ଏଥର ଫିକା ପଡିବ ଦୀପାବଳି, ବ୍ୟାନ୍ ହେଲା ବାଣ ତିଆରି ଓ ବିକ୍ରୟ
Advertisement
Article Detail0/zeeodisha/odisha2422390

ଏଥର ଫିକା ପଡିବ ଦୀପାବଳି, ବ୍ୟାନ୍ ହେଲା ବାଣ ତିଆରି ଓ ବିକ୍ରୟ

Diwali 2024 firecrackers ban in delhi: ବାୟୁ ପ୍ରଦୂଷଣ ଏଡାଇବା ପାଇଁ ଦିଲ୍ଲୀ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ବାଣ ତିଆରି, ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି। 

ଶୀତ ଋତୁରେ ଦିଲ୍ଲୀରେ ବ୍ୟାପକ ବାୟୁ ପ୍ରଦୂଷଣ ହୋଇଥାଏ । ତେଣୁ ଏଥର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ବାଣ ତିଆରି, ସଂରକ୍ଷଣ, ବିକ୍ରି ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନିଷେଧାଦେଶରେ ଅନଲାଇନ୍ ବିକ୍ରୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ଏହି ପ୍ରତିବନ୍ଧକକୁ କଡାକଡି ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏବଂ ରାଜସ୍ୱ ବିଭାଗ ସହଯୋଗରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଆପଣଙ୍କୁ କହିରଖୁଛୁ, ଅକ୍ଟୋବର ମାସ ଆରମ୍ଭ ହେଲେ ଦିଲ୍ଲୀରେ ବାୟୁ ପ୍ରଦୂଷିତ ହେବା ଆରମ୍ଭ ହୋଇଯାଇଥାଏ । ଗତ ବର୍ଷ ସେପ୍ଟେମ୍ବର ମାସରେ ଦିଲ୍ଲୀରେ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଥିଲା । ତଥାବି ଅନେକ କାରଣରୁ ଦିଲ୍ଲୀ ଆକାଶରେ ଧୂଆଁର ଚାଦର ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ବାଣ ବ୍ୟବହାର କାରଣରୁ ପ୍ରଦୂଷଣ ବହୁଗୁଣିତ ହୋଇଥାଏ । ତେଣୁ ରାଜଧାନୀରେ ବାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Also Read- Surya Sankranti: ୫ ରାଶିର ବ୍ୟକ୍ତିଙ୍କ ରୋଜଗାର ଏବଂ ସଫଳତାରେ ପଡିବ ବଡ଼ ପ୍ରଭାବ

Also Read- Grah Gochar 2024: ବିଶ୍ୱକର୍ମା ପୂଜାରେ ଉଜ୍ଜ୍ୱଳ ହେବ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ