Odisha News:(ଅଭୟ ମହାନ୍ତି) କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'' ତାରିଣୀ ମନ୍ଦିର ନିକଟରେ ଥିବା ଭୋଗ ଦୋକାନ ଗୁଡିକରେ ଲାଗିଲା ନିଆଁ। ନିଆଁ ଲାଗି ପ୍ରାୟ ୮ ଦୋକାନ ଜଳିପୋଡି ନଷ୍ଟ ହୋଇଯାଇଛି। ୮ଟି ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ସୂଚନା। ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯.୩୦ ତାରିଣୀ ମନ୍ଦିର ୩ନମ୍ବର ଗେଟ ନିକଟରେ ଥିବା ଭୋଗ ଦୋକାନ ଗୁଡିକରେ ହଠାତ କୌଣସି କାରଣ ବସତ ନିଆଁ ଲାଗିଯାଇଥିଲା ନିଆଁ ହଠାତ ବ୍ୟପିବାରେ ଲାଗିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।


COMMERCIAL BREAK
SCROLL TO CONTINUE READING

ମା’ଙ୍କ ୩ନଂ ଗେଟ୍‌କୁ ଲାଗି କରି ଥିବା କିଛି ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ବେଳକୁ ୮ଟି ଦୋକାନ ପୋଡି ଜଳି ଭସ୍ମ ହୋଇଯିବା ସହ ଅନେକ ସାମଗ୍ରୀ ପୋଡି ଜଳି ନଷ୍ଟ ହୋଇଯାଇଛି।