Bijapur News: ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ନକ୍ସଲ
Advertisement
Article Detail0/zeeodisha/odisha2401529

Bijapur News: ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ନକ୍ସଲ

Chhattisgarh Naxal Operation: ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ବରିଷ୍ଠ ମାଓବାଦୀଙ୍କ ଦ୍ୱାରା ନିର୍ଯାତିତ ହୋଇ ଏହି ନକ୍ସଲମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। 

Bijapur News: ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ନକ୍ସଲ

Chhattisgarh Naxal Operation: ଛତିଶଗଡ ବିଜାପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି ନକ୍ସଲ ସଙ୍ଗଠନ ଛାଡି  ୨୫ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଉକ୍ତ ନକ୍ସଲମାନଙ୍କ ଉପରେ ୩୭ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିବା ପରେ ନକ୍ସଲମାନେ କହିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ଆମେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛୁ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧୭୦ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରୁ ମୋଟ ୩୪୬ଜଣ ନକ୍ସଲଙ୍କୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।

ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ବରିଷ୍ଠ ମାଓବାଦୀଙ୍କ ଦ୍ୱାରା ନିର୍ଯାତିତ ହୋଇ ଏହି ନକ୍ସଲମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ସମସ୍ତେ ସାଧାରଣ ଜୀବନଯାପନ କରିବାକୁ ଚାହାଁନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଜୀବନ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, ଛତିଶଗଡରେ ନକ୍ସଲବାଦକୁ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ।

Also Read- Trigrahi Yog: ୩ ଗ୍ରହର ମହାସଂଯୋଗ, ରାଜା ପରି ବଞ୍ଚିବେ ଏହି ରାଶିର ବ୍ୟକ୍ତି

Also Read- ସିଟି ଜିଏସ୍‌ଟି ସ୍କ୍ୱାଡ୍‌ ଜବତ କଲା ୫୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୁପା