଆଜି ବାରିପଦାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ତିଆର ଜୋନାଲ୍ ଅଫିସ ଖୋଲିବା ପରେ ସବୁଦିନ ପରି ସୋମବାର ଦିନ ଗ୍ରାହକଙ୍କ ଭିଡ଼ ଲାଗିଥିଲା। କିନ୍ତୁ ହଠାତ୍ ବ୍ୟାଙ୍କ୍ ର ତୃତୀୟ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁ ଲିଭାଇବା ସହିତ ଫଶି ରହିଥିବା କର୍ମଚାରୀ ଓ ଗ୍ରାହକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଏବଂ ଅଗ୍ନିକାଣ୍ତର ଧୂଆଁରେ ବ୍ୟାଙ୍କର ତିନି ଜଣରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡି଼ଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ କ୍ୟାଣ୍ଟିନରୁ ଏହି ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।