ବାରିପଦା: ସହକର୍ମୀଙ୍କ ଉପରକୁ ଗରମ ପାଣି ଫିଙ୍ଗି ନିଲମ୍ୱିତ ହେଲେ ଜଣେ ହାବିଲଦାର । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ ଘଟିଛି ଏହି ଘଟଣା ।  କନେଷ୍ଟବଳ ଦୁଷ୍ମନ୍ତ ଦେହୁରୀ ଡ୍ୟୁଟିରେ ବିଳମ୍ୱରେ ପହଞ୍ଚିବା କାରଣରୁ ହାବିଲଦାର ନୂତନ ମଲ୍ଲିକ ତାଙ୍କ ଉପରେ ବିରକ୍ତ ହୋଇଥିଲେ । କଥା କଟାକଟିରୁ ଉତକ୍ଷିପ୍ତ ହୋଇ ସହକର୍ମୀଙ୍କ ଉପରକୁ ଗରମ ପାଣି ଫିଙ୍ଗିଥିଲେ ନୂତନ । ଫଳରେ ଗଭୀରଭାବେ ଆହତ ହୋଇଛନ୍ତି କନେଷ୍ଟବଳ ଦୁଷ୍ମନ୍ତ ଦେହୁରୀ । ତାଙ୍କୁ ତୁରନ୍ତ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଦୁଷ୍ମନ୍ତଙ୍କର ଅଣ୍ଟାଠାରୁ ଗୋଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଫୋଟକା ହେବା ସହ ଚର୍ମ ଉଠିଯାଇଥିବା ଖବର ମିଳିଛି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ଏହି ଘଟଣାରେ ଆଜି ହାବିଲଦାର ନୂତନ ମଲ୍ଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି । କିନ୍ତୁ ଅଗ୍ନିଶମ ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।


Also Read- Bijapur News: ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ନକ୍ସଲ


Also Read- Trigrahi Yog: ୩ ଗ୍ରହର ମହାସଂଯୋଗ, ରାଜା ପରି ବଞ୍ଚିବେ ଏହି ରାଶିର ବ୍ୟକ୍ତି