ମାଲକାନଗିରି: କାଲି ଜିଲ୍ଲାର ସମସ୍ତ ସ୍କୁଲ୍ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷା ହେଉଥିବା କାରଣରୁ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏନେଇ ଗଣମାଧ୍ୟମ ଜରିଆରେ ସୂଚନା ଦିଆଯାଇଛି । ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । IAS ବିଷ୍ଣୁପଦ ସେଠୀ ଏବଂ IPS ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ମାଲକାନଗିରି ଜିଲାର ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇବାରୁ ନଦୀ ଉପରେ ପ୍ରାୟ ୩ଫୁଟରୁ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେବା ଯୋଗୁ ନଦୀର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳ ପ୍ରଚଳ ବନ୍ଦରହିଛି। ସେହିପରି ସେହିପରି ସୋମବାର ସକାଳ ୮ଟା ସୁଦ୍ଧା ମାଲକାନଗିରି ବ୍ଲକରେ ୨୫୩.୦ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୧୫୦.୦ ଖଇରପୁଟ ବ୍ଲକରେ ୨୧୭.୦ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୨୨୫.୦ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୨୦୦ ମିଲିମିଟର, କାଲିମେଳା ବ୍ଲକରେ ୧୨୭.୦ ମିଲିମିଟର, ପଡ଼ିଆ ବ୍ଲକରେ ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଦ୍ୱାରା ପୁଣି ଥରେ ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପାଣି ପ୍ରଭାହିତ ହେଉଛି। ବିଶେଷ କରି ପାଙ୍ଗମ ନଦୀ ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି ଚାଲିଥିବାରୁ ମାଲକାନଗିରି ଠୁ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଦୁଇ ପାର୍ଶ୍ବରେ ଶତାଧିକ ଯାନ ବାହନ ଅଟକି ରହିଛି। 


ଅନ୍ୟପଟେ, ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କରିଛନ୍ତି SRC । ଅବପାତଜନିତ ବର୍ଷା ନେଇ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସୂଚନା । 24 ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ ଲଘୁଚାପ । କାଲି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ଓ ଦୀଘା ମଧ୍ୟରେ କରିବ ଉପକୂଳ ଅତିକ୍ରମ । ପ୍ରଭାବରେ 10 ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପ୍ରଶାସନ ମାନଙ୍କୁ ନିର୍ଦ୍ଦେଶ ଦେଲେ SRC ।


Also Read- Haryana Election: କଂଗ୍ରେସ ବିରୋଧରେ ୧୧ ଆସନରେ ପ୍ରାର୍ଥୀ ଦେଲା ଆପ୍, କିଏ ରହିବ ଲାଭରେ ?


Also Read- ଏଥର ଫିକା ପଡିବ ଦୀପାବଳି, ବ୍ୟାନ୍ ହେଲା ବାଣ ତିଆରି ଓ ବିକ୍ରୟ